ETV Bharat / bharat

ଅଦରକାରୀ ପ୍ଲାଷ୍ଟିକରୁ ପ୍ରସ୍ତୁତ ହେବ ଇନ୍ଧନ - Fuel extraction from plastic waste

ଅଦରକାରୀ ପ୍ଲାଷ୍ଟିକରୁ ପ୍ରସ୍ତୁତ ହେବ ଇନ୍ଧନ । ଏଥିପାଇଁ କାମ ଆରମ୍ଭ କରିଛି ମହାରାଷ୍ଟ୍ରର ପୁଣେ ନଗର ନିଗମ । ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ଉଦ୍ଦେଶ୍ୟରେ ଏହି ଅଭିଯାନକୁ ନେଇ ପଢନ୍ତୁ ଆମର ସ୍ବତନ୍ତ୍ର ଉପସ୍ଥାପନା ।

FIGHT AGAINST PLASTIC
ଅଦରକାରୀ ପ୍ଲାଷ୍ଟିକରୁ ପ୍ରସ୍ତୁତ ହେବ ଇନ୍ଧନ
author img

By

Published : Dec 23, 2019, 8:03 AM IST

Updated : Dec 23, 2019, 8:15 AM IST

ପୁଣେ: ଅଦରକାରୀ ପ୍ଲାଷ୍ଟିକରୁ ପ୍ରସ୍ତୁତ ହେବ ଇନ୍ଧନ । ଆମେ ଅଦରକାରୀ ଭାବି ଫିଙ୍ଗି ଦେଉଥିବା ବର୍ଜ୍ୟବସ୍ତୁରୁ ଉତ୍ପନ ହୋଇପାରିବ ଜାଳେଣି ଇନ୍ଧନ । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଏହା ସମ୍ଭବ । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ଇନ୍ଧନ ପ୍ରସ୍ତୁତି ପାଇଁ ଆଗକୁ ଆସିଛି ପୁଣେ ନଗର ନିଗମ ।

ଅଦରକାରୀ ପ୍ଲାଷ୍ଟିକରୁ ପ୍ରସ୍ତୁତ ହେବ ଇନ୍ଧନ

ପ୍ଲାଷ୍ଟିକରୁ ଇନ୍ଧନ । ଅଦକାରୀ କହି ଫିଙ୍ଗା ଯାଉଥିବା ପ୍ଲାଷ୍ଟିକ ଇନ୍ଧନରେ ପରିଣତ ହୋଇପାରିବ ।ଆଉ ଏ ଦିଗରେ କାମ ଆରମ୍ଭ କରିଛି ପୁଣେ ନଗର ନିଗମ । ଦିନକୁ ଦିନ ଜୀବାଶ୍ମ ଇନ୍ଧନର ବହୁଳ ବ୍ୟବହାର ପରିବେଶ ଉପରେ କୁପ୍ରଭାବ ପକାଉଛି । ଏହାଯୋଗୁଁ ବିଶ୍ବ ତାପମାତ୍ରା ବୃଦ୍ଧି ପାଉଛି । ତେବେ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ହ୍ରାସ କରିବା ଲକ୍ଷ୍ୟରେ ପ୍ଲାଷ୍ଟିକ ଆବର୍ଜନାରୁ ଇନ୍ଧନ ପ୍ରସ୍ତୁତ ପାଇଁ ଅଣ୍ଟା ଭିଡିଛି ପିଏମସି । ଏଥିପାଇଁ ନଗର ନିଗମ ଅନ୍ୟ ସଙ୍ଗଠନ ମାନଙ୍କ ସହ ମିଶି କାମ ମଧ୍ୟ ଆରମ୍ଭ କରିଛି । ଖାଲି ସେତିକି ନୁହେଁ ଆବର୍ଜନାରୁ ବାହାରୁଥିବା ଅବଶେଷକୁ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କରିବାକୁ ଲକ୍ଷ୍ୟ ରଖିଛି ।

ନଗର ନିଗମର ଏହି ପ୍ରୋଜେକ୍ଟ ପାଇଁ ସହରରୁ ସଂଗ୍ରହ କରାଯାଉଥିବା ଆବର୍ଜନାକୁ ବ୍ୟବହାର କରିବ । ତେବେ ଏହି ପ୍ରୋଜେକ୍ଟ ସଫଳ ହେଲେ ଆଗାମୀ ଦିନରେ ପ୍ଲାଷ୍ଟିକ ପ୍ରଦୂଷଣର ଭୟାବହତାରୁ ରକ୍ଷା ମିଳିବ ନିଶ୍ଚୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Dec 23, 2019, 8:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.