ETV Bharat / bharat

ଇରାନ ରାଷ୍ଟ୍ରପତି ହସନ ରୁହାନୀଙ୍କୁ ଭେଟିଲେ ଜୟଶଙ୍କର - s jaishankar meets iranian president

ଇରାନ ରାଷ୍ଟ୍ରପତି ହସନ ରୁହାନୀଙ୍କୁ ଭେଟିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସାକ୍ଷାତକାର ପରେ ରାଷ୍ଟ୍ରପତି  ହସନ ରୁହାନୀଙ୍କୁ ଟ୍ବିଟ କରି ଧନ୍ୟବାଦ ଜଣାଇଛନ୍ତି ଜୟଶଙ୍କର।

s-jaishankar-meets-iranian-president
ଫଟୋ ସୌଜନ୍ୟ: ଟ୍ବିଟର
author img

By

Published : Dec 23, 2019, 10:18 PM IST

ତେହରାନ: ଇରାନ ରାଷ୍ଟ୍ରପତି ହସନ ରୁହାନୀଙ୍କୁ ଭେଟିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଏହି ସାକ୍ଷାତକାରରେ ସେ ଭାରତ-ଇରାନ ୧୯ତମ ଯୁଗ୍ମ କମିଶନ ବୈଠକର ଫଳାଫଳ ତଥା ଦ୍ବିପାକ୍ଷିକ ସମ୍ବନ୍ଧର ପ୍ରଗତି ବିଷୟରେ ଇରାନ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି। ସାକ୍ଷାତକାର ପରେ ରାଷ୍ଟ୍ରପତି ହସନ ରୁହାନୀଙ୍କୁ ଟ୍ବିଟ କରି ଧନ୍ୟବାଦ ଜଣାଇଛନ୍ତି ଜୟଶଙ୍କର।

ଜୟଶଙ୍କର 2 ଦିବସୀୟ ଇରାନ ଗସ୍ତରେ ଅଛନ୍ତି । ସେଠାରେ ସେ ନିଜ ଇରାନ ସମକକ୍ଷ ଜାଭେଦ ଜରୀଫଙ୍କ ସହ ୧୯ତମ ଯୁଗ୍ମ କମିଶନ ବୈଠକର ସହ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଉଭୟ ଦେଶ ରଣନୈତିକ ଚାବହାର ବନ୍ଦର ପରିଯୋଜନା ଉପରେ ଖୁବ ଶୀଘ୍ର କାର୍ଯ୍ୟ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଏହି ଗସ୍ତରେ ଜୟଶଙ୍କର ଇରାନର ସର୍ବୋଚ୍ଚ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ସହ ମଧ୍ୟ ଆଲୋଚନା କରି କ୍ଷେତ୍ରୀୟ ଓ ବୈଷୟିକ ସୁରକ୍ଷା ବିଷୟରେ ଆଲୋଚନା କରିଛନ୍ତି।

ଚାବହାର ବନ୍ଦର ପରିଯୋଜନାକୁ ଭାରତ, ଇରାନ ଏବଂ ଆଫଗାନିସ୍ତାନ ମିଳିତ ଭାବେ ବିକଶିତ କରୁଛନ୍ତି। ଏହାକୁ ମଧ୍ୟ ଏସିଆ ଦେଶ ସହ ବାଣିଜ୍ୟ ପାଇଁ ଏକ ସୁବର୍ଣ୍ଣ ଅବସରର ଦ୍ବାର ଭାବରେ ଦେଖାଯାଉଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.