ETV Bharat / bharat

ବିଦେଶୀ ରାଷ୍ଟ୍ରଦୂତଙ୍କୁ ପ୍ରଦୂଷଣ ଚିନ୍ତା, ବୈଦେଶିକ ମନ୍ତ୍ରଣାଳୟ ସହ ଆଲୋଚନା

ଦିଲ୍ଲୀ ବାୟୁ ପ୍ରଦୁଷଣରେ ପ୍ରତିବର୍ଷ ନିଜକୁ ଖାପ ଖୁଆଇ ନେଉଥିବା ବିଦେଶୀ ରାଷ୍ଟ୍ରଦୂତ ଚଳିତ ବର୍ଷ ବେଶ ଚିନ୍ତିତ ହୋଇପଡିଛନ୍ତି । ପ୍ରଥମଥର ପାଇଁ ବିଦେଶୀ ରାଷ୍ଟ୍ରଦୂତ ଏ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରଣାଳୟ ସହ ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ଯ: @smita_sharma
author img

By

Published : Nov 6, 2019, 3:31 PM IST

ହାଇଦ୍ରାବାଦ: ଚରମ ସ୍ଥିତିରେ ପହଞ୍ଚିଛି ଦିଲ୍ଲୀ ବାୟୁ ପ୍ରଦୂଷଣ । ଗତ କିଛି ସପ୍ତାହ ଧରି ଅସ୍ବାସ୍ଥ୍ୟକର ପାଲଟିଛି ବାୟୁର ଗୁଣବତ୍ତା ସ୍ତର । ବିଶେଷ କରି ଦୀପାବଳି ପରେ ପ୍ରଦୂଷଣର ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ଆଜିଠାରୁ ବନ୍ଦ ରହିଥିବା ସ୍କୁଲ ଖୋଲିଥିବାବେଳେ ପିଲାଏ ମାସ୍କ ପିନ୍ଧି ଯାଉଥିବା ଦେଖିବାକୁ ମିଳିଛି । ତେବେ ଦିଲ୍ଲୀ ବାୟୁ ପ୍ରଦୂଷଣ ଯୋଗୁଁ କେବଳ ଦିଲ୍ଲୀବାସୀ ଚିନ୍ତିତ ନୁହନ୍ତି, ରାଜଧାନୀରେ ରହୁଥିବା ବିଦେଶ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ମଧ୍ୟ ଭୟଭୀତ। ପ୍ରତିବର୍ଷ ଏହି ସମସ୍ୟା ସହ ଖାପ ଖୁଆଉଥିବା ରାଷ୍ଟ୍ରଦୂତ ଏଥର କିନ୍ତୁ ଅଧିକ ଚିନ୍ତାପ୍ରକଟ କରିଛନ୍ତି । ପ୍ରଦୂଷଣର ମାତ୍ରା ଦିନକୁ ଦିନ ବିଗୁଡୁଥିବାବେଳେ ଏହା ଉପରେ ବୈଦେଶିକ ମନ୍ତ୍ରଣାଳୟ ସହ ଆଲୋଚନା କରିବେ ଡିପ୍ଲୋମେଟିକ କର୍ପସର ଡିନ ।

PHOTO
ଫଟୋ ସୌଜନ୍ୟ: @smita_sharma

ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ଡିନ ଫ୍ରାଙ୍କ ଏଚଡି କାସ୍ଟେଲାନୋସ କହିଛନ୍ତି ଯେ ଦିଲ୍ଲୀରେ ଥିବା ସମସ୍ତ ରାଷ୍ଟ୍ରଦୂତ ଏହି ପ୍ରଦୂଷଣକୁ ନେଇ ଚିନ୍ତିତ । ସେମାନେ ବି ସମାନ ବାୟୁକୁ ନିଶ୍ବାସରେ ଗ୍ରହଣ କରୁଛନ୍ତି ଯାହା ଦିଲ୍ଲୀବାସୀ ନେଉଛନ୍ତି । ସେମାନଙ୍କ ଭଳି ଆମେ ମଧ୍ୟ ଅସୁବିଧା ଅନୁଭବ କରୁଛୁ । ଏନେଇ ଆମେ ବୈଦେଶିକ ମନ୍ତ୍ରଣାଳୟ ସହ ଆଲୋଚନା କରିବୁ । କାରଣ ଏହା ଦିଲ୍ଲୀବାସୀଙ୍କ ସମେତ ଆମ ରାଷ୍ଟ୍ରର ଲୋକଙ୍କ ଲାଗି ମଧ୍ୟ ବିପଦ । ଯେଉଁମାନେ ବ୍ୟବସାୟ କାମରେ କିମ୍ବା ବୁଲିବା ପାଇଁ ଭାରତ ଆସୁଛନ୍ତି ସେମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେବେ । ଯାହାକୁ ନେଇ ଆମେ ଚିନ୍ତିତ ବୋଲି କାସ୍ଟେଲାନୋସ କହିଛନ୍ତି ।

PHOTO
ଫଟୋ ସୌଜନ୍ୟ: @smita_sharma

ପୂର୍ବରୁ 2017ରେ କାସ୍ଟେଲାନୋସ ଭାରତର ବୈଦେଶିକ ମନ୍ତ୍ରଣାଳୟକୁ ଏକ ରିପୋର୍ଟ ପ୍ରଦାନ କରିବା ସହ ଦିଲ୍ଲୀ ପ୍ରଦୂଷଣ ନେଇ ବିରୋଧ କରିଥିଲେ । ଏହାପରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ମଧ୍ୟ ପ୍ରଦୂଷଣ ଯୋଗୁଁ ସମସ୍ୟା ଭୋଗୁଥିବା ନେଇ ପ୍ରତିବାଦ କରିଥିଲେ । ଏଥିଯୋଗୁଁ କାର୍ଯ୍ୟାଳୟରେ କାମ କରିବାରେ ସେମାନଙ୍କୁ ଅସୁବିଧା ହେଉଥିବା ଦର୍ଶାଇଥିଲେ । ଏପରିକି ସେମାନଙ୍କ ପରିବାର ମଧ୍ୟ ଏହି କାରଣରୁ ଦିଲ୍ଲୀ ଛାଡିବାକୁ ବିଚାର କରୁଥିବା କହିଥିଲେ । କେତେକ ରାଷ୍ଟ୍ରଦୂତ ସେମାନଙ୍କ ପୋଷ୍ଟିଂ ବାତିଲ କରିଥିବାବେଳେ ଆଉ କେତେକ ଛୁଟିର ଅବଧି ବଢାଇ ଡେରିରେ ସ୍ବଦେଶରୁ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏପରିକି କୋଷ୍ଟାରିକା ରାଷ୍ଟ୍ରଦୂତ ସ୍ବାସ୍ଥ୍ୟଗତ ସମସ୍ୟାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ଭାରତ ପକ୍ଷରୁ ସେମାନଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଇଥିଲା ।

PHOTO
ଫଟୋ ସୌଜନ୍ୟ: @smita_sharma

ଫ୍ରାନ୍ସ ଆମ୍ବାସଡାର ପ୍ରଦୂଷଣର ମାତ୍ରା ନେଇ ଚିନ୍ତାପ୍ରକଟ କରିବା ସହ ଏହାକୁ ରୋକିବାକୁ ଭାରତ ସରକାରଙ୍କ ସହ ମିଶି କାମ କରୁଥିବା କହିଛନ୍ତି । ଏପରିକି ଗତ ସପ୍ତାହରେ ଅନ୍ତର୍ଜାତୀୟ ସୋଲାର ମେଣ୍ଟର ସାଧାରଣ ପରିଷଦରେ ଏହା ଉପରେ ଆଲୋଚନା ହୋଇଥିଲା । ଏଥିରେ ଭାଗ ନେଇଥିବା ଫ୍ରାନ୍ସର ପରିବେଶ ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଜାଭେଦକରଙ୍କ ସହ ପ୍ରଦୂଷଣ ରୋକିବା ନେଇ ଆଲୋଚନା କରିଥିଲେ । ଚୀନ ଦୂତାବାସ ପକ୍ଷରୁ ଏହାର ସମସ୍ତ କର୍ମଚାରୀଙ୍କୁ ମାସ୍କ ସହ କାର୍ଯ୍ୟାଳୟରେ ବାୟୁ ବିଶୁଦ୍ଧକାରୀ ମେସିନ ସ୍ଥାପନ କରାଯାଇଛି । ତେବେ ଏହି ପଦକ୍ଷେପକୁ ମହଙ୍ଗା ବୋଲି କହିବା ସହ ଜର୍ମାନ ରାଷ୍ଟ୍ରଦୂତ ଦିଲ୍ଲୀ ସରକାରଙ୍କ ଯୁଗ୍ମ-ଅଯୁଗ୍ମ ନିୟମକୁ ସମର୍ଥନ କରିଛନ୍ତି । ବିଦେଶ ରାଷ୍ଟ୍ରରେ ମଧ୍ୟ ଏହି ନିୟମର ବ୍ୟବହାର ହୋଇଛି ଏବଂ କେତେକ ସ୍ଥାନରେ ଏହାକୁ ସଫଳତା ମିଳିଥିବା ସେ କହିଛନ୍ତି ।

PHOTO
ଫଟୋ ସୌଜନ୍ୟ: @smita_sharma

ସେହିପରି ଅନ୍ୟାନ୍ୟ ଦେଶର ରାଷ୍ଟ୍ରଦୂତ ମଧ୍ୟ ପ୍ରଦୂଷଣ ଯୋଗୁଁ ଘରେ ରହିବାକୁ ପସନ୍ଦ କରୁଥିବା କହିଛନ୍ତି । ଛୁଟି ଦିନରେ ବାହାରକୁ ବୁଲିବାକୁ ନଯିବା ସହ ପରିବାରବର୍ଗଙ୍କ ସହ ଘରେ ମଜା ନେଉଥିବା ଦେଖିବାକୁ ମିଳିଛି । ଏପରିକି ଭ୍ରମଣରେ ଯିବାବେଳେ ସେମାନେ କାର କାଚ ଖୋଲୁନଥିବା ଦର୍ଶାଇଛନ୍ତି । ଦିଲ୍ଲୀର ଛୋଟ ପିଲା ଓ ବୟସ୍କଙ୍କ ପାଇଁ ସେମାନେ ଚିନ୍ତିତ ଥିବା କହିଛନ୍ତି ରାଷ୍ଟ୍ରଦୂତ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.