ETV Bharat / bharat

ଭୋଟ ଦିଅନ୍ତୁ, ମାଗଣାରେ ଜଳଖିଆ ଖାଆନ୍ତୁ

ଭୋଟ ଦେବା ନେଇ ମତଦାତାଙ୍କୁ ଆକୃଷ୍ଟ କରିବାକୁ ଆକର୍ଷଣୀୟ ଅଫର ଭେଟି ଦେଇଛି ବେଙ୍ଗାଲୁରୁ ନୃପଥୁଙ୍ଗା ସ୍ଥିତ ଏକ ହୋଟେଲ। ମତଦାତା ଭୋଟିଂ କରିସାରିବା ପରେ ନିଜ ଆଙ୍ଗୁଠିରେ ଲାଗିଥିବା କାଳି ଚିହ୍ନ ଦେଖାଇ ଜଳଖିଆ, ମିଠା ଏବଂ ଜୁସ ପିଇ ପାରିବେ।

author img

By

Published : Apr 18, 2019, 2:00 PM IST

Updated : Apr 18, 2019, 2:54 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ବେଙ୍ଗାଲୁରୁ: ଭୋଟରଙ୍କୁ ଭୋଟ ଦେବା ପ୍ରତି ଆକୃଷ୍ଟ କରିବାକୁ ନୂଆ ତରିକା। ଆକର୍ଷଣୀୟ ଅଫର ମାଧ୍ୟମରେ ମତଦାତାଙ୍କୁ ଭୋଟିଂ କେନ୍ଦ୍ରକୁ ଟାଣି ଆଣୁଛି ବେଙ୍ଗାଲୁରୁ ନୃପଥୁଙ୍ଗା ସ୍ଥିତ ନିସରଗା ହୋଟେଲ।

ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଭୋଟ ପରେ ମତଦାତାଙ୍କୁ ସୁସ୍ବାଦୁ ଜଳଖିଆ ଭେଟି ଦେଉଛି ନିସରଗା ହୋଟେଲ। ଏଥିପାଇଁ ମତଦାତାଙ୍କୁ ଭୋଟ ପରେ ନିଜ ଆଙ୍ଗୁଠିରେ ଲାଗିଥିବା କାଳି ଚିହ୍ନ ଦେଖାଇବାକୁ ପଡିବ। ଏହାପରେ ନିଜ ମନପସନ୍ଦର ଜଳଖିଆ, ମିଠା ଏବଂ ଜୁସ ପିଇ ପାରିବେ।

ସୂଚନାଯୋଗ୍ୟ, ଭେଟେରାନ ଅଭିନେତା ରମେଶ ଭଟ୍ଟ, ମାଥେ, ମହେଶ ଯୋଶୀ ଏବଂ ଅଭିନେତା ରୂପିକା ମତଦାନ ସାବ୍ୟସ୍ତ କରିବା ପରେ କାଳି ଚିହ୍ନ ଦେଖାଇ ନିସରଗା ହୋଟେଲରେ ଜଳଖିଆ ଖାଇଛନ୍ତି।

Intro:Body:

blank

Conclusion:
Last Updated : Apr 18, 2019, 2:54 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.