ETV Bharat / bharat

ଛତିଶଗଡ ପୂର୍ବତମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଗୁରୁତର, ଚାଲିଛି ମ୍ୟୁଜିକ୍ ଥେରାପି - ସଙ୍ଗ ଥେରାପି

ଛତିଶଗଡର ଶ୍ରୀ ନାରାୟଣ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ସୁନୀଲ ଖେମକା କହିଛନ୍ତି ଯେ, ସୋମବାର ଅପରାହ୍ନରୁ 74 ବର୍ଷିୟ ଅଜିତ ଯୋଗୀଙ୍କୁ ମ୍ୟୁଜିକ ଥେରାପି ଦିଆଯାଉଛି । ଅଧିକ ପଢନ୍ତୁ....

ପୂର୍ବ ସିଏମ ଅଜିତ ଯୋଗୀଙ୍କ ଅବସ୍ଥା ଗୁରୁତର
ପୂର୍ବ ସିଏମ ଅଜିତ ଯୋଗୀଙ୍କ ଅବସ୍ଥା ଗୁରୁତର
author img

By

Published : May 12, 2020, 12:00 PM IST

ରାୟପୁର: ଛତିଶଗଡ ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଅବସ୍ଥା ମଙ୍ଗଳବାର କ୍ରମାଗତ ଭାବେ ଚତୁର୍ଥ ଦିନ ପାଇଁ ଗୁରୁତର ରହିଛି । ସେ ରାୟପୁରର ଶ୍ରୀ ନାରାୟଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଖାନା ପରିଚାଳନା ଅନୁଯାୟୀ, ତାଙ୍କର ମସ୍ତିଷ୍କ ଠିକ ଭାବେ କାର୍ଯ୍ୟ କରୁନାହିଁ ଏବଂ ସେ କୋମାରେ ଅଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କୁ କୋମାରୁ ବାହାରକୁ ଆଣିବାକୁ ତାଙ୍କର ପ୍ରିୟ ଗୀତଗୁଡ଼ିକୁ ଶୁଣାଯାଉଛି । ତେବେ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ସେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଡାକ୍ତରମାନେ ତାଙ୍କୁ ହୋସକୁ ଆଣିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । କିନ୍ତୁ ଯୋଗୀଙ୍କ ଅବସ୍ଥା ପୂର୍ବପରି ରହିଛି ଯାହା ବେଶ ଚିନ୍ତାର କାରଣ ପାଲଟିଛି ।

ଶ୍ରୀ ନାରାୟଣ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ସୁନୀଲ ଖେମକା କହିଛନ୍ତି ଯେ, ସୋମବାର ଅପରାହ୍ନରୁ 74 ବର୍ଷିୟ ଅଜିତ ଯୋଗୀଙ୍କୁ ମ୍ୟୁଜିକ ଥେରାପି ଦିଆଯାଉଛି । ଏହା ଅଧୀନରେ, 70 ଦଶକର ତାଙ୍କର ପ୍ରିୟ ଗୀତଗୁଡିକ ଟ୍ରାନଜିଷ୍ଟର କାନଭାନ୍ସ ମାଧ୍ୟମରେ ଗୀତ ଶୁଣାଯାଉଛି । ପ୍ରାୟ 5000 ଗୀତର ଲିଷ୍ଟ ରହିଛି । ତାଙ୍କୁ କମ ଭଲ୍ୟୁମରେ ସଙ୍ଗ ଥେରାପି ଦିଆଯାଉଛି । ତାଙ୍କ ମସ୍ତିଷ୍କର କାର୍ଯ୍ୟକଳାପ ପାଇଁ ଏହା କରାଯାଉଛି । ଡାକ୍ତରମାନେ ଶୀଘ୍ର ତାଙ୍କ ଅବସ୍ଥା ସୁଧାରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ପରିସ୍ଥିତି ଗୁରୁତର ରହିଛି ।

ଡାକ୍ତର ଖେମକାଙ୍କ ଅନୁଯାୟୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଜୋଗୀଙ୍କ ଅବସ୍ଥା ମଙ୍ଗଳବାର ମଧ୍ୟ ଚିନ୍ତାଜନକ ରହିଛି । ତାଙ୍କର ହାର୍ଟ, ରକ୍ତଚାପ ଏବଂ ୟୁରିନ ଆଉଟପୁଟକୁ ନିୟନ୍ତ୍ରଣ କରାଯାଇଛି, କିନ୍ତୁ ସ୍ନାୟୁଗତ କାର୍ଯ୍ୟକଳାପଗୁଡ଼ିକ ଭଲସେ କାମ କରୁନହିଁ । ଯାହା ମସ୍ତିଷ୍କରେ ଅବହେଳିତ କାର୍ଯ୍ୟକଳାପ ଅଛି । ସେ ନିଜେ ଭେଣ୍ଟିଲେଟର ଦ୍ବାରା ନିଶ୍ୱାସ ପ୍ରଶ୍ୱାସ ନେଉଛନ୍ତି । ମେଡିକାଲ ପ୍ରୋଟୋକଲ ଅନୁଯାୟୀ, ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଦଳ ସେମାନଙ୍କୁ ତଦାରଖ କରୁଛନ୍ତି । ପରବର୍ତ୍ତୀ 24 ରୁ 48 ଘଣ୍ଟା ସମୟ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ତେବେ ମେ 1ରେ ଛତିଶଗଡର ପୂର୍ବତନ ସିଏମ ଅଜିତ ଯୋଗୀଙ୍କୁ ହୃଦ୍‌ଘାତ ଯୋଗୁଁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.