ETV Bharat / bharat

'ଭାରତ ରତ୍ନ' ପୁରସ୍କାର ସମାରୋହରେ ଯୋଗ ଦେଲେନି ଗାନ୍ଧୀ ପରିବାର

author img

By

Published : Aug 9, 2019, 10:28 AM IST

ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ । ଏହି ସମାରୋହରେ ସମସ୍ତ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତି ଥିବାବେଳେ ଏଥିରେ ଯୋଗ ଦେଇନଥିଲେ ଗାନ୍ଧୀ ପରିବାର ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଗତକାଲି ପୂର୍ବତନ ରାଷ୍ଟ୍ରପତିଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତ ରତ୍ନ' ରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରବଣ ମୂର୍ଖାଜୀଙ୍କୁ ପୁରସ୍କୃତ କରିଛନ୍ତି । ଏହି ସମାରୋହରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତି ଥିଲେ। ଏହି ସମାରୋହରେ ଯୋଗ ଦେଇନଥିଲେ ଗାନ୍ଧୀ ପରିବାର ।

ତେବେ ଏହି ସମାରୋହରେ ବିଜେପିର ଦଳୀୟ ନେତୃବୃନ୍ଦ ଉପସ୍ଥିତି ଥିବାବେଳେ ଗାନ୍ଧୀ ପରିବାରର କୌଣସି ବ୍ୟକ୍ତି ଏଥିରେ ଯୋଗ ଦେଇନଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅନୁପସ୍ଥିତ ଥିଲେ । ଏହି ସମ୍ମାନ ପ୍ରଦାନ ସମାରୋହରେ ଗାନ୍ଧୀ ପରିବାରକୁ ନିମନ୍ତ୍ରଣ କରାଯାଇଥିବା ବେଳେ କେଉଁ କାରଣ ସେମାନେ ଉପସ୍ଥିତ ନଥିଲେ ତାହା ସ୍ପଷ୍ଟ ହୋଇନାହିଁ।

ମରଣତ୍ତୋର ଭାରତ ରତ୍ନ ସମ୍ମାନ ପୂର୍ବ ରାଷ୍ଟ୍ରପତି ପ୍ରବଣ ମୁର୍ଖାଜୀଙ୍କ ସମେତ ସଙ୍ଗୀତ ନିର୍ଦ୍ଦେଶକ ଭୂପେନ ହଜାରିକା ଓ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ସମ୍ମାନିତ କରାଯାଇଛି।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.