ETV Bharat / bharat

ତେଲେଙ୍ଗାନାରେ ମର୍ମନ୍ତୁଦ ଦୁର୍ଘଟଣା: କାରକୁ ଧକ୍କା ଦେଲା ଟିପର, 4ମୃତ - tipper hits a car in Hyderabad

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଗଚିବୌଲ୍ଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ଚାରି ଜୀବନ । ଅଧିକ ପଢନ୍ତୁ...

କାରକୁ ଧକ୍କା ଦେଲା ଟିପର,4ମୃତ
କାରକୁ ଧକ୍କା ଦେଲା ଟିପର,4ମୃତ
author img

By

Published : Dec 13, 2020, 8:32 AM IST

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ଅନ୍ତର୍ଗତ ଗଚିବୌଲ୍ଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ଟିପର । ଦୁର୍ଘଟଣାରେ ଚାଲିଗଲା ଚାରି ଜୀବନ ।

ସୂଚନାଅନୁସାରେ, ଚାରିଜଣ ଯୁବକ ଗୋଟିଏ କାରରେ ଯାଉଥିବା ସମୟରେ ସମୟ ଭୋର 3 ଟାରେ ତାଙ୍କ ଗାଡିକୁ ଗୋଟିଏ ଟିପର ଧକ୍କା ଦେଇଥିଲା । ଫଳରେ ଗାଡିଟି ଓଲଟି ପଡିଥିଲା । ଘଟଣାସ୍ଥଳରେ ହିଁ ଚାରିଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଜଣେ ଗୁରୁତର ଭାବରେ ଆହତ ହୋଇଛନ୍ତି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଜଣଙ୍କୁ ଗଚିବୌଲ୍ଲିର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଛି । ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଓସମାନିଆ ଡାକ୍ତରଖାନାକୁ ନିଆଯାଇଛି । ତେବେ ଖବର ପାଇ ପୋଲିସ ଘଟଣାର ତଦନ୍ତ କରିବା ସହ ଦ୍ରୁତ ଗତି ଦୁର୍ଘଟଣାର କାରଣ ବୋଲି କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.