ETV Bharat / bharat

ରାଜସ୍ଥାନର ପୂର୍ବତନ ଯୁବ କଂଗ୍ରେସ ସଭାପତି ବିକ୍ରମ ଶର୍ମାଙ୍କୁ ଗୁଳି କରି ହତ୍ୟା

author img

By

Published : Jul 23, 2020, 6:09 AM IST

ଗତକାଲି (ବୁଧବାର) ରାତିରେ ଅଜମେରର ସିନେ ୱାର୍ଲ୍ଡ ନିକଟରେ ରାଜସ୍ଥାନର ଯୁବ କଂଗ୍ରେସ ସଭାପତି ବିକ୍ରମ ଶର୍ମାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

former-youth-congress-president-vikram-sharma-murdered
ରାଜସ୍ଥାନର ପୂର୍ବତନ ଯୁବ କଂଗ୍ରେସ ସଭାପତି ବିକ୍ରମ ଶର୍ମା ଗୁଳି କରି ହତ୍ୟା

ଅଜମେର (ରାଜସ୍ଥାନ): ଗତକାଲି (ବୁଧବାର) ରାତିରେ ଅଜମେରର ସିନେ ୱାର୍ଲ୍ଡ ନିକଟରେ ରାଜସ୍ଥାନର ଯୁବ କଂଗ୍ରେସ ସଭାପତି ବିକ୍ରମ ଶର୍ମାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବନ୍ଧୁକ ଏବଂ ହାତୁଡ଼ି ଧରିଥିବା 10-12 ଜଣିଆ ଦଳ ଶର୍ମାଙ୍କ ଉପରକୁ ଗୁଳି ଚଳାଇ ଘଟଣା ସ୍ଥଳରୁ ଖସି ଯାଇଥିଲେ ବୋଲି ଜଣେ ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି ।

ପରବର୍ତ୍ତୀ ସମୟରେ ପୋଲିସ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ପୀଡିତଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଖବର ଅନୁଯାୟୀ, ଜମି ବିବାଦ ମାମଲାରେ ଶର୍ମାଙ୍କୁ କିଛି ମାସ ପୂର୍ବରୁ ସ୍ଥାନୀୟ ଗ୍ୟାଙ୍ଗଷ୍ଟର ଆକ୍ରମଣ କରିଥିଲା ।

‘‘ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ ଶର୍ମାଙ୍କୁ ଗ୍ୟାଙ୍ଗଷ୍ଟର ପ୍ରତିଦ୍ୱନ୍ଦ୍ୱିତାରେ ହତ୍ୟା କରାଯାଇଛି । ଶର୍ମାଙ୍କ ଉପରେ ପ୍ରାୟ 10-12 ରାଉଣ୍ଡ ଗୁଳି ଚଳାଇ ଘଟଣା ସ୍ଥଳରୁ ଅପରାଧାମାନେ ଖସି ଯାଇଛନ୍ତି । ଶବ ବ୍ୟବଚ୍ଛେଦ ଶେଷ ହେବା ପରେ ଘଟଣା ସମ୍ପର୍କରେ ଅଧିକ ଜଣାପଡିବ’’ ବୋଲି କହିଛନ୍ତି ଅଜମେର ପୋଲିସ ଅଧୀକ୍ଷକ କୁନୱର ରାଷ୍ଟ୍ରେଦୀପ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.