ETV Bharat / bharat

ପାକ୍‌ ନେତାଙ୍କ କଣ୍ଠରେ 'ସାରେ ଜାହାନ ସେ ଆଚ୍ଛା ହିନ୍ଦୁସ୍ତାନ ହମାରା' - ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ଗୋଟିଏ ପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ଯୁଦ୍ଧ ଧମକ ଦେଉଛନ୍ତି । ସେପଟେ ଭାରତ ପ୍ରତି ପ୍ରେମ ଦେଖାଇଛନ୍ତି ପାକିସ୍ତାନର ଜଣେ ନେତା ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 1, 2019, 2:27 AM IST

ଲଣ୍ଡନ: ପାକିସ୍ତାନ ନେତାଙ୍କ ଭାରତ ପ୍ରେମ । ଗୋଟିଏ ପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ଯୁଦ୍ଧ ଧମକ ଦେଉଥିବା ବେଳେ ଅନ୍ୟପଟେ ଭାରତ ପ୍ରତି ପ୍ରେମ ଦେଖାଇଛନ୍ତି ପାକିସ୍ତାନର ଜଣେ ନେତା । ମୁତାହିଦ କମ ମୁଭମେଣ୍ଟ ପାର୍ଟିର ସଂସ୍ଥାପକ ଅଲ୍‌ତାଫ ହୁସେନ ଭାରତ ପ୍ରଶଂସାରେ 'ସାରେ ଜାହାନ ସେ ଆଚ୍ଛା ହିନ୍ଦୁସ୍ତାନ ହମାରା' ଗୀତ ଗାଉଥିବା ନଜର ଆସିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓ ସୌଜନ୍ୟ: ଏଏନଆଇ

ଅଲ୍‌ତାଫ ହୁସେନ ବର୍ତ୍ତମାନ ଲଣ୍ଡନରେ ବସବାସ କରୁଛନ୍ତି । ତେବେ କିଛି ଦିନ ପୂର୍ବରୁ ସେ କାଶ୍ମୀର ଲୋକଙ୍କୁ ପାକିସ୍ତାନୀ ସେନା ଏବଂ ପାକିସ୍ତାନ ସରକାରଙ୍କ ଉପରେ ବିଶ୍ବାସ ନକରିବାକୁ ଅନୁରୋଧ କରିଥିଲେ । ସେ ଟ୍ବିଟ କରି କହିଥିଲେ ଯେ ପାକିସ୍ତାନ ସରକାର ଏବଂ ସେନା 72 ବର୍ଷରୁ ଆପଣଙ୍କୁ ଧୋକା ଦେଇ ଆସୁଛନ୍ତି । ଆଜି ମଧ୍ୟ ସେ ଏଭଳି କରୁଛନ୍ତି । ଉଭୟ କାଶ୍ମୀରକୁ ନେଇ ଗମ୍ଭୀର ନଥିବା ଅଭିଯୋଗ କରିଥିଲେ ଅଲ୍‌ତାଫ ।

ତେବେ 1992ରେ ପାକିସ୍ତାନ ସରକାର ଅଲତାଫଙ୍କ ଦଳ ଉପରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ନେବା ପରଠାରୁ ସେ ଦେଶ ଛାଡି ବ୍ରିଟେନରେ ରହୁଛନ୍ତି । ଏହାପରେ 2015ରେ ପାକିସ୍ତାନୀ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଥିଲେ । ତାଙ୍କ ଉପରେ ହତ୍ୟା, ଦେଶଦ୍ରୋହ, ହିଂସାତ୍ମକ କାର୍ଯ୍ୟକଳାପ ଭଳି ସଙ୍ଗୀନ ଅଭିଯୋଗ ଲାଗିଛି ।

ସ୍ମାର୍ଟ ସିଟି ରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ଫେନି। ଦେଖନ୍ତୁ ଢ଼ିଡିଓ ରେ ଲାଇବ ଅପଡେଟ। ଅନ୍ୟ ପଟେ 
ପବନ ବୋହିବା 120 କିଲେମିଟର ରୁ 150। 
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.