ETV Bharat / bharat

ବୁଧବାର ଋଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Sep 2, 2019, 7:15 PM IST

ଆସନ୍ତା ବୁଧବାର ଋଷ ଯାତ୍ରାରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କର ଗସ୍ତ ପଛରେ 2ଟି ମୁଖ୍ୟ ପ୍ରସଙ୍ଗ ଉପରେ ଗୁରୁତ୍ୱ ରହିଥିବା କହିଛନ୍ତି ବିଦେଶ ସଚିବ ବିଜୟ ଗୋଖଲେ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆସନ୍ତା ବୁଧବାର ଠାରୁ ଋଷ ଯାତ୍ରାରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପ୍ଟେମ୍ବର 4 ତାରିଖ ସକାଳେ ସେ ଋଷର ଭାଡିଭଷ୍ଟକ ଠାରେ ପହଞ୍ଚିବେ ଏବଂ 5 ତାରିଖ ସନ୍ଧ୍ୟାରେ ସେ ସ୍ବଦେଶ ଫେରିବେ । ତେବେ ପ୍ରଧାନମନ୍ତ୍ରୀ ମୋଦି 2 ଟି ମୁଖ୍ୟ ଉଦ୍ଦେଶ୍ୟରେ ଋଷ ଯାତ୍ରା କରୁଥିବା ବିଦେଶ ସଚିବ ବିଜୟ ଗୋଖଲେ କହିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିମନ୍ତ୍ରଣ ଦେଇଛନ୍ତି । ଏହା ସହିତ ଦୁଇଦେଶ ମଧ୍ୟରେ ଗତ ୨୦ ବର୍ଷ ଧରି ଅନୁଷ୍ଠିତ ହେଉଥିବା ବାର୍ଷିକ ଦ୍ବିପାକ୍ଷିକ ସମ୍ମିଳନୀରେ ଯୋଗ ଦେବା ପାଇଁ ମୋଦି ଋଷ ଯାଉଥିବା ସେ କହିଛନ୍ତି । ତେବେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା, ମହାକାଶ ବିଜ୍ଞାନ, କାରିଗରୀ ବିଦ୍ୟା, ଶିଳ୍ପ, ପୁଞ୍ଜିନିବେଶ, ବାଣିଜ୍ୟ, ଶକ୍ତି ଆଦି କ୍ଷେତ୍ରରେ ଚୁକ୍ତି ସ୍ବାକ୍ଷରିତ ହେବ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.