ଲକ୍ଷ୍ନୌ: ବହୁ ଅପେକ୍ଷା ପରେ ଶେଷରେ ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ମହିଳାମାନଙ୍କୁ ମାଗଣା ସାନିଟାରୀ ନାପକିନ୍, ସାବୁନ୍ ଏବଂ ହ୍ୟାଣ୍ଡ ସାନିଟାଇଜର ଘର ଘର ବୁଲି ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛି । ଜିଲ୍ଲା ମାଜିଷ୍ଟ୍ରେଟ୍ ଅଭିଷେକ ପ୍ରକାଶ କହିଛନ୍ତି ଯେ, 6ଟି 'ସଖି' ଭ୍ୟାନ୍ ମାଧ୍ୟମରେ ମହିଳାମାନଙ୍କୁ ମାଗଣା ସାନିଟାରୀ ନାପକିନ୍, ସାବୁନ୍ ଏବଂ ସାନିଟାଇଜର ଯୋଗାଇ ଦିଆଯିବ ।
ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି, "ଆମେ ଜାଣିବାକୁ ପାଇଲୁ ଯେ ଲକଡାଉନ ସମୟରେ ମହିଳା ଏବଂ ଝିଅମାନେ କେତେକ ଅଞ୍ଚଳରେ ସାନିଟାରୀ ନାପକିନ ପାଇପାରୁ ନାହାନ୍ତି । ଆମେ ସେହି ଅଞ୍ଚଳର ଏକ ରୁଟ୍ ମାନଚିତ୍ର ପ୍ରସ୍ତୁତ କରିଛୁ । ଭ୍ୟାନ୍ ସେଠାରେ ପହଞ୍ଚିବ ଏବଂ ସେମାନଙ୍କୁ ମାଗଣା ନାପକିନ୍, ସାବୁନ ଏବଂ ସାନିଟାଇଜର ଦେବ ।
ସେ କହିଛନ୍ତି ଯେ ଯେଉଁ ମହିଳାମାନେ ଏହି ଅତ୍ୟାବଶ୍ୟକ ସାମଗ୍ରୀ ପାଇବାକୁ ଚାହୁଁଛନ୍ତି ସେମାନେ ଏକ ହେଲ୍ପଲାଇନ ନମ୍ବରକୁ କଲ କରିପାରିବେ। ଲକଡାଉନ୍ ଅବଧିରେ କାର୍ଯ୍ୟ କରୁଥିବା ଅଧିକାଂଶ ଅନଲାଇନ ସପିଂ ପୋର୍ଟାଲ ଗୁଡିକ ଏହି ସବୁ ସାମଗ୍ରୀ ପ୍ରଦାନ କରିବାକୁ ମନାକରୁଛି । ସେମାନେ କେବଳ ମଇଦା, ଡାଲି, ଚାଉଳ, ଲୁଣ ଏବଂ ରନ୍ଧନ ତେଲ ଆଦି ଦେବା ନେଇ କହିଛନ୍ତି । ସାନିଟାରୀ ନାପକିନ୍, ଟୁଥ୍ ପେଷ୍ଟ, ସାମ୍ପୁ ଭଳି ଆଇଟମ୍ ସେମାନଙ୍କ ତାଲିକାରେ ନାହିଁ । ସେହି ସମୟରେ, ଏହି ସବୁ ଜିନିଷ ଛୋଟ ଛୋଟ ଦୋକାନରୁ ମଧ୍ୟ ଶେଷ ହୋଇସାରିଛି ।