ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ। ରିକ୍ଟର ସ୍କେଲରେ ତୀବ୍ରତା 3.7 ରେକର୍ଡ କରାଯାଇଛି। ସୋମବାର ସକାଳ 3.36 ସମୟରେ ଅରୁଣାଚଳ ପ୍ରଦେଶର ଅନଜୱ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଥିବା ବୋଲି ଜାତୀୟ ସେସିମୋଲୋଜି ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ରବିବାର 2.7 ରୁ 3.1 ପର୍ଯ୍ୟନ୍ତ ଚାରୋଟି କମ୍ପନ ଅନୁଭବ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି।
"2.8 ମ୍ୟାଗ୍ନିଚ୍ୟୁଡର ପ୍ରଥମ ଭୂକମ୍ପ ଝଟକା ସକାଳ 11:39 ରେ ଅନୁଭୂତ ହୋଇଥିଲା ଏବଂ ଦ୍ବିତୀୟଟି 3.0 ମ୍ୟାଗ୍ନିଚ୍ୟୁଡର ଅପରାହ୍ନ 5:23 ରେ ଅନୁଭୂତ ହୋଇଥିଲା। 3.1 ମ୍ୟାଗ୍ନିଚ୍ୟୁଡର ଅନ୍ୟ ଏକ ଭୂକମ୍ପ ସନ୍ଧ୍ୟା 6:47 ରେ ଏବଂ ଚତୁର୍ଥଟି ଭୂକମ୍ପଟି ସନ୍ଧ୍ୟା 7:29 ଯାହାକି 2.7 ମ୍ୟାଗ୍ନିଚ୍ୟୁଡର ଥିଲା ବୋଲି ପାଲଘର ଜିଲ୍ଲା ବିପର୍ଯ୍ୟୟ କକ୍ଷର ମୁଖ୍ୟ ବିବେକାନନ୍ଦ କଦମ କହିଛନ୍ତି।
ଦେଶରେ ଭୂକମ୍ପ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ସରକାରୀ ନୋଡାଲ୍ ଏଜେନ୍ସି ନ୍ୟାସନାଲ୍ ସେଣ୍ଟର ଫର ସେସମୋଲୋଜି ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ରବିବାର ଦିନ 11.39 ରୁ ସନ୍ଧ୍ୟା 7.29 ମଧ୍ୟରେ ଚାରିଟି ମୃଦୁ କମ୍ପନ ଅନୁଭୂତ ହୋଇଥିଲା।
ପାଲଘର ଜିଲ୍ଲାର କିଛି ଅଂଶ 2018 ଏବଂ 2019 ରେ ଅନେକ ଭୂକମ୍ପ କାର୍ଯ୍ୟକଳାପ ଅନୁଭବ କରିଥିଲେ ବି କୌଣସି ଆହତ କିମ୍ବା ସମ୍ପତ୍ତି ନଷ୍ଟର ସୂଚନା ନାହିଁ। ଏହି ସମୟରେ, ଗୁଜୁରାଟର କଚ୍ଛ ଅଞ୍ଚଳରେ ରବିବାର ସନ୍ଧ୍ୟା 22.07 ରେ 30 କିଲୋମିଟର ଗଭୀରତାରେ ଆଉ ଏକ ତୀବ୍ର ଭୂକମ୍ପ ହୋଇଥିଲା।