ETV Bharat / bharat

ହାଥରସ ଗଣଦୁଷ୍କର୍ମ ଘଟଣା: ଆସିଲା ଫରେନ୍ସିକ ରିପୋର୍ଟ, ହୋଇନି ଗଣଦୁଷ୍କର୍ମ

author img

By

Published : Oct 1, 2020, 5:55 PM IST

ହାଥରସ ଗଣଦୁଷ୍କର୍ମ ଘଟଣାରେ ମେଡିକାଲ ରିପୋର୍ଟ ପରେ ଏବେ ପୀଡିତାଙ୍କ ଫରେନ୍ସିକ ରିପୋର୍ଟ ମଧ୍ୟ ଆସି ସାରିଛି । ପୀଡିତାଙ୍କ ସହ ଗଣଦୁଷକର୍ମ ହୋଇନଥିବା ନେଇ ସ୍ପଷ୍ଟ କରିଛନ୍ତି ଏଡିଜି(ଆଇନ ଓ ଶୃଙ୍ଖଳା) ପ୍ରଶାନ୍ତ କୁମାର । ଅଧିକ ପଢନ୍ତୁ...

ହାଥରସ ଗଣଦୁଷ୍କର୍ମ ଘଟଣା: ଆସିଲା ଫରେନ୍ସିକ ରିପୋର୍ଟ, ହୋଇନି ଗଣଦୁଷ୍କର୍ମ
ହାଥରସ ଗଣଦୁଷ୍କର୍ମ ଘଟଣା: ଆସିଲା ଫରେନ୍ସିକ ରିପୋର୍ଟ, ହୋଇନି ଗଣଦୁଷ୍କର୍ମ

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ଘଟଣାରେ ସମଗ୍ର ଦେଶରେ ଉତ୍ତେଜନା ଯେତେ ତୀବ୍ର ହେବାରେ ଲାଗିଛି ମାମଲା ମଧ୍ୟ ସେତେ ଜୋରରେ ନୂଆ ମୋଡ ନେଉଛି । ମେଡିକାଲ ରିପୋର୍ଟ ପରେ ଏବେ ପୀଡିତାଙ୍କ ଫରେନ୍ସିକ ରିପୋର୍ଟ ମଧ୍ୟ ଆସି ସାରିଛି । ଆଉ ଫରେନ୍ସିକ ରିପୋର୍ଟରେ ପୀଡିତାଙ୍କ ସହ ଗଣଦୁଷ୍କର୍ମ ହୋଇନଥିବା ନେଇ ସ୍ପଷ୍ଟ କରିଛନ୍ତି ଏଡିଜି(ଆଇନ ଓ ଶୃଙ୍ଖଳା) ପ୍ରଶାନ୍ତ କୁମାର ।

ଏଡିଜି ପ୍ରଶାନ୍ତ କୁମାରଙ୍କ କହିବା ଅନୁଯାୟୀ ଫରେନ୍ସିକ ରିପୋର୍ଟରେ କୌଣସି ସିମେନ ମିଳିନାହିଁ । ଏହାସହ ପୀଡିତାଙ୍କ ସହ ଗଣଦୁଷ୍କର୍ମ ହୋଇନଥିବା ନେଇ ଏହି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି ।

ପ୍ରଶାନ୍ତ ଆହୁରି ମଧ୍ୟ କହିଛନ୍ତି, ମିଥ୍ୟା ଖବର ପ୍ରଚାର ପାଇଁ କିଛି ଲୋକ ଘଟଣାକୁ ଜାତିବାଦର ହିଂସା ରୂପ ଦେବାକୁ ଚେଷ୍ଟା କରିଛନ୍ତି । ତେବେ ଯେଉଁମାନେ ଏଭଳି କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ପିଡୀତାଙ୍କ ମୃତ୍ୟୁ ଟ୍ରମା ଓ ବେକରେ ଆଘାତ ଲାଗିଥିବା କାରଣରୁ ହୋଇଥିବା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ପୂର୍ବରୁ ପୀଡିତାଙ୍କ ମେଡିକାଲ ରିପୋର୍ଟରେ ମଧ୍ୟ ତାଙ୍କ ସହ ଦୁଷ୍କର୍ମ ହୋଇନଥିବା ନେଇ ସ୍ପଷ୍ଟ କରାଯାଇଥିଲା । ପୀଡିତାଙ୍କ ପୋଷ୍ଟମୋର୍ଟମ ରିପୋର୍ଟରେ ଗଣଦୁଷ୍କର୍ମ ନେଇ କୌଣସି ପ୍ରମାଣ ମିଳିନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.