ETV Bharat / bharat

ଗର୍ଭଧାରଣା ସମୟରେ ଅବସାଦ ଆଣେ ଫ୍ରାକିଂ ପ୍ରକ୍ରିୟା

author img

By

Published : Sep 4, 2019, 11:26 AM IST

ଗର୍ଭାବସ୍ଥା ସମୟରେ ମାନସିକ ପରିସ୍ଥିତି ଠିକ ରହିବା ନିହାତି ଜରୁରୀ । କିନ୍ତୁ ବିକାଶଶୀଳ ଦେଶମାନଙ୍କରେ ବିଭିନ୍ନ କାରଣ ଯୋଗୁଁ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ ଓ ଚିନ୍ତା ଅବସାଦ ମଧ୍ୟ ଏକ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା । ଏହାର ଅନେକ କାରଣ ରହିଛି । ସେଥିମଧ୍ୟରୁ Hydraulic fracking ଅନ୍ୟତମ ।

ଡିଜାଇନ ଫଟୋ

ହାଇଦ୍ରାବାଦ: କଲୋମ୍ବିଆ ୟୁନିଭର୍ସିଟି ମେଲମ୍ୟାନ ସ୍କୁଲର ଗବେଷକଙ୍କ ମତରେ Hydraulic fracking ପ୍ରକ୍ରିୟା ଗର୍ଭବତୀ ମହିଳାଙ୍କ ପାଇଁ ଚିନ୍ତା ଓ ଅବସାଦର କାରଣ ହୋଇପାରେ । ପାଖାପାଖି 7,715 ଗର୍ଭବତୀ ମହିଳାଙ୍କୁ ନେଇ ଏହି ରିସର୍ଚ୍ଚ କରାଗଲା । ପେନସିଲଭାନିଆରେ ଥିବା ଏକ ଡାକ୍ତରଖାନାରେ ଜାନୁଆରୀ 2009 ରୁ ଜାନୁଆରୀ 2013 ମଧ୍ୟରେ ଥିବା ଗର୍ଭବତୀଙ୍କୁ ନେଇ ପରୀକ୍ଷା କରାଗଲା । ଅବସାଦ ଥିବା ମହିଳା ଓ ନଥିବା ମହିଳାଙ୍କୁ ନେଇ ରିସର୍ଚ୍ଚ କରାଗଲା । ରିସର୍ଚ୍ଚର ମୁଖ୍ୟ କାରକ ହେଲା Hydraulic Fracturing activity ।

Hydraulic fracturing activity କଣ?

ମାଟିତଳେ ଅନେକ ଖଣିଜ ପଦାର୍ଥ ଲୁଚି ହୋଇରହିଛି ବଡ ବଡ ପଥର ଆକାରରେ । ପଥରକୁ ଭାଙ୍ଗିବା ପାଇଁ ଏକ ମେସିନର ବ୍ୟବହାର କରାଯାଇଥାଏ । ମାଟିତଳେ ସରୁ କେନାଲ କରି ତୀବ୍ର ଗତିରେ ଜଳ ନିଷ୍କାସନ କରାଯାଇଥାଏ । ଜଳର ତୀବ୍ରତା ପଥରକୁ ଭାଙ୍ଗିବାରେ ସାହାଯ୍ୟ କରିଥାଏ । ଏହି ପ୍ରକ୍ରିୟାକୁ Hydraulic fracturing activity ।

ପ୍ରତି 100 ଜଣ ମହିଳାଙ୍କ ମଧ୍ୟରୁ 4ଜଣ ମହିଳା ଚିନ୍ତା ଓ ଅବସାଦର ଶିକାର ହୋଇଥାନ୍ତି । 100 ଜଣଙ୍କ ମଧ୍ୟରୁ ଯେଉଁମାନେ ଏହି ପ୍ରକ୍ରିୟା ହେଉଥିବା ସ୍ଥାନରୁ ଅଳ୍ପ ଦୂରରେ ରହିଥାନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ 15 ପ୍ରତିଶତ ମହିଳା ଅବସାଦର ଶିକାର ହୋଇଥାନ୍ତି । ଏହି ସମସ୍ୟା ଦୁର୍ଗମ କିମ୍ବା ବିକାଶଶୀଳ ଅଞ୍ଚଳରେ ଅଧିକ ଦେଖାଯାଇଥାଏ । କାରଣ ସେଠାରେ ମେଡିକାଲ ଚିକିତ୍ସା ପହଞ୍ଚି ପାରିନଥାଏ । ଏହାସହ ପ୍ରି-ଡେଲିଭରି ଓ ଓଜନ କମ ଥିବା ଶିଶୁଙ୍କ ଜନ୍ମ ହୋଇଥାଏ ।

ଏହି ପ୍ରକ୍ରିୟା ପରିବେଶକୁ ଅଧିକ କ୍ଷତି ପହଞ୍ଚାଇଥାଏ । ଏହାସହ ବିଶାକ୍ତ ଜଳ ମଧ୍ୟ ନିଷ୍କାସିତ ହୋଇଥାଏ । ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ । ଅନ୍ୟପକ୍ଷେ ମେସିନ ଦ୍ବାରା ଉଡୁଥିବା ଧୂଳି ମଧ୍ୟ ମାନସିକ ସମସ୍ୟା ସୃଷ୍ଟି କରିଥାଏ ଓ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଶବ୍ଦ । Hydraulic fracturingର ଶବ୍ଦ ଅଧିକ ତୀବ୍ର ହୋଇଥିବାରୁ ମନରେ ଚିଡିଚିଡା ଭାବ ମଧ୍ୟ ଆସିଥାଏ । ଗର୍ଭଧାରଣ ସମୟରେ ଏଭଳି ସ୍ଥାନରୁ ଯେତିକି ଦୂରେଇ ରହିବା ସେତିକି ଶିଶୁ ପାଇଁ ଲାଭଦାୟକ ହେବ । ଯେହେତୁ ଭାରତ ଏକ ବିକାଶଶୀଳ ଦେଶ ଓ ଏଠାରେ ପ୍ରତ୍ୟେକ ସମୟରେ କାମ ଚାଲିଥାଏ ତେଣୁ ଏହି ସମସ୍ୟାର ସମାଧାନ ଅନେକ ସମୟ ଲାଗିପାରେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.