ଡେରାଡୁନ: ଫୋନ ପେ ଭେରିଫିକେଶନ ନାମରେ ଛାତ୍ରଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ । ଏଭଳି ଘଟଣା ଉତ୍ତରାଖଣ୍ଡ ପଟେଲ ନଗର ଅଞ୍ଚଳରୁ ସାମନାକୁ ଆସିଛି । ଫଳରେ ପୀଡିତ ସ୍ଥାନୀୟ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।
ଯୁକ୍ତ ଦୁଇରେ ପଢୁଥିବା ତେନଜିଙ୍ଗ ଦାସିଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା । ଫୋନ ପେ ଏବଂ ଏନିଡେସ୍କ ଆପ ଡାଉନଲୋଡ କରିବା ନେଇ ବ୍ୟକ୍ତି ଜଣକ ଛାତ୍ରଙ୍କୁ କହିଲେ । ଏହାଦ୍ବାରା ଆପଣଙ୍କର ଫୋନ ପେ ଭେରିଫିକେଶନ କରାଯିବ । କିନ୍ତୁ କିଛି ସମୟ ଭିତରେ ତାଙ୍କ ଆକାଉଣ୍ଟରୁ 1 ଲକ୍ଷ 50 ହଜାର ଟଙ୍କା ଗାଏବ ହୋଇଯାଇଥିଲା ।
ବର୍ତ୍ତମାନ ପୋଲିସ ଅଭିଯୋଗ ଆଧାରରେ ପ୍ରାଥମିକ ତଦନ୍ତରୁ ଏହି ସାଇବର କ୍ରାଇମ ସତରେ ହୋଇଥିବା ଜାଣିବା ପରେ ଆଗକୁ ତଦନ୍ତ କରୁଛି।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ