ETV Bharat / bharat

ଚୀନ ଗସ୍ତରେ ଯିବେ ବିଦେଶ ସଚିବ, ଉଠିବ ମସୁଦ ଆଝାର ପ୍ରସଙ୍ଗ

2 ଦିନିଆ ଚୀନ ଗସ୍ତରେ ଯିବେ ଭାରତର ବିଦେଶ ସଚିବ ବିଜୟ ଗୋଖଲେ । ଏହି ଯାତ୍ରାରେ ସେ ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ୟୀଙ୍କୁ ଭେଟି ମସୁଦ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ସମ୍ପର୍କରେ ଆଲୋଚନା କରିବେ ।

author img

By

Published : Apr 20, 2019, 10:37 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: 2 ଦିନିଆ ଚୀନ ଗସ୍ତରେ ଯିବେ ଭାରତର ବିଦେଶ ସଚିବ ବିଜୟ ଗୋଖଲେ । ଏହି ଯାତ୍ରାରେ ସେ ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ୟୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ତାଙ୍କ ସହ ଆଲୋଚନା କରିବେ । ତେବେ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ସମ୍ପର୍କରେ ମଧ୍ୟ ସେ ଚୀନ ସହ ଆଲୋଚନା କରିବେ ବୋଲି ଜଣାପଡିଛି ।

ତେବେ ଦୁଇ ଦେଶ ଏହାକୁ ନିୟମିତ କୁଟନୈତିକ ଆଲୋଚନା ଭାବେ ବିବେଚିତ କରିବେ । ଗୋଖଲେ ଏପ୍ରିଲ 22 ରେ ଚୀନର ଷ୍ଟେଟ କାଉଂସିଲର ଏବଂ ବିଦେଶ ମନ୍ତ୍ରୀଙ୍କୁ ଭେଟିବେ ।

  • Foreign Secretary Vijay Gokhale to visit China tomorrow for bilateral consultations. The Foreign Secretary will call on senior leadership in China. (File pic) pic.twitter.com/SIqHspfnf5

    — ANI (@ANI) April 20, 2019 " class="align-text-top noRightClick twitterSection" data=" ">

ସୂଚନାଯୋଗ୍ୟ ଯେ, ପୁଲୱାମାର ଆତ୍ମଘାତୀ ଆକ୍ରମଣ ପରେ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ପାଇଁ ଜାତି ସଂଘରେ ଏକ ପ୍ରସ୍ତାବ ଦିଆଯାଇଥିଲା । ଜାତି ସଂଘର ଅନ୍ୟାନ୍ୟ ସଦସ୍ୟ ଏହି ପ୍ରସ୍ତାବରେ ରାଜି ହୋଇଥିବାବେଳେ ଚୀନ ଏଥିରୁ ମୁକୁରିଯାଇଥିଲା । ତେବେ ଜାତିସଂଘର ଅନ୍ୟ ୪ ସ୍ଥାୟୀ ସଦସ୍ୟ ଚୀନ ଉପରେ ଲଗାତାର ଚାପ ପକାଉଛନ୍ତି । ଫଳରେ ଚୀନ ମଧ୍ୟ ଏହି ଦିଗରେ କିଛିଟା ନରମ ମନୋଭାବ ପୋଷଣ କରିବା ଆରମ୍ଭ କରିଛି । ଏହି ସମୟରେ ଭାରତ ଚୀନ ସହ ଆଲୋଚନା କଲେ କିଛିଟା ଫାଇଦା ହେବ ବୋଲି କୁହାଯାଉଛି ।

Intro:Body:

chjujkiuklioloiu

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.