ETV Bharat / bharat

ଗାଈ ପେଟରୁ ବାହାରିଲା 45 କିଲୋ ପଲିଥିନ

ପଲିଥିନ ବ୍ୟବହାର ମଣିଷ ପାଇଁ ସାଧାରଣ ହୋଇଥିଲେ ମଧ୍ୟ ଏହା ପଶୁପକ୍ଷୀଙ୍କ ପାଇଁ ଘାତକ ସାଜିଛି । କିଛି ଦିନ ତଳେ ହରିଆଣାର ହିସାରରେ ଏକ ଗାଈକୁ ଅପରେସନ କରାଯିବା ପରେ ପେଟରୁ 45 କେଜି ଓଜନର ପଲିଥିନ ବାହାରିଥିଲା । ଏହା ସହିତ କିଛି ଲୁହା ଖଣ୍ଡ ମଧ୍ୟ ଉକ୍ତ ଗାଈ ପେଟରୁ ବାହାରିଥିବା ଜଣାପଡ଼ିଛି ।

author img

By

Published : Aug 27, 2019, 7:24 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଚଣ୍ଡିଗଡ଼: ପଲିଥିନ ବନ୍ଦ କରିବାକୁ ସରକାରୀ ସ୍ତରରେ ବାରମ୍ବାର ସଚେତନ ବାର୍ତ୍ତା ଦିଆଯାଉଛି । ଏପରିକି ବିଭିନ୍ନ ଦୋକାନ ଗୁଡିକରେ ଚଢାଉ ହେଉଥିବା ଦେଖିବାକୁ ମିଳିଛି । ମାତ୍ର ଏସବୁ ସତ୍ତ୍ବେ ମଣିଷ ପଲିଥିନର ପିଛା ଛାଡ଼ିପାରୁନାହିଁ । ଆଉ ଏହି ପଲିଥିନ ବ୍ୟବହାର ପଶୁପକ୍ଷୀମାନଙ୍କ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହେଉଛି । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ହରିଆଣାର ହିସାର ଅଞ୍ଚଳରେ ।

ଏହି ଅଞ୍ଚଳରେ ଥିବା ତଲଓ୍ବଣ୍ଡି ରାଣା ଗୋଶାଳାରେ ଏକ ଗାଈ ଦୀର୍ଘଦିନରୁ ଯନ୍ତ୍ରଣାରେ ଛଟପଟ ହେଉଥିଲା । ଫଳରେ ଗୋଶାଳାର କର୍ମୀମାନେ ତାର ଚିକିତ୍ସା ପାଇଁ ପଶୁ ଚିକିତ୍ସାଳୟକୁ ନେଇଥିଲେ । ତେବେ ସେଠାରେ ଉକ୍ତ ଗାଈର ଚିକିତ୍ସା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଗାଈ ପେଟରୁ ପାଖାପାଖି 45 କେଜି ଆବର୍ଜନା ବାହାରି ଥିଲା । ସେହି ଆବର୍ଜନାରେ ପଲିଥିନର ପରିମାଣ ଅଧିକ ରହିଥିବା ବେଳେ କିଛି ଲୁହା ଖଣ୍ଡ ଓ ରବର ମଧ୍ୟ ରହିଥିବା ଦେଖିବାକୁ ମିଳିଥିଲା ।

ତେବେ ଗାଈର ଅସ୍ତ୍ରୋପଚାର ପାଇଁ ଡାକ୍ତରଙ୍କୁ 7ରୁ 8 ଘଣ୍ଟା ସମୟ ଲାଗିଥିଲା । ଦୀର୍ଘ ସମୟ ଧରି ଅପରେସନ ପରେ ଉକ୍ତ ଗାଈଟି ବଞ୍ଚି ଯାଇଥିଲା । ତେବେ ଏହି ପଲିଥିନ ପାଇଁ ଅନ୍ୟ ପଶୁପକ୍ଷୀ ମାନେ ମଧ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବେ ସେଥିରେ ସନ୍ଦେହ ନାହିଁ ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.