ଶ୍ରୀନଗର: ଜମ୍ମୁକାଶ୍ମୀର ଅନନ୍ତନାଗରେ ଏନକାଉଣ୍ଟର । ସୁରକ୍ଷା କର୍ମୀ ଓ ପୋଲିସ ଗୁଳିରେ 4 ଆତଙ୍କୀ ସଫା । ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଏହି ଏନକାଉଣ୍ଟର ଜମ୍ମୁକାଶ୍ମୀର ପୋଲିସର ସ୍ପେଶିଆଲ ଅପରେସନ ଗ୍ରୁପ୍,ରାଷ୍ଟ୍ରୀୟ ରାଇଫଲ୍ ଓ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ ଫୋର୍ସ ମିଳିତ ଅପରେସନରେ କରାଯାଇଥିଲା ।
ତେବେ ଆତଙ୍କୀ ମାନେ ସୁରକ୍ଷା କର୍ମୀଙ୍କ ଉପରୁ ଗୁଳି ମାଡ କରିବା ପରେ ସୁରକ୍ଷା କର୍ମୀଙ୍କ ପାଲଟା ଜବାବରେ 4 ଆତଙ୍କୀ ନିପାତ ହୋଇଥିଲେ ।