ETV Bharat / bharat

ଆଉ କେତେ ଦିନ...ଲୋକଙ୍କ ଟଙ୍କାରେ ଚାଲିପାରିବ ବ୍ୟାଙ୍କ ? - rbi

ଲୋକଙ୍କ ଟଙ୍କାର ଟ୍ରଷ୍ଟି ଭାବେ କାମ କରିବା ଏବଂ ଦେଶର ବିକାଶରେ ସହାୟତା କରିବା ବ୍ୟାଙ୍କଗୁଡ଼ିକର କାମ ହୋଇଥିବା ବେଳେ ଏମାନଙ୍କର ଅବହେଳା ଓ ନିଷ୍କ୍ରିୟତା ମନୋଭାବ ସବୁବେଳେ ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ...

ଆଉ କେତେ ଦିନ...ଲୋକଙ୍କ ଟଙ୍କାରେ ଚାଲିପାରିବ ବ୍ୟାଙ୍କ ?

author img

By

Published : Aug 31, 2020, 5:58 PM IST

କୋଭିଡ ସଂକଟ ସମୟରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅଚଳ ହୋଇ ପଡିରହିଥିବା ସମ୍ପତ୍ତି (ଏନପିଏ) ବୋଝ ଅଧିକ ବୃଦ୍ଧି ପାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତାହାର ସର୍ବଶେଷ ରିପୋର୍ଟରେ ଦର୍ଶାଇଛି। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପଡି ରହିଥିବା ଋଣ କାରଣରୁ ବ୍ୟାଙ୍କଗୁଡିକୁ 3 ଲକ୍ଷ କୋଟି ଟଙ୍କା ଯାଏଁ ରାଜସ୍ବ ହରାଇବାକୁ ପଡିଛି। ଏହି କାରଣରୁ ବର୍ତ୍ତମାନ ବ୍ୟାଙ୍କିଙ୍ଗ ଉଦ୍ୟୋଗ ପ୍ରତି କୋହଳ ମନୋଭାବ ପୋଷଣ କରିବାକୁ ଆରବିଆଇ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି । କୋଭିଡ ଭଳି ଏକ ଅଜଣା ମହାବିପତ୍ତି ଯୋଗୁଁ ପ୍ରତିଟି କ୍ଷେତ୍ର ଘୋର ସଙ୍କଟରେ ପଡ଼ିଥିବା ସ୍ବାଭାବିକ ଏବଂ ଏହି ଦୃଷ୍ଟିରୁ ଏନପିଏ ପରିମାଣ ମଧ୍ୟ ବଢିଛି। ତେବେ ଆଦାୟ ନହୋଇ ଋଣ ପଡ଼ି ରହିବା ଘଟଣା ନୂଆ କଥା ନୁହେଁ। ଏପରି ମହାବ୍ୟାଧିର ମୂଳ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଅତି ଗଭୀରତମ ଅଞ୍ଚଳକୁ ପଶିଯାଇଛି । ଲୋକଙ୍କ ଟଙ୍କାର ଟ୍ରଷ୍ଟି ଭାବେ କାମ କରିବା ଏବଂ ଦେଶର ବିକାଶରେ ସହାୟତା କରିବା ବ୍ୟାଙ୍କଗୁଡ଼ିକର କାମ ହୋଇଥିବା ବେଳେ ଏମାନଙ୍କର ଅବହେଳା ଓ ନିଷ୍କ୍ରିୟତା ମନୋଭାବ ସବୁବେଳେ ଦେଖିବାକୁ ମିଳୁଛି। ପୂର୍ବବର୍ଷ ତୁଳନାରେ 2019-20 ବର୍ଷରେ ଆର୍ଥିକ ଜାଲିଆତି ଦୁଇଗୁଣରୁ ଅଧିକ ହୋଇଛି, ଯାହାର ପରିମାଣ 1.85 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ରହିଥିବା ଅନେକ ଆଇନ କାନୁନ ଏବଂ ଆଭ୍ୟନ୍ତରୀଣ ନିୟମାବଳୀ କିଛି କାମ ଦେଉନାହିଁ, ବ୍ୟାଙ୍କିଙ୍ଗ ବ୍ୟବସ୍ଥାରୁ ପ୍ରକୃତ ସୁଫଳ ମିଳୁନାହିଁ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ସ୍କାମରେ 300ରୁ ଅଧିକ ବେଆଇନ କାରବାର ହୋଇଛି। ବିଭିନ୍ନ କମ୍ପାନି ସହ ମିଶି ଜୁନିଅର ସ୍ତରର କର୍ମଚାରୀମାନେ ବିନା ସିକ୍ୟୁରିଟି, ବିନା ମାର୍ଜିନ ମନି ଏପରିକି କମ୍ପାନିର ପ୍ରାକ ଅନୁମୋଦିତ କ୍ରେଡିଟ ଲିମିଟ ବିନା ''ଜାଲ ଅଣ୍ଡରଟେକିଂ ପତ୍ର'' କିମ୍ବା ଏଲଓୟୁ ଜାରି କରି କୋଟି କୋଟି ଟଙ୍କାର ଜାଲିଆତି କରିଛନ୍ତି । ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ୱାଧୱା ବ୍ରଦର୍ସ ଗ୍ରୁପ ସହିତ 'Quid Pro Quo' (ନିଜକୁ ସୁହାଇବା ଏବଂ ବଦଳରେ ଫାଇଦା ମିଳିବା) ଚୁକ୍ତି କରିବା କାରଣରୁ ବ୍ୟାଙ୍କ ଦେବାଳିଆ ହୋଇଗଲା । ଏହି ଜାଲିଆତି ଘଟଣା ମାତ୍ର ଦୁଇବର୍ଷ ଭିତରେ ଧରାପଡ଼ିଗଲା, ଅଥଚ କୋଟି କୋଟି ଟଙ୍କାର ସ୍କାମ ହୋଇଥିବା ପିଏନବି ଘଟଣା ଧରିବାକୁ ଅଡିଟ୍ ସଂସ୍ଥାଗୁଡ଼ିକୁ ସାତ ବର୍ଷ ଲାଗିଯିବା ଘୋର ଲଜ୍ୟାର ବିଷୟ ବୋଲି ଆରବିଆଇ ଏହି ରିପୋର୍ଟରେ ଉଲ୍ଲେଖ କରିଛି।

ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ପୂର୍ବରୁ ଏନପିଏ ବୃଦ୍ଧି ପାଇଁ ବିଭିନ୍ନ କାରଣ ଦର୍ଶାଇଥିଲେ ଏବଂ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ହିଁ ତ୍ରୁଟିବିଚ୍ୟୁତି ଥିବା କହିଥିଲେ:''ବ୍ୟାଙ୍କଗୁଡ଼ିକ ଦ୍ବାରା ହିଁ କେତେକ ଭୂଲ କରାଯାଉଛି....ଏବଂ ଆଉ କିଛି ଭୁଲ ଅନ୍ୟ କ୍ଷେତ୍ରରେ ରହୁଛି''। ଭାରତୀୟ ରିଜର୍ଭ ବ୍ୟାଙ୍କର ଆଉ ଜଣେ ପୂର୍ବତନ ଗଭର୍ଣ୍ଣର,ଅର୍ଥନୀତିଜ୍ଞ ଏବଂ ଅବସରପ୍ରାପ୍ତ ଆଇଏଏସ ଅଫିସର ଡି.ସୁବାରାଓଙ୍କ ମତରେ ଦେବାଳିଆ ଆଇନ ଦ୍ବାରା ଏନପିଏ ସମସ୍ୟାର ସମାଧାନ ହୋଇପାରୁନାହିଁ ଏବଂ ତାଙ୍କର ସୁପାରିଶ ହେଉଛି ‘ମାଲେସିଆର ଧନହର୍ତ୍ତା’ ଢାଞ୍ଚାରେ ଏକ ‘ବ୍ୟାଡ ବ୍ୟାଙ୍କ’ ସ୍ଥାପନ କରାଯାଉ। ଏହାର ଅର୍ଥ ଯେତେସବୁ ବ୍ୟାଙ୍କରେ ଯେଉଁସବୁ ଋଣ ଅନାଦେୟ ପଡି ରହିଛି ସେସବୁ ଅନ୍ୟ ଏକ ସଂସ୍ଥାକୁ ଟ୍ରାନସଫର କରି ତାହା କିପରି ଅସୁଲ କରାଯିବ ସେ ଦାୟିତ୍ବ ସେହି ସଂସ୍ଥା ଉପରେ ଛାଡି ଦିଆଯିବା ଉଚିତ। ଆହୁରି ମଧ୍ୟ ଅନାଦେୟ ଋଣ ବଢିବା ପାଇଁ ଦାୟୀ ହେଉଛି ଆମର ଅସଂଗଠିତ ବ୍ୟବସ୍ଥା। ଏହାକୁ ତୁରନ୍ତ ବଦଳାଇ କିପରି ଏହା ସୁରକ୍ଷିତ କରାଯାଇ ପାରିବ ସେ ଦିଗରେ ଉଦ୍ୟମ ହେବା ଉଚିତ। ଯେଉଁ ବ୍ୟାଙ୍କ ସବୁ ସାଧାରଣ ଲୋକଙ୍କୁ ଋଣ ଦେବା ପାଇଁ ସେମାନଙ୍କ ଠାରୁ ବିଭିନ୍ନ ପ୍ରକାର ଗ୍ୟାରେଣ୍ଟି ଓ ଆବଶ୍ୟକ ଅନେକ ଡକୁମେଣ୍ଟେସନ ଦାବି କରି ହଇରାଣ ହରକତ କରୁଛନ୍ତି ସେହିମାନେ ହିଁ କିପରି ବିନା ନିୟମ କାନୁନ, ବିନା ବ୍ୟବସ୍ଥାରେ ବଡ ବଡ କର୍ପୋରେଟ ସଂସ୍ଥାଗୁଡିକୁ ଅନାୟସରେ କୋଟି କୋଟି ଟଙ୍କାର ଋଣ ଯୋଗାଇ ଦେଉଛନ୍ତି ? କିଛି ବ୍ୟାଙ୍କ କର୍ମଚାରୀ ସ୍ବୀକାର କରୁଛନ୍ତି ଯେ, ଅପରାଧୀଙ୍କ ସହିତ ଅନେକ ଅଧିକାରୀଙ୍କ ଯୋଗସୂତ୍ର ରହୁଛି, ଫଳରେ ସେମାନେ ଅର୍ଥନୈତିକ ଅପରାଧ ଘଟାଇ ଚାଲିଛନ୍ତି। ଅଭ୍ୟାସଗତ ଋଣ ଫାଙ୍କୁଥିବା ବ୍ୟକ୍ତି ବା ଅନୁଷ୍ଠାନକୁ ଋଣ ଯୋଗାଇବାରେ ସହାୟତା କରୁଥିବା ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବ୍ୟବସ୍ଥାରେ ରହିଥିବା ଗଳାବାଟ ରୋକିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ଆରବିଆଇ ଦର୍ଶାଇଛି।

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ସେମାନଙ୍କୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ ଆତ୍ମଘାତୀ କାର୍ଯ୍ୟ ସଦୃଶ ବୋଲି ଆରବିଆଇ କହିଛି । ଏଭଳିଅବସ୍ଥାରେ 2.5 ଲକ୍ଷ କୋଟି ଟଙ୍କାର ବିପୁଳ ସହାୟତା ପାଇବା ପରେ କେନ୍ଦ୍ରଠାରୁ ଆହୁରି ଅଧିକ ଆର୍ଥିକ ସହାୟତା ଦାବି ନେଇ ଆରବିଆଇ କହିଛି ଏହା ସମ୍ପୂର୍ଣ୍ଣଅଯୌକ୍ତିକ। ଆରବିଆଇ କହିଛି ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ସୁଦୃଢ କରିବା ଆଳରେ କେନ୍ଦ୍ର ସରକାର ଖର୍ଚ୍ଚ କରୁଥିବା ପ୍ରତିଟି ଟଙ୍କା ଲୋକଙ୍କ ଅର୍ଥ । ବ୍ୟାଙ୍କ ଗୁଡ଼ିକ ସେମାନଙ୍କ କାମରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ବଢାଇବା ଏବଂ ଅପରାଧୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଲେ ହିଁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଲୋକଙ୍କ ଆସ୍ଥା ପୁଣି ଥରେ ଫେରି ପାଇବ !

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.