ରାୟପୁର: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ଜଣାପଡିଛି । ଅଜିତ ଯୋଗୀ କୋମାରେ ଥିବା ଡାକ୍ତର କହିଛନ୍ତି । ଶନିବାର ହଠାତ୍ ଅସୁସ୍ଥତା ପରେ ତାଙ୍କୁ ରାୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆସନ୍ତା 48 ଘଣ୍ଟାର ଅବଜରବେସନ ପରେ ହିଁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ କିଛି କହିହେବ ବୋଲି ଡାକ୍ତର କହିଛନ୍ତି ।
ଶନିବାର ସନ୍ଧ୍ୟା ପରଠାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଅବସ୍ଥାରେ କୌଣସି ଉନ୍ନତି ପରିଲିକ୍ଷିତ ହୋଇନାହିଁ । ଶନିବାର ସନ୍ଧ୍ୟାରେ ପ୍ରକାଶିତ ମେଡିକାଲ ରିପୋର୍ଟ ଅନୁଯାୟୀ ଯୋଗୀଙ୍କ ମସ୍ତିଷ୍କ ଫୁଲିଥିବାର ସୂଚନା ମିଳିଛି । ଆହୁରି ମଧ୍ୟ, ଆଗାମୀ 48 ରୁ 72 ଘଣ୍ଟା ଯୋଗୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି କୁହାଯାଇଛି ।
ବର୍ତ୍ତମାନ ଡାକ୍ତରୀ ଦଳ ଯୋଗୀଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି। ସେପଟେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ରାୟପୁରରୁ ଦିଲ୍ଲୀ ପଠାଇବା ନେଇ ଚର୍ଚ୍ଚା ହେଉଥିବା ସୂଚନା ମିଳିଛି ।