ETV Bharat / bharat

2 ମାସରେ ପ୍ରବାସୀ ଶ୍ରମିକଙ୍କୁ ମିଳିଛି ମାତ୍ର 13 ପ୍ରତିଶତ ରାସନ - free food grain

ଲକଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ କେବଳ ରୋଜଗାରର ସଙ୍କଟ ନଥିଲା ବରଂ ଖାଦ୍ୟ ଯୋଗାଇଦେବା ମଧ୍ୟ ଗୋଟେ ବଡ ସଙ୍କଟ ଥିଲା। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ପ୍ରାୟ 8 କୋଟି ପ୍ରବାସୀ ଶ୍ରମିକ ଓ ଅଭାବୀ ପରିବାର ପାଇଁ ଆତ୍ମନିର୍ଭରଶୀଳ ଭାରତ ପ୍ୟାକେଜ ଅଧୀନରେ ସହାୟତା ଘୋଷଣା କରିଛନ୍ତି।

13 ପ୍ରତିଶତ ରାସନ ବାଣ୍ଟିଛନ୍ତି ସରକାର
13 ପ୍ରତିଶତ ରାସନ ବାଣ୍ଟିଛନ୍ତି ସରକାର
author img

By

Published : Jul 2, 2020, 3:48 PM IST

ହାଇଦ୍ରାବାଦ: ଲକଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ କେବଳ ରୋଜଗାରର ସଙ୍କଟ ନଥିଲା ବରଂ ଖାଦ୍ୟ ଯୋଗାଇଦେବା ମଧ୍ୟ ଗୋଟେ ବଡ ସଙ୍କଟ ଥିଲା। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ପ୍ରାୟ 8 କୋଟି ପ୍ରବାସୀ ଶ୍ରମିକ ଓ ଅଭାବୀ ପରିବାର ପାଇଁ ଆତ୍ମନିର୍ଭରଶୀଳ ଭାରତ ପ୍ୟାକେଜ ଅଧୀନରେ ସହାୟତା ଘୋଷଣା କରିଛନ୍ତି। ଘୋଷଣାନୁଯାୟୀ, ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ମେ-ଜୁନ ମାସ ପାଇଁ ମାଗଣା ରାସନ ଯୋଗାଇ ଦିଆଯିବ। କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଘରକୁ ଫେରିଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ 5 କିଲୋଗ୍ରାମ ଚାଉଳ କିମ୍ବା ଗହମ ଓ 1 କିଲୋଗ୍ରାମ ମାଗଣା ଡାଲି ଦିଆଯିବ। ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ 8 ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ବଣ୍ଟନ କରିଛନ୍ତି।

ତେବେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏହାର ତଥ୍ୟରେ ଦର୍ଶାଇଛି ଯେ ଗତ 2 ମାସ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କୁ ମାଗଣାରେ ମିଳିବାକୁ ଥିବା ଶସ୍ୟର ମାତ୍ର 13 ପ୍ରତିଶତ ରାଜ୍ୟ ସରକାର ବାଣ୍ଟିଛନ୍ତି । ମନ୍ତ୍ରଣାଳୟର ଡାଟା ଅନୁସାରେ, ଆତ୍ମନିର୍ଭର ଭାରତ ପ୍ୟାକେଜ ଅନ୍ତର୍ଗତ ରାସନ କାର୍ଡଧାରୀ 8 କୋଟି ପ୍ରବାସୀ ଶ୍ରମିକଙ୍କୁ ମେ-ଜୁନରେ 5 କିଲୋଗ୍ରାମ ଲେଖାଏଁ ଗହମ କିମ୍ବା ଚାଉଳ ଦେବାକୁ କୁହାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ମାତ୍ର 2.13କୋଟି ଶ୍ରମିକ ଏହାର ଲାଭ ଉଠାଇ ପାରିଛନ୍ତି । ମେ ମାସରେ 1.21 କୋଟି ଓ ଜୁନରେ 92.44 ଲକ୍ଷ ଲୋକ ଏହାର ଲାଭ ଉଠାଇଛନ୍ତି ।

ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମେ 14 ରେ ଘୋଷଣା କରିଥିଲେ ଯେ ସମସ୍ତ ପ୍ରବାସୀ ଶ୍ରମିକ ଏପରିକି ରାସନ କାର୍ଡ ନଥିବା ଶ୍ରମିକଙ୍କୁ ମଧ୍ୟ 2 ମାସ ପାଇଁ 5 କିଲୋଗ୍ରାମ ଚାଉଳ କିମ୍ବା ଗହମ ଓ 1 କିଲୋଗ୍ରାମ ଡାଲି ମିଳିବ। ଏହି ଯୋଜନା ପାଇଁ କେନ୍ଦ୍ର ସରକାର 3500 କୋଟି ଟଙ୍କା ପ୍ରଦାନ କରିଛନ୍ତି।

ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସମସ୍ତ 36 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଏପର୍ଯ୍ୟନ୍ତ 6.38 ଲକ୍ଷ ମ୍ୟାଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ସଂଗ୍ରହ କରିଛନ୍ତି। ଏହା କେନ୍ଦ୍ର ସରକାରଙ୍କ ଦ୍ବାରା ଆବଣ୍ଟିତ 8 ଲକ୍ଷ ମ୍ୟାଟ୍ରିକ୍ ଟନ୍ ଖାଦ୍ୟଶସ୍ୟର 80 ପ୍ରତିଶତ । ତେବେ ଲୋକଙ୍କ ମଧ୍ୟରେ ବଣ୍ଟନ ମାତ୍ର 1.07 ଲକ୍ଷ ମ୍ୟାଟ୍ରିକ ଟନ୍ ହୋଇଛି ।

ପ୍ରାୟ 26 ଟି ରାଜ୍ୟ ସେମାନଙ୍କ ପାଇଁ ଥିବା ଶସ୍ୟର 100 ପ୍ରତିଶତ ନେଇଛନ୍ତି କିନ୍ତୁ ଏହି ରାଜ୍ୟଗୁଡିକ ମଧ୍ୟରୁ କୌଣସି ରାଜ୍ୟ ଗତ 2 ମାସ ମଧ୍ୟରେ ସମସ୍ତ ଖାଦ୍ୟଶସ୍ୟ ପ୍ରଦାନ କରିପାରିନାହିଁ । ଉତ୍ତରପ୍ରଦେଶକୁ କେନ୍ଦ୍ର ସରକାର 1,42,033 ମ୍ୟାଟ୍ରିକ୍ ଟନ୍ ଖାଦ୍ୟ ଶସ୍ୟ ବଣ୍ଟନ କରିଛନ୍ତି ଯେଉଁଥିରେ ରାଜ୍ୟ 1,40,637 ମ୍ୟାଟ୍ରିକ୍ ଟନ୍ ନେଇଛି, ମାତ୍ର ମେ ମାସରେ 3,324 ମ୍ୟାଟ୍ରିକ୍ ଟନ୍ ଧାନ 4.39 ଲକ୍ଷ ଅଭାବୀ ଓ ଜୁନ ମାସରେ 2.25 ଲକ୍ଷ ଲୋକଙ୍କୁ ହିଁ ବଣ୍ଟାଯାଇପାରିଛି । ଅର୍ଥାତ୍ ଏପର୍ଯ୍ୟନ୍ତ କେବଳ 2.03 ପ୍ରତିଶତ ଶସ୍ୟ ବଣ୍ଟନ କରାଯାଇଛି।

ବିହାର ସରକାର ମଧ୍ୟ 100 ପ୍ରତିଶତ କୋଟା ଅର୍ଥାତ 86,450 ମ୍ୟାଟ୍ରିକ୍ ଟନ୍ ଶସ୍ୟା ନେଇଇଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ 3.68 ଲକ୍ଷ ଅଭାବୀ ଲୋକ 1.842ମ୍ୟାଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ପାଇଛନ୍ତି। ଅର୍ଥାତ୍ କେବଳ 2.13 ପ୍ରତିଶତ ଶସ୍ୟ ବଣ୍ଟନ କରାଯାଇଛି । ପୁଣି କେବଳ ମେ ମାସରେ ଜୁନ ମାସରେ ଏଯାଏଁ କାହାକୁ ଖାଦ୍ୟ ଦିଆଯାଇ ନାହିଁ ।

ଅନ୍ୟପକ୍ଷେ 11 ଟି ରାଜ୍ୟ ଦ୍ବାରା ନିଆଯାଇଥିବା ଶସ୍ୟର 1 ପ୍ରତିଶତ ବି ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଇପାରି ନାହିଁ। ଏହି ରାଜ୍ୟ ଗୁଡିକ ହେଉଛି ଆନ୍ଧ୍ରପ୍ରଦେଶ, ଗୋଆ, ଗୁଜୁରାଟ, ଝାଡଖଣ୍ଡ, ଲଦାଖ, ମହାରାଷ୍ଟ୍ର, ମେଘାଳୟ, ଓଡିଶା, ସିକ୍କିମ, ତାମିଲନାଡୁ, ତେଲେଙ୍ଗାନା ଓ ତ୍ରିପୁରା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.