ETV Bharat / bharat

ରାଜ୍ୟସଭାରେ ଶପଥ ନେଲେ ରଞ୍ଜନ ଗୋଗୋଇ - Rajya Sabha MP Ranjan Gogoi

ରାଜ୍ୟସଭା ସଦସ୍ୟଭାବେ ଶପଥ ନେଇଛନ୍ତି ସୁପ୍ରମିକୋର୍ଟର ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇ । ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୋଗୋଇଙ୍କୁ ରାଜ୍ୟସଭାକୁ ମନୋନିତ କରିଥିଲେ । ଅଧିକ ପଢନ୍ତୁ...

ରାଜ୍ୟସଭାରେ ଶପଥ ନେଲେ ରଞ୍ଜନ ଗୋଗୋଇ
ରାଜ୍ୟସଭାରେ ଶପଥ ନେଲେ ରଞ୍ଜନ ଗୋଗୋଇ
author img

By

Published : Mar 19, 2020, 12:30 PM IST

ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ବିପକ୍ଷଙ୍କ ହଙ୍ଗାମା ମଧ୍ୟରେ ଗୋଗୋଇଙ୍କ ଶପଥ ଗ୍ରହଣ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଗୋଗୋଇଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ ।

ରାଜ୍ୟସଭାରେ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇ ଶପଥ ନେବା ସମୟରେ ଗୃହରେ ବିପକ୍ଷଙ୍କ ଜୋରସୋରରେ ହଙ୍ଗାମା ଦେଖିବାକୁ ମିଳିଥିଲା । ଗୋଗୋଇ ଶପଥ ନେଉଥିବା ସମୟରେ ବିପକ୍ଷ ଦଳର ସାଂସଦ ଗୃହତ୍ୟାଗ କରିଦେଇଥିଲେ । ଏହାକୁ ନେଇ ବିପକ୍ଷଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ପୂର୍ବରୁ ଅନେକ ବିଶିଷ୍ଟ ବ୍ୟକ୍ତି ଓ ପୂର୍ବତନ ସିଜେଆଇ ସଂସଦର ସଦସ୍ୟ ହୋଇସାରିଛନ୍ତି । ତେବେ ରାଜ୍ୟସଭା ସଦସ୍ୟଭାବେ ଶପଥ ନେଇଥିବା ଗୋଗୋଇ ନିଶ୍ଚିତ ରୂପେ ସଂସଦରେ ତାଙ୍କର ସର୍ବୋତ୍ତମ ଯୋଗଦାନ ଦେବେ । ଗୋଗୋଇଙ୍କ ଶପଥ ଗ୍ରହଣ ସମୟରେ ଏପରି ଗୃହତ୍ୟାଗ କରିବା ଅନ୍ୟାୟ ବୋଲି କହିଛନ୍ତି ରବିଶଙ୍କର ।

ଶପଥ ନେବାପରେ ରଞ୍ଜନ ଗୋଗୋଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ଭେଟିଛନ୍ତି । ଗୋଗୋଇଙ୍କୁ ରାଜ୍ୟସଭାକୁ ମନୋନୀତ କରିବାକୁ ନେଇ ବିପକ୍ଷ ଆପତ୍ତି ଜାହିର କରିଛି । କଂଗ୍ରେସ, ଶିବସେନା ସମେତ ଅନେକ ଦଳ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି । ରଞ୍ଜନ ଗୋଗୋଇ ଦେଶର 46 ତମ ମୁଖ୍ୟ ବିଚାରପତି ରହିଥିଲେ । ସେ ସିଜେଆଇ ପଦରେ 3 ଅକ୍ଟୋବର 2018ରୁ 17 ନଭେମ୍ବର 2019 ଯାଏଁ ନିଜର କାର୍ଯ୍ୟଭାର ସମ୍ଭାଳିଛନ୍ତି । 1954ରେ ଆସାମରେ ଜନ୍ମିତ ରଞ୍ଜନ ଗୋଗୋଇଙ୍କ ବାପା କେଶବ ଚନ୍ଦ୍ର ଗୋଗୋଇ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ । ରାମଜନ୍ମଭୂମି, ଆରଟିଆଇ ସମେତ ଅନେକ ଐତିହାସିକ ନିଷ୍ପତ୍ତି ଉପରେ ନିଜର ରାୟ ଶୁଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.