ETV Bharat / bharat

'ବିଜେପି କେବଳ ଶାହ କିମ୍ବା ମୋଦିଙ୍କର ନୁହେଁ' - amit shah

କଂଗ୍ରେସର ପ୍ରତ୍ୟେକ୍ଷ ଭାବେ ସମାଲୋଚନା କରି ଚର୍ଚ୍ଚାରେ ନୀତିନ ଗଡକରୀ । କଂଗ୍ରେସ ପରିବାର ଯେପରି ନିଜ ଦଳ ଉପରେ ଶାସନ କରେ ସେହିପରି ବିଜେପି କେବଳ ମୋଦି କିମ୍ବା ଶାହଙ୍କ ନୁହେଁ ବୋଲି କହିଛନ୍ତି କେନ୍ଦ୍ରୀୟ ମନ୍ତ୍ରୀ ନୀତିନ ଗଡ଼କରୀ ।

ଫାଇଲ ଫଟୋ
author img

By

Published : May 11, 2019, 2:30 PM IST

ନୂଆଦିଲ୍ଲୀ: ଗଣତନ୍ତ୍ରର ମହାପର୍ବରେ ସରିଯାଇଛି 5ମ ପର୍ଯ୍ୟାୟରେ ମତଦାନ । ଆଉ ବାକି ଅଛି ଦୁଇଟି ପର୍ଯ୍ୟାୟର ମତଦାନ । ତେବେ ଉକ୍ତ ପର୍ଯ୍ୟାୟ ମଧ୍ୟରେ ଶାସକ ଦଳ ଓ ବିରୋଧି ଦଳ ମଧ୍ୟରେ ବୟାନ ବାଜି ଚାଲୁ ରହିଥିବା ସ୍ବାଭାବିକ । କିନ୍ତୁ ଏବେ ନିଜ ଦଳ ପାଇଁ ବଡ଼ ବୟାନ ଦେବା ସହ ପ୍ରଶଂସା କରିବା ଆରମ୍ଭ କଲେଣି ଦଳୀୟ ନେତା । କଂଗ୍ରେସର ପ୍ରତ୍ୟେକ୍ଷ ଭାବେ ସମାଲୋଚନା କରି ଚର୍ଚ୍ଚାରେ ନୀତିନ ଗଡକରୀ । ବିଜେପି କେବଳ ମୋଦି କିମ୍ବା ଶାହଙ୍କ ନୁହେଁ ବୋଲି କହିଛନ୍ତି କେନ୍ଦ୍ରୀୟ ମନ୍ତ୍ରୀ ନୀତିନ ଗଡ଼କରୀ ।

ନୀତିନ ଗଡ଼କରୀ କହିଛନ୍ତି, ବିଜେପି ବିଚାରଧାରା ଉପରେ ଚଳେ । ଏହି ଦଳ ନା କେବେ ବି କେବଳ ଅଟଳ ବିହାରୀ ବାଜପେୟୀଜୀଙ୍କର ଥିଲା, ନା କେବେ ଆଡଭାନୀଙ୍କର । ଆଉ ଏବେ ବି କେବଳ ଅମିତ ଶାହ କିମ୍ବା ନରେନ୍ଦ୍ର ମୋଦିଙ୍କର ଏହି ଦଳ ନୁହେଁ । ବିଜେପି ସମସ୍ତଙ୍କର । ବିଜେପି ଏକ ବିଚାରଧାରା ଉପରେ ଆଧାରିତ ଦଳ ଏବଂ ଏହା କହିବା ଭୁଲ ଯେ ବିଜେପି ମୋଦିଙ୍କ କେନ୍ଦ୍ରିତ ହୋଇଯାଇଛି ।

ଏନେଇ ଗଡକରୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ କଣ ବିଜେପିରେ ‘ଇନ୍ଦିରା ଇଜ ଇଣ୍ଡିଆ ଆଣ୍ଡ ଇଣ୍ଡିଆ ଇଜ ଇନ୍ଦିରା’ ଭଳି ‘ମୋଦି ହିଁ ବିଜେପି ଏବଂ ବିଜେପି ହିଁ ମୋଦି’ ସ୍ଥିତି ପାଲଟିଛିକି ? ଏହାର ପ୍ରତି ଜବାବରେ ଗଡକରୀ କହିଲେ, ବିଜେପି ଏପରି ଏକ ଦଳ ଯିଏକି କେବେବି ଜଣେ ବ୍ୟକ୍ତି ବିଶେଷକୁ କେନ୍ଦ୍ରୀତ ହୋଇପାରିବ ନାହିଁ । ବିଜେପି ସମସ୍ତଙ୍କର । ଏହି ଦଳ ଉପରେ କୌଣସି ପରିବାର ରାଜ କରିପାରିବ ନାହିଁ । ଏହି ଧାରଣା ଭୁଲ ଯେ ବିଜେପି ମୋଦିର କେନ୍ଦ୍ରିତ ହେଉଛି । ଆଉ ଗତଥର ଭଳି ଚଳିତଥର ମଧ୍ୟ ବିଜେପି ହିଁ ବହୁ ଆସନରେ ଜିତିବ ।

ବିଜେପି କେବେବି ଜଣେ ନେତାଙ୍କ ଆଧାରରେ ବିଚାର କରେ ନାହିଁ । ଦଳର ସମସ୍ତ ନେତା ପରସ୍ପର ସହ ବିଚାର କରି କୌଣସି ନିଷ୍ପତ୍ତି ନିଅନ୍ତି । ସେ ପୁଣି କହିଛନ୍ତି ବିଜେପି ବହୁତ ମଜବୁତ ଅଛି । ଏହି ଦଳ ଯେତିକି ମଜବୁତ ସେତିକି ମଜବୁତ ଏହି ଦଳର ନେତାଏଁ । ତେଣୁ ବିଜେପି ଭଲ କାମ କରୁଛି ।

Intro:Body:

sds

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.