ETV Bharat / bharat

ବିଜେପି ବିଧାୟିକାଙ୍କ ଜୀବନ ନେଲା କୋରୋନା - ବିଜେପି ବିଧାୟକ କିରଣ ମାହେଶ୍ବରୀ

ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟିକା କିରଣ ମାହେଶ୍ବରୀଙ୍କ ଦେହାନ୍ତ । କୋରୋନାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ବିଜେପି ବିଧାୟକ
ବିଜେପି ବିଧାୟକ
author img

By

Published : Nov 30, 2020, 7:54 AM IST

Updated : Nov 30, 2020, 9:19 AM IST

ଜୟପୁର: କୋରୋନା ନେଲା ଆଉ ଜଣେ ଲୋକପ୍ରତିନିଧିଙ୍କ ଜୀବନ । ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟିକା କିରଣ ମାହେଶ୍ବରୀଙ୍କ କୋରୋନାରେ ଦେହାନ୍ତ ହୋଇଛି । ରବିବାର ବିଳମ୍ବିତ ରାତିରେ ଗୁରୁଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ତେବେ ତାଙ୍କର ଦେହାନ୍ତରେ ରାଜସ୍ଥାନ ବିଜେପିରେ ଶୋକର ଛାୟା ଖେଳିଯାଇଛି ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିରଣ ମାହେଶ୍ବରୀଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି । ଟ୍ବିଟ୍‌ କରି ସେ ନିଜର ଶୋକବ୍ୟକ୍ତ କରିଛନ୍ତି । କିରଣ ମାହେଶ୍ବରୀଙ୍କ ଅକ୍ଟୋବର 28 ତାରିଖରେ କୋରୋନା ପଜିଟିଭ୍‌ ଆସିଥିଲା । ତାଙ୍କୁ ଚିକିତ୍ସା ପାଇଁ ଉଦୟପୁରର ସ୍ଥାନୀୟ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ମେଦାନ୍ତକୁ ସ୍ଥାନାନ୍ତରିତ କରାଯାଇଥିଲା ।

କୋଭିଡ୍‌ରେ ଆକ୍ରାନ୍ତ ହେବା ପୂର୍ବରୁ ସେ ଦଳର ସଙ୍ଗଠନରେ ସକ୍ରିୟ ଥିବା ସହ ସ୍ଥାନୀୟ ନିର୍ବାଚନରେ ବ୍ୟସ୍ତ ଥିଲେ । ଏହିଠାରୁ ହିଁ ତାଙ୍କୁ ସଂକ୍ରମଣ ହୋଇଥିବା କୁହାଯାଉଛି । ତେବେ ସେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ରାଜ୍ୟର ବିଜେପି ନେତୃତ୍ବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହିତ ବରାବର ଯୋଗାଯୋଗରେ ଥିଲେ ।

1961 ମସିହା ଅକ୍ଟୋବର 29 ତାରିଖରେ କିରଣ ମାହେଶ୍ବରୀ ଜନ୍ମଗ୍ରହଣ କରିଥିଲେ। ସେ ବିଜେପି ବିଧାୟକ, ସାଂସଦ ଓ ରାଜସ୍ଥାନ ସରକାରରେ ମନ୍ତ୍ରୀ ମଧ୍ୟ ରହିଛନ୍ତି । ସେହିପରି ସେ ରାଜସ୍ଥାନ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ମଧ୍ୟ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 30, 2020, 9:19 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.