ରାୟପୁର: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା କଂଗ୍ରେସ ନେତା ଅଜିତ ଯୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ଆଜି (ଶନିବାର) ସକାଳେ ତାଙ୍କ ଅବସ୍ଥା ଖରାପ ହେବା ପରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।
ଅଜିତ ଯୋଗୀ 2016ରେ କଂଗ୍ରେସରୁ ବିଦାୟ ନେଇ ନିଜର ନୂଆ ଦଳ ‘ଜନତା କଂଗ୍ରେସ’ ଗଠନ କରିଥିଲେ । 2004ରେ ଏକ କାର ଦୁର୍ଘଟଣାରେ ସେ ତାଙ୍କର ଦୁଇ ଗୋଡ ହରାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ