ETV Bharat / bharat

ନିର୍ବାଚନ ପ୍ରଚାର ସମୟରେ ରାଗିଗଲେ ଦେବେନ୍ଦ୍ର ଫଡନାଭିସ

author img

By

Published : Feb 3, 2020, 3:13 AM IST

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦିଲ୍ଲୀ ନିର୍ବାଚନ ପ୍ରଚାର କରୁଛନ୍ତି । ଏହି କ୍ରମରେ ଦିଲ୍ଲୀର ଲକ୍ଷ୍ମୀନଗର ନିର୍ବାଚନମଣ୍ଡଳୀରେ ପ୍ରଚାର କରୁଥିବା ସମୟରେ ତାଙ୍କୁ କିଛି ପ୍ରଶ୍ନ କରାଯାଇଥିଲା । ସେହି ପ୍ରଶ୍ନ ସମୟରେ ସେ ରାଗିଯାଇଥିଲେ । କାରଣ ଜାଣନ୍ତୁ...

former-cm-of-maharasthara-devendra-fadnavis-angry-at-the-time-of-delhi-election-campaign
ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଦିଲ୍ଲୀ ନିର୍ବାଚନ ପ୍ରଚାର ସମୟରେ ରାଗିଗଲେ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟୀର ସମସ୍ତ ନେତା ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନରେ ଜୋରସୋରରେ ଲାଗିପଡିଛନ୍ତି । ବିଜେପି ଶାସିତ ମନ୍ତ୍ରୀ ଓ ହେଭିୱେଟ ମାନେ ମଧ୍ୟ ଦଳୀୟ ପ୍ରଚାରରେ ଲାଗିପଡିଛନ୍ତି । ଏହି କ୍ରମରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଦିଲ୍ଲୀରେ ଜନସଭା ଓ ପଦଯାତ୍ରା କରୁଛନ୍ତି । ଫଡନାଭିସ ଲକ୍ଷ୍ମୀ ନଗର ବିଧାନସଭାର ଦଳୀୟ ପ୍ରାର୍ଥୀ ଅଭୟ ବର୍ମାଙ୍କ ସମର୍ଥନ ପାଇଁ ପଦଯାତ୍ରା କରିଛନ୍ତି ।

"ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ଜନସମର୍ଥନ ମିଳୁଛି, ଦିଲ୍ଲୀ ଜନସାଧାରଣ ଏଥର ସରକାର ପରିବର୍ତ୍ତନ କରିବା ପାଇଁ ନିଶ୍ଚିତ ମନ କରିସାରଛନ୍ତି ବୋଲି ଫଡନାଭିସ କହିଛନ୍ତି । ସେ ଦିଲ୍ଲୀର ସମସ୍ତ ଗଳିକନ୍ଦିରେ ପ୍ରଚାର କରୁଛନ୍ତି କିନ୍ତୁ ଏଠାରେ କୌଣସି ବିକାଶ କାର୍ଯ୍ୟ ଦେଖାଯାଉନାହିଁ' ବୋଲି କହିଛନ୍ତି। କେଜ୍ରିୱାଲ ସରକାର ଗତ ପାଞ୍ଚବର୍ଷରେ ଉନ୍ନୟନମୂଳକ କାର୍ଯ୍ୟ କରିପାରିନାହିାଁନ୍ତି ବୋଲି ସେ କଟାକ୍ଷ କରିଛନ୍ତି ।

ଦିଲ୍ଲୀ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପିର ନେତା ମାନେ ବିବାଦୀୟ ଭାଷଣ ଦେଇଥିଲେ । ସେହି ଆଧାରରେ ପଚରାଯାଇଥିବା ପ୍ରଶ୍ନରେ ଫଡନାଭିସ୍ ରାଗିଯାଇଥିଲେ । ଏହି ବିୟାନକୁ ନେଇ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି ଏବଂ ଏହା ଉପରେ ଦଳ ମଧ୍ୟ ମତ ରଖିସାରିଛି ବୋଲି ଫଡନାଭିସ କହିଛନ୍ତି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ନେଇ ରାଜନୀତି କରୁଛନ୍ତି କାରଣ ସେ କୌଣସି ବିକାଶ ମୂଳକ କାର୍ଯ୍ୟ କରିପାରିନାହାଁନ୍ତି ବୋଲି ଫଡନାଭିସ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.