ETV Bharat / bharat

ଲକଡାଉନ ନିୟମ ଉଲ୍ଲଂଘନ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା ଗିରଫ - ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନା ଗିରଫ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ସହାୟତା ପାଇଁ ସଶସ୍ତ୍ର ବାହିନୀଙ୍କୁ ନିୟୋଜିତ କରିବାକୁ ଦାବି କରି ସେ ରାଜଘାଟରେ ଧାରଣା ପ୍ରଦର୍ଶନ କରିଥିଲେ । ଦିଲ୍ଲୀ ପୋଲିସ ଟ୍ବିଟ କରି ଏହି ସୂଚନା ଦେଇଛି ।

Yashwant Sinha
Yashwant Sinha
author img

By

Published : May 18, 2020, 8:44 PM IST

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ସହାୟତା ପାଇଁ ସଶସ୍ତ୍ର ବାହିନୀଙ୍କୁ ନିୟୋଜିତ କରିବାକୁ ଦାବି କରି ସେ ରାଜଘାଟରେ ଧାରଣା ପ୍ରଦର୍ଶନ କରିଥିଲେ । ଦିଲ୍ଲୀ ପୋଲିସ ଟ୍ବିଟ କରି ଏହି ସୂଚନା ଦେଇଛି । ଦିଲ୍ଲୀ ଭଳି ଅତ୍ୟଧିକ କୋରୋନା ପ୍ରଭାବିତ ଅଞ୍ଚଳରେ ଲକଡାଉନ ନିୟମର ଖୋଲାଖୋଲି ଉଲ୍ଲଂଘନ କରି ଧାରଣା ପ୍ରଦର୍ଶନ ମାମଲାରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି ।

ସୋମବାର ଯଶବନ୍ତ ସିହ୍ନା ଟ୍ବିଟ କରି 11 ଟାରୁ ଦିଲ୍ଲୀର ରାଜଘାଟ ଠାରେ ଏକ ଧାରଣା ପ୍ରଦର୍ଶନ ଆରମ୍ଭ କରିଥିବା ସୂଚନା ଦେଇଥିଲେ । ଧାରଣ ପ୍ରଦର୍ଶନର କାରଣରେ ସେ, ପ୍ରବାସୀ ଶ୍ରମିକମାନଙ୍କୁ ସମ୍ମାନର ସହ ଘରକୁ ନେବାକୁ ସଶସ୍ତ୍ର ବାହିନୀ ଏବଂ ପାରା ମିଲିଟାରୀ ଫୋର୍ସ ନିୟୋଜନ କରିବାକୁ ଦାବି କରିଥିଲେ । ଏହାସହ ଏହି ଧାରଣା ପ୍ରଦର୍ଶନ ପାଇଁ ସମସ୍ତଙ୍କ ସମର୍ଥନ ଆବଶ୍ୟକ ବୋଲି ଲେଖିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.