ETV Bharat / bharat

ଭାରତୀୟ ସାର୍ବଜନୀକ ସ୍ବାସ୍ଥ୍ୟ ପ୍ରଣାଳୀରେ ଅର୍ଥର ଅଭାବ

author img

By

Published : Mar 13, 2020, 5:06 AM IST

Updated : Mar 13, 2020, 7:59 AM IST

କୋରୋନା ଭୂତାଣୁ ଚୀନ ଭଳି ଶକ୍ତିଶାଳୀ ଦେଶ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରୁଛି। ଏହା ବିଶ୍ବ ଅର୍ଥନୀତିକୁ ମଧ୍ୟ ବିଚଳିତ କରିବାରେ ଲାଗିଛି। ଅଧିକ ପଢନ୍ତୁ...

und crunch in india's public health system
ଭାରତୀୟ ସାର୍ବଜନୀକ ସ୍ବାସ୍ଥ୍ୟ ପ୍ରଣାଳୀରେ ଅର୍ଥର ଅଭାବ

ଅଜ୍ଞାତ କୋରୋନା ଭାଇରସ ସମଗ୍ର ବିଶ୍ବରେ ଦୁଃଖର ଲହରୀ ଖେଳାଇବାରେ ଲାଗିଛି। ଏହି ଅତିସୁକ୍ଷ୍ମ ସଂକ୍ରାମକ ଏଜେଣ୍ଟ ମଣିଷର ଅସ୍ତିତ୍ବ ଉପରେ ପ୍ରଶ୍ନ କରୁଛି। ଏହି ଜୀବାଣୁ ଚୀନ ଭଳି ଶକ୍ତିଶାଳୀ ଦେଶ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରୁଛି। ଏହା ବିଶ୍ବ ଅର୍ଥନୀତିକୁ ମଧ୍ୟ ବିଚଳିତ କରବାରେ ଲାଗିଛି। ବର୍ତ୍ତମାନର ପରିସ୍ଥିତିରେ ଯେଉଁଠି ଆମେରିକା ଏବଂ ୟୁରୋପୀୟନ ୟୁନିୟନର ସୁପର ପାୱାରମାନେ ଏହି ଜୀବାଣୁ ରୋକିବାରେ ଅସମର୍ଥ ହେଉଥିବାବେଳେ ଭାରତ ଭଳି ବିକାଶଶୀଳ ରାଷ୍ଟ୍ରର ଅବସ୍ଥା ସନ୍ଦେହଜନକ। ଏହି ପରିସ୍ଥିତିକୁ ଆଖି ଆଗରେ ରଖି ଆମକୁ ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତର ଜନସ୍ବାସ୍ଥ୍ୟ ପରିସ୍ଥିତିକୁ ପୁଣିଥରେ ସମୀକ୍ଷା କରିବାକୁ ପଡ଼ିବ।

ଯଦିଓ ଭାରତୀର ସାର୍ବଜନିକ ସ୍ବାସ୍ଥ୍ୟ ବ୍ୟବସ୍ଥା ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି, ତଥାପି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ଥଣ୍ଡା ବସ୍ତାରେ ରଖାଯାଇଛି। ଆନ୍ତର୍ଜାତିକ ମାନର ସ୍ବାସ୍ଥ୍ୟସେବା ଦେଶବାସୀଙ୍କୁ ଯୋଗାଇ ଦେବା ଦିଗରେ ଭାରତ ବହୁତ ଦୂରରେ ରହିଛି। ଦେଶର ବିଭିନ୍ନ ରାଜ୍ୟରେ ଚିକିତ୍ସା ବ୍ୟବସ୍ଥା ଓ ମିଳୁଥିବା ସେବାରେ ଗୁରୁତର ପାର୍ଥକ୍ୟ ରହିଛି। ସୁସ୍ଥ ଜନସଂଖ୍ୟା ଦେଶର ଆର୍ଥିକ ବିକାଶର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେଥିପାଇଁ ବିଶ୍ବର ଅନେକ ଦେଶ ଜନସ୍ବାସ୍ଥ୍ୟ ବ୍ୟବସ୍ଥା ଗଠନ ପାଇଁ ସେମାନଙ୍କର ଜିଡ଼ିପିର ଏକ ବଡ଼ ଅଂଶ ବିନିଯୋଗ କରୁଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କରାଯାଇଥିବା ବିଶ୍ବ ସ୍ବାସ୍ଥ୍ୟ ସୂଚକାଙ୍କ ସର୍ଭେରେ ୧୯୦ଟି ଦେଶ ମଧ୍ୟରୁ ଭାରତ ୧୪୧ତମ ସ୍ଥାନରେ ରହିଛି। କରୋନା (କୋଭିଦ-୧୯) କମ୍ପନ ପରେ ବର୍ତ୍ତମାନ ବ୍ୟବସ୍ଥାରେ ଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ସତର୍କତାମୂଳକ ପଦକ୍ଷେପଗୁଡ଼ିକର ପୁନଃ ମୂଲ୍ୟାଙ୍କନ କରିବାର ଆବଶ୍ୟକତା ରହିଛି।

ଭାରତୀୟ ଜିଡ଼ିପିର ମାତ୍ର ୧ ପ୍ରତିଶତ ଅର୍ଥାତ ୬୯୦୦୦କୋଟି ଟଙ୍କା ଆଗାମୀ ଆର୍ଥିକ ବର୍ଷ ପାଇଁ ଚଳିତ କେନ୍ଦ୍ରୀୟ ବଜେଟରେ ବ୍ୟୟବରାଦ କରାଯାଇଛି। ବର୍ତ୍ତମାନର ସ୍ବାସ୍ଥ୍ୟ ସେବା ଆହ୍ବାନର ମୁକାବିଲା ପାଇଁ ବ୍ୟୟବରାଦ ହୋଇଥିବା ଏହି ପାଣ୍ଠି ପର୍ଯ୍ୟାପ୍ତ ନୁହେଁ। ୨୦୧୧ରେ ଯୋଜନା କମିଶନଙ୍କ ପରାମର୍ଶ ଅନୁସାରେ ଆମ ଜିଡ଼ିପିର ୨.୫ ପ୍ରତିଶତ ସ୍ବାସ୍ଥ୍ୟ ସେବା ପାଇଁ ବ୍ୟୟବରାଦ କରିବାଠାରୁ ବହୁ ଦୂରରେ ରହିଛୁ। ଦେଶର ସ୍ବାସ୍ଥ୍ୟ ରକ୍ଷା ପରିବା ପାଇଁ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦୀ ୨୦୧୮ ସେପ୍ଟେମ୍ବର ମାସରେ ଆରମ୍ଭ କରିଥିଲେ। ଏହି ଯୋଜନା ବିଶ୍ବର ସବୁଠାରୁ ବଡ଼ ସ୍ବାସ୍ଥ୍ୟ ସେବା ବୋଲି ସରକାର ବର୍ଣ୍ଣନା କରିଛନ୍ତି। ଏହି ଯୋଜନା ଅନୁସାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଯୋଗାଇ ଦେଉଛି। ସାମାଜିକ-ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ଦେଶର ପ୍ରାୟ ୪୦ ପ୍ରତିଶତ ଗରିବ ପରିବାର ଅର୍ଥାତ ୧୦ କୋଟି ଗରିବ ପରିବାର ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୭୨ ଲକ୍ଷ ଲୋକ ଉପକୃତ ହୋଇସାରିଲେଣି। କିନ୍ତୁ ଏହି ଯୋଜନାରେ କିଛି ବଛା ବଛା ରୋଗକୁ ସାମିଲ କରାଯାଇଛି।

ଦେଶର ସ୍ବାସ୍ଥ୍ୟ ସେବାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ୨୦୨୨ସୁଦ୍ଧା ୧.୫ ଲକ୍ଷ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏପର୍ଯ୍ୟନ୍ତ ଏହି ଲକ୍ଷ୍ୟର ଏକ ଚତୁର୍ଥାଂଶ ସଫଳତା ହାସଲ ହୋଇପାରିନାହିଁ। ଆୟୁଷ୍ମାନ ଯୋଜନାକୁ ଭାରତରେ କାର୍ଯ୍ୟକାରୀ କରିବାକୁ ସର୍ବୋଚ୍ଚ ସଂସ୍ଥା ଜାତୀୟ ସ୍ବାସ୍ଥ୍ୟ ମିଶନ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରେ ବୀମା ଦେୟ ପ୍ରଦାନ ସମ୍ବନ୍ଧରେ ବିଭିନ୍ନ ପାର୍ଥକ୍ୟ ଦର୍ଶାଯାଇଛି। ବିହାର, ମଧ୍ୟପ୍ରଦେଶ ଉତ୍ତରପ୍ରଦେଶ ପରି ଉଚ୍ଚ ଦାରିଦ୍ର୍ୟ ରାଜ୍ୟ କମ ପାଣ୍ଠି ବ୍ୟବହାର କରୁଥିବା ଜଣାପଡ଼ିଛି। ସବୁଠାରୁ ଅଧିକ ବୀମା ପ୍ରଦାନକାରୀ ରାଜ୍ୟ ଭାବରେ କେରଳ ସବୁଠାରୁ ଆଗରେ ରହିଛି। ଅଧିକ ଆବଶ୍ୟକତା ଥିବା କ୍ଷେତ୍ରରେ ବ୍ୟୟବରାଦର ପରିମାଣ କମ ରହିଥିବାରୁ ଏହା ଯୋଜନାର ବିଫଳତାକୁ ଦର୍ଶାଉଛି। ସ୍ମାର୍ଟ ସିଟି ମିଶନ ପାଇଁ ମନୋନୀତ ହୋଇଥିବା ୧୧୫ଟି ଜିଲ୍ଲା ମଧ୍ୟରୁ କୌଣସି ଜିଲ୍ଲା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇ ନାହାନ୍ତି। ଘରୋଇ ଡାକ୍ତରଖାନାଗୁଡ଼ିକ ଏହି ଯୋଜନାରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ମହାରାଷ୍ଟ୍ର ଓ ଉତ୍ତରାଖଣ୍ଡ ବ୍ୟତୀତ କେବଳ ବିଭିନ୍ନ ରାଜ୍ୟର ବିକଶିତ ଜିଲ୍ଲାଗୁଡ଼ିକରେ ଥିବା ଘରୋଇ ସ୍ବାସ୍ଥ୍ୟ ପ୍ରଦାନକାରୀ ସଂସ୍ଥା ଏହି ଯୋଜନାରେ ନିଜକୁ ସାମିଲ କରିଛନ୍ତି।

ସରକାରୀ ଜନଗଣନା ଅନୁଯାୟୀ ପ୍ରତି ୧୪୫୬ ଜଣ ଲୋକଙ୍କ ପାଇଁ କେବଳ ଜଣେ ମାତ୍ର ଡାକ୍ତର ଅଛନ୍ତି। କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୁପାରିଶ ଅନୁସାରେ ୧୦୦୦ ଲୋକଙ୍କ ପାଇଁ ଜଣେ ଡାକ୍ତର ରହିବା ଆବଶ୍ୟକ। ଏହି ଅନୁପାତରେ ଉନ୍ନତି ଆଣିବା ଏବଂ ଡାକ୍ତର ସଂଖ୍ୟା ବୃଦ୍ଧି ପାଇଁ ସରକାର ଜିଲ୍ଲା ଡାକ୍ତରଖାନା ସହିତ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ଦେଶରେ ୫୨୬ଟି ସରକାରୀ ମେଡ଼ିକାଲ କଲେଜ ରହିଛି। ବିଗତ ଦୁଇ ବର୍ଷ ମଧ୍ୟରେ ଏହି ସରକାରୀ ମେଡ଼ିକାଲ କଲେଜଗୁଡ଼ିକରେ ସିଟ ସଂଖ୍ୟା ୧୦୦୦୦୦କୁ ବୃଦ୍ଧି ପାଇଛି।

ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକ ମଧ୍ୟରେ ବ୍ୟବଧାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଥିବା ଡାକ୍ତରଖାନା ମଧ୍ୟରୁ ୫୮ ପ୍ରତିଶତ ଘରୋଇ ସଂସ୍ଥାଗୁଡ଼ିକ ଦ୍ବାରା କରାଯାଇଛି। ୮୧ ପ୍ରତିଶତ ଡାକ୍ତର ଏହି ଘରୋଇ ଡାକ୍ତରଖାନା ଗୁଡ଼ିକରେ କାମ କରନ୍ତି। ଡାକ୍ତରମାନଙ୍କୁ ଜାତୀୟ ପରୀକ୍ଷା ବୋର୍ଡ଼ ଅଧୀନରେ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରଦାନ କରିବାକୁ ସରକାର ଚାହୁଁଛନ୍ତି। କିନ୍ତୁ ସରକାରଙ୍କ ନିୟନ୍ତ୍ରଣରୁ ଡାକ୍ତରୀ ଶିକ୍ଷାକୁ ହଟାଇବାକୁ ଚେଷ୍ଠା କରାଯାଉଛି। ଏମବିବିଏସ ପାଠ୍ୟକ୍ରମ ପରେ ଡାକ୍ତରମାନଙ୍କୁ ତାଲିମ ପ୍ରଦାନ କରିବାକୁ ସରକାରଙ୍କ ଦ୍ବାରା ପରିଚାଳିତ ଡାକ୍ତରଖାନା ଗୁଡ଼ିକରେ ସୁବିଧାର ଅଭାବ ରହିଛି। ଏପରିକି ତାଲିମ ପ୍ରାପ୍ତ ଡାକ୍ତରଙ୍କ ସ୍ପଷ୍ଟ ଅଭାବ ରହିଛି। କର୍ପୋରେଟ ଡାକ୍ତରଖାନା ଗୁଡ଼ିକରେ ସରକାରଙ୍କ ଟିକସ ଛାଡ଼ ହାରକୁ ଆଧାର କରି ସେମାନେ ଉତ୍କୃଷ୍ଟ ଚିକିତ୍ସା ଉପକରଣ କିଣିବେ। ବେସରକାରୀ କ୍ଷେତ୍ରରେ କାମ କରୁଥିବା କିଛି ଡାକ୍ତର ବିଦେଶରେ ବିଶେଷ ତାଲିମ ନେବାକୁ ସକ୍ଷମ ଅଟନ୍ତି। ଜାତୀୟ ପରୀକ୍ଷା ବୋର୍ଡ଼ ମାଧ୍ୟମରେ କଲେଜଗୁଡ଼ିକରେ ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମରେ ଛାତ୍ରମାନଙ୍କ ନାମ ଲେଖାଇପାରିବେ। ଏହା କଠୋର ସତ୍ୟ ଯେ ଏହି ଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ ଡ୍ୟୁଟି ଡାକ୍ତର ଭାବରେ କାମ କରୁଛନ୍ତି। ସେମାନଙ୍କୁ ନାମକୁ ମାତ୍ର ପ୍ରମାଣପତ୍ର ଦିଆଯାଉଛି।

ସରକାରୀ-ବେସରକାରୀ ସହଭାଗୀତାରେ ଜିଲ୍ଲା ସ୍ତରରେ ଥିବା ଡାକ୍ତରଖାନାଗୁଡ଼ିକୁ ଘରୋଇ ମେଡ଼ିକାଲ କଲେଜ ସହିତ ଯୋଡ଼ିବାକୁ ନୀତି ଆୟୋଗ ପ୍ରସ୍ତାବ ଦେଇଛି। ଅନେକ ଘରୋଇ ମେଡ଼ିକାଲ କଲେଜ ସହିତ ପର୍ଯ୍ୟାପ୍ତ ପରିମାଣରେ ଅନୁବନ୍ଧିତ ଡାକ୍ତରଖାନା ନାହିଁ। ବେସରକାରୀ ମେଡ଼ିକାଲ କଲେଜ ଏବଂ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ଶସ୍ତା ଦରରେ ଜମି ଯୋଗାଇ ଦେବାକୁ ନୀତି ଆୟୋଗ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛି। ଏହି ପରାମର୍ଶକୁ ନେଇ କେତେକ ରାଜ୍ୟରେ ମତଭେଦ ରହିଛି। ଯଦି ଘରୋଇ ମେଡ଼ିକାଲ କଲେଜଗୁଡ଼ିକ ଜିଲ୍ଲା ଡାକ୍ତରଖାନା ସହିତ ମିଳିତ ହୁଏ ତେବେ ସରକାରୀ କର୍ମଚାରୀଙ୍କ ଅଭାବ ଦୂର ହୋଇପାରିବ ବୋଲି କୌଣସି ପ୍ରକାରର ଗ୍ୟାରେଣ୍ଟି ନାହିଁ। ବର୍ତ୍ତମାନ ଦେଶର ଚିକିତ୍ସା ଭିତ୍ତିଭୂମିରେ ଅଭାବ ଦେଖାଦେଇଛି। ଦେଶର ସାର୍ବଜନିକ ସ୍ବାସ୍ଥ୍ୟ ଆବଶ୍ୟକତାକୁ ଆଖି ଆଗରେ ରଖି ୫,୩୮,୩୦୫ କୋଟି ଟଙ୍କାର ଆବଶ୍ୟକତା ରହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହି ଦାବି ୧୫ତମ ଆର୍ଥକ ଆୟୋଗଙ୍କ ଆଗରେ ଉପସ୍ଥାପିତ କରିଛି। ତଥାପି ଏ ବାବଦରେ ଉଦାର ଭାବରେ କୌଣସି ଅର୍ଥ ବ୍ୟୟବରାଦ କରାଯାଇନାହିଁ। ଏହା ପରେ ଦେଶର ମୌଳିକ ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ମଜଭୁତ କରିବାର ଆବଶ୍ୟକତା ରହିଛି।

ବିଶ୍ବର ସବୁଠାରୁ ସୁସ୍ଥ ଦେଶ ତାଲିକାରେ ଭାରତ ୧୨୦ତମ ସ୍ଥାନରେ ରହିଛି। ଏହି ତାଲିକାରେ ସ୍ପେନ ପ୍ରଥମ ସ୍ଥାନରେ ରହି ଇଟାଲୀ ଦ୍ବିତୀୟ ସ୍ଥାନରେ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚୀନ ପରେ ଇଟାଲୀରେ କରୋନା ଭାଇରସ ମୃତ୍ୟୁ ହାର ଦ୍ବିତୀୟ ସର୍ବାଧିକ ରହିଛି। ଦକ୍ଷିଣ ଏସୀୟ ଦେଶମାନଙ୍କ ମଧ୍ୟରେ ଶ୍ରୀଲଙ୍କା ୬୬, ବାଂଲାଦେଶ ୯୧ ଏବଂ ନେପାଳ ୧୧୦ ଭାରତ ଅପେକ୍ଷା ଭଲ ପ୍ରଦର୍ଶନ କରିଛନ୍ତି। କରୋନା ଭାଇରସ ବିସ୍ତାରକୁ ରୋକିବାରେ ସାଂଗଠନିକ ତ୍ରୁଟି ଅଧିକ ସ୍ପଷ୍ଟ ହୋଇଛି। ଦେଶରେ ଅଧିକ ପରିମାଣରେ ଭାଇରୋଲୋଜି ଲ୍ୟାବ ନ ଥିବା ମଧ୍ୟ ସ୍ପଷ୍ଟ ହୋଇଛି। ୧୯୫୨ ମସିହାରେ ପ୍ରତିଷ୍ଠିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ହେଉଛି ଭାରତର ସବୁଠାରୁ ବଡ଼ ଭାଇରୋଲୋଜି ଲ୍ୟାବ। ବିଶ୍ବ ସ୍ବାସ୍ଥ୍ୟ ସହିତ ମିଳିତ ଭାବରେ ଭାଇରସ ଉପରେ ଅନେକ ପ୍ରକାରର ଅଦ୍ଭୁତ ଗବେଷଣା ସହିତ ଏହାକୁ ଶ୍ରେୟ ଦିଆଯାଇଛି। ଏହା ଦେଶର ଏକମାତ୍ର ସଂଗଠନ ଯାହା ଭାଇରାଲ ମହାମାରୀରେ ଉଦ୍ଧାର କରିବାକୁ ଆଗେଇ ଆସିଥାଏ। ବାସ୍ତବରେ ଆଗାମୀ ଦିନରେ ଏଭଳି ସଂଗଠନ ପ୍ରତ୍ୟେକ ରାଜ୍ୟରେ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି। ଯେହେତୁ ସମସ୍ତ ରାଜ୍ୟରୁ ରକ୍ତ ନମୁନା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜକୁ ପଠାଯାଇଥାଏ, ଏହି ରୋଗ ଚିହ୍ନଟ କରିବାରେ ବିଳମ୍ବ ହେଉଛି। ଏଭଳି ଲ୍ୟାବଗୁଡ଼ିକ ଜୀବାଣୁ ଚିହ୍ନଟ କରିବାରେ ଏବଂ ମୂଳ କାରଣ ବିଶ୍ଲେଷଣ କରିବାରେ ସାହାଯ୍ୟ କରିଥାଏ।

ଯଦି ସରକାର କେବଳ ମହାମାରୀ ସମୟରେ ଗଭୀର ନିଦରୁ ଉଠିବାକୁ ପସନ୍ଦ କରନ୍ତି ଓ ଜନସାଧାରଣଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ନିଷ୍ପତ୍ତି ନିଅନ୍ତି ତେବେ କୋଭିଦ-୧୯ ଭଳି ସଂକଟ ଦେଶରେ ଜାରି ରହିବ। ବିମୁଦ୍ରୀକରଣ ଓ ଜିଏସଟି ବ୍ୟବସ୍ଥା ଘରୋଇ ଫାର୍ମାସ୍ୟୁଟିକାଲ ଶିଳ୍ପକୁ ପ୍ରଭାବିତ ଓ ବିପର୍ଯ୍ୟସ୍ତ କରିସାରଛି। ବର୍ତ୍ତମାନର ପରିସ୍ଥିତିରେ ଫାର୍ମା ଶିଳ୍ପରେ ବଡ଼ ଧରଣର ପ୍ରୋତ୍ସାହନ ଏବଂ ବିନିଯୋଗ ଆବଶ୍ୟକ କରୁଛି। ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ୱିଙ୍ଗକୁ ମଧ୍ୟ ଫାଷ୍ଟ ଟ୍ରାକରେ ରଖିବା ଉଚିତ। ଏବେ ଅନେକ ପ୍ରକାରର ଔଷଧ ପାଇଁ ଚୀନ କଞ୍ଚାମାଲ ଯୋଗାଉଛି। ବର୍ତ୍ତମାନ ପରିସ୍ଥିତିରେ ଏହି କଞ୍ଚାମାଲ ଆମଦାନୀ ପାଇଁ ଚୀନ ଉପରେ ନିର୍ଭର କରିବା ଉଚିତ ନୁହେଁ। ବହୁତ ପରିମାଣରେ ଉତ୍ପାଦନ ବୃଦ୍ଧି ପାଇଁ ଘରୋଇ ଫାର୍ମା ଶିଳ୍ପକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି। ସାର୍ବଜନୀକ ସ୍ବାସ୍ଥ୍ୟ ଏବଂ ବିକାଶ ସମାନ ମୁଦ୍ରାର ଦୁଇ ପାର୍ଶ୍ବ ଭଳି। ତେଣୁ ନିତି ନିର୍ମାତାମାନେ ଏହି ସଂକଟକୁ ଅପେକ୍ଷା କରିବା ପରିବର୍ତ୍ତେ ଦେଶର ସ୍ବାସ୍ଥ୍ୟ କ୍ଷେତ୍ର ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକୁ ସମାଧାନ କରିବାର ଆବଶ୍ୟକତାକୁ ଚିହ୍ନଟ କରିବା ଉଚିତ।

ନିକଟରେ, ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଅନ୍ୟ ଦେଶର ନାଗରିକଙ୍କ ଅପେକ୍ଷା ଭାରତୀୟମାନେ ସଂକ୍ରାମକ ରୋଗରେ ଆକ୍ରାନ୍ତ ହୋଇଥିଲେ। ମ୍ୟାଲେରିଆ, ଭାଇରାଲ ହେପାଟାଇଟିସ, ଡେଙ୍ଗୁ, ଚିକୁନଗୁନିଆ, ମିଳିମିଳା, ମେନିଞ୍ଜାଇଟିସ, ଟାଇଫଏଡ, ହାତୀ ରୋଗ ଏବଂ ଯକ୍ଷ୍ମା ଏହି ସଂକ୍ରାମକ ରୋଗ ଅନ୍ତର୍ଭୁକ୍ତ ଥିଲା। ଏଭଳି ସଂକ୍ରାମକ ରୋଗର ମୁକାବିଲା ପାଇଁ ସରକାର ବିପୁଳ ଅର୍ଥ ବ୍ୟୟବରାଦ କରିବା ଆବଶ୍ୟକ। ବର୍ତ୍ତମାନ ଦେଖାଦେଇଥିବା ରୋଗର ମୁକାବିଲା ପାଇଁ ବିପୁଳ ଅର୍ଥ ସଂକଟ ସାମ୍ନାରେ, କୋଭିଡ଼-୧୯ ମାରାତ୍ମକର ମୁକାବିଲା ପାଇଁ ଆଉ କେତେ ଅର୍ଥ ଆବଶ୍ୟକ? ଅନ୍ତତଃ ପକ୍ଷେ ସରକାରମାନେ ହୃଦୟଙ୍ଗମ କରିବା ଆବଶ୍ୟକ ଯେ ଭାରତରେ ଅସୁସ୍ଥ ସାର୍ବଜନିକ ସ୍ବାସ୍ଥ୍ୟ କ୍ଷେତ୍ରକୁ ମଜଭୁତ କରିବା ପାଇଁ ବିପୁଳ ଅର୍ଥ ବ୍ୟୟବରାଦ କରିବାର ଆବଶ୍ୟକତା ରହିଛି।

Last Updated : Mar 13, 2020, 7:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.