ନୂଆଦିଲ୍ଲ: ଦିଲ୍ଲୀ ବିମାନ ବନ୍ଦରରୁ ଜବତ ହେଲା 45 ଲକ୍ଷର ବିଦେଶୀ ନୋଟ। ବିମାନ ବନ୍ଦରରେ ସିଆଇଏସଏଫ୍ ଟିମ ଦ୍ବାରା ଯାଞ୍ଚ ବେଳେ ଏହି ଟଙ୍କା ଜବତ ହୋଇଛି। ଦିନକୁ ଦିନକୁ ଦିଲ୍ଲୀ ବିମାନ ବନ୍ଦରରେ ବିଭିନ୍ନ ଦ୍ରବ୍ୟର ଚୋରା କାରବାର ବଢୁଥିବାବେଳେ ଚାଲାଣକାରୀ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି। କେତେବେଳେ ମଳଦ୍ବାରରେ ତ ଆଉ କେତେବେଳେ ଚୋରା ପକେଟର।
ସୂଚନା ଅନୁସାରେ, ମୁରାଦ ଅଲ୍ଲୀ ନାମକ ଜଣେ ଯାତ୍ରୀ ବାଦାମ ଖୋଳ, ରନ୍ଧା ମାଂସ ଓ ବିସ୍କୁଟ ମଧ୍ୟରେ ପାଖାପାଖି 45 ଲକ୍ଷ ବିଦେଶୀ ଟଙ୍କା ନେଇ ଯାତ୍ରା କରୁଥିବା ବେଳେ ଧରାପଡିଛନ୍ତି। ସନ୍ଦେହ ଉପୁଜିବାରୁ ସୁରକ୍ଷାକର୍ମୀ ବ୍ୟକ୍ତି ଜଣଙ୍କୁ ପଚରାଉଚରା କରିବା ସହ ଘଟଣାର ପର୍ଦ୍ଧାଫାଶ କରିଥିଲେ।
ଜବତ ଟଙ୍କାକୁ ସିଆଇଏସଏଫ କର୍ମୀ କଷ୍ଟମ ବିଭାଗକୁ ହସ୍ତାନ୍ତର କରିଛି। ଏନେଇ ଏକ ଭିଡିଓ ଟ୍ବିଟରେ ସେୟାର କରାଯାଇଛି। ଯେଉଁଥିରେ ବାଦାମ ଖୋଳ, ବିସ୍କୁଟ ପ୍ୟାକେଟରୁ ଏହି ବିଦେଶୀ ଟଙ୍କା ମିଳିଛି।