ହାଇଦ୍ରାବାଦ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀ ଓ 70 ତମ ଆତ୍ମୋତ୍ସର୍ଗ ଦିବସ ପାଳନ ପାଇଁ ସାରାଦେଶ ଗତିଶୀଳ । ଏପରି ସ୍ଥଳେ ଏକ କୌତୁହଳ ପ୍ରଦ ବିଷୟ ବସ୍ତୁ ଉପରେ ଆମର ଏହି ବିସ୍ତୃତ ବିବରଣୀ । ଗାନ୍ଧୀଙ୍କ ବିଷୟରେ ଲେଖା ଯାଇନଥିବା କିଛି ଦିଗକୁ ଲୋକଲୋଚନକୁ ଆଣିବା ଓ ଗାନ୍ଧୀଙ୍କ ଅମର ଚିନ୍ତାପ୍ରସୂତ ଭାବନାକୁ ଉନ୍ମୋଚନ କରିବା ପାଇଁ ଆମର ପ୍ରୟାସ । ମୃତ୍ୟୁ ଚିରନ୍ତନ ସତ୍ୟ । ‘ମୃତ୍ୟୁ’ ଉପରେ ଜାତିର ପିତା ମାହାତ୍ମା ଗାନ୍ଧୀଙ୍କ କିଭଳି ଚିନ୍ତାଧାରା ରହିଥିଲା । ଏ ସମସ୍ତ କଥାବସ୍ତୁକୁ ନେଇ ତଥା ମୃତ୍ୟୁ ପ୍ରତି ମାହାତ୍ମାଙ୍କ ମନୋଭାବ ଓ ସିଦ୍ଧାନ୍ତ, ସମର୍ଥନ କଣ ଥିଲା ସେ ନେଇ ଏକ ସମୀକ୍ଷା ଓ ଆଲେଖ୍ୟ ।
ମୃତ୍ୟୁ ଚିରନ୍ତନ ସତ୍ୟ । ‘ଜାତସ୍ୟ ଧ୍ରୁବ ମୃତ୍ୟୁ’ ଅର୍ଥାତ ଜନ୍ମ ମାତ୍ରେ ମୃତ୍ୟୁ ଧୃବ ସତ୍ୟ । ଭାଗବତ କହେ, ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ । ଏହି କ୍ରମରେ ମହାଭାରତରେ ଧର୍ମ ବକର ଏକ ପ୍ରଶ୍ନର ଉତ୍ତର ଦେଇ ଯୁଧିଷ୍ଠିର କହିଥିଲେ, “ଅହନି ଅହନି ଭୂତାନି ଗଚ୍ଛନ୍ତି ଯମାଳୟ – ଶେଷାଂ ସ୍ଥିରତାଂ ଇଛନ୍ତି କିମାଶ୍ଚର୍ଯ୍ୟ ଅତଃ ପର” । ଅର୍ଥାତ ପ୍ରତ୍ୟେକ ଦିନ ଶହଶହ ଲୋକ ଯମାଳୟ ଗମନ କରିଥାନ୍ତି ମାତ୍ର ଜୀବିତ ଥିବା ସମସ୍ତ ପ୍ରାଣୀ ସଦାସର୍ବଦା ବଞ୍ଚିରହିବା ପାଇଁ ଇଚ୍ଛା ପ୍ରକଟ କରିଥାନ୍ତି, ଯାହା ଦୁନିଁଆର ସବୁଠାରୁ ବଡ ଆଶ୍ଚର୍ଯ୍ୟ । ମୃତ୍ୟୁ ଭୟ କ୍ଷଣ କ୍ଷଣରେ ପ୍ରାଣୀମାନଙ୍କୁ ଘାରିଥାଏ । ହେଲେ ଯେଉଁଭଳି ଭାବରେ ଅହିଂସାକୁ ଅସ୍ତ୍ର କରି ସମସ୍ତଙ୍କୁ ଜୟ କରିଥିଲେ ସେହିଭଳି ଭାବରେ ମୃତ୍ୟୁକୁ ନେଇ ଗାନ୍ଧୀଙ୍କ ସିଦ୍ଧାନ୍ତ ଅମର ଅଟେ । ମହାତ୍ମା ମୃତ୍ୟୁକୁ ପରମ ମିତ୍ର ଭାବରେ ନିଜ ଜୀବନ କାଳରେ ଅନେକ ଲେଖା ଓ ମତ, ମନ୍ତବ୍ୟରେ ଦର୍ଶାଇଛନ୍ତି ।
ଗାନ୍ଧୀ ନିଜର ରାଜନୈତିକ ଜୀବନର ଅୟାରମ୍ଭ ବିନା ଦ୍ବିଧା ଓ ଭୟଶୂନ୍ୟ ହୋଇ କରୁଥିଲେ । ଏହିଭଳି ଭୟଶୂନ୍ୟ ଗୁଣ ତାଙ୍କୁ ସମସ୍ତ ପ୍ରକାର ମହାଭୟଠାରୁ ମୁକ୍ତି ପ୍ରଦାନ କରୁଥିଲା । ଏହି କାରଣରୁ ଗାନ୍ଧୀ ନିଜକୁ ମୃତ୍ୟୁର ଭୟ ଠାରୁ ନିଜକୁ ସମ୍ପୂର୍ଣ୍ଣ ମୁକ୍ତ କରିଦେଇଥିଲେ ।
ଦକ୍ଷିଣ ଆଫ୍ରିକାରେ ଅବସ୍ଥାନ ସମୟରେ ଗାନ୍ଧୀ ତାଙ୍କ ପୁସ୍ତକ ‘ସତ୍ୟାଗ୍ରହ’ରେ ଉଲ୍ଲେଖ କରିଥିଲେ ଯେ, ସମସ୍ତଙ୍କୁ ସର୍ବଶକ୍ତିମାନଙ୍କ ଉପରେ ବିଶ୍ବାସ କରିବା ଉଚିତ । ଜୀବନ ଓ ମୃତ୍ୟୁ ମଧ୍ୟର ଦୂରତା ଓ ସମ୍ବନ୍ଧ ଉପରେ ଏହି ପୁସ୍ତକରେ ସେ ବିସ୍ତାର ଓ ବସ୍ତୃତ ଭାବରେ ସେ ଉଲ୍ଲେଖ କରିଛନ୍ତି ।
ବାପୁ ଲେଖିଛନ୍ତି ଯେ, ଯେତେବେଳେ କେହି ବି ମୃତ୍ୟୁର ସାମ୍ନା କରିବେ ସେତେବେଳେ ଏହିଭଳି ଭାବରେ ଉତ୍ଫୁଲ୍ଲିତ ହେବା ଆବଶ୍ୟକ, ଯେମିତି କି ବହୁବର୍ଷ ହେଲା ନିଜ ପ୍ରିୟ ସାଙ୍ଗ ଠାରୁ ବହୁ ଦୂରରେ ରହୁଥିଲେ ।
ଦକ୍ଷିଣ ଆଫ୍ରିକାରେ ନିଜ ରହଣି ସମୟରେ ଗାନ୍ଧୀଜୀ ମୃତ୍ୟୁକୁ ଅଧିକ ସମୟ ଦୂରରେ ରହୁଥିବା ସାଙ୍ଗ ସହ ତୁଳନା କରିଛନ୍ତି । 30 ଡିସେମ୍ବର 1926ରେ ୟଙ୍ଗ ଇଣ୍ଡିଆ ଲେଖାରେ ଗାନ୍ଧୀ କହିଥିଲେ ଯେ, ‘ମୃତ୍ୟୁ କେବଳ ଜଣେ ମିତ୍ର ନୁହେଁ, ସେ ସବୁଠାରୁ ପ୍ରିୟ ସାଥି, ସହଚର ଅଟେ’ । ମୃତ୍ୟୁକୁ ସାଥୀ ଭାବରେ ଗ୍ରହଣ କରୁଥିବା କାରଣରୁ ଏହା ତାଙ୍କ ପାଇଁ କୌଣସି ଭୟଭୀତ କଲା ଭଳି କାରକ ନଥିଲା ।
ଏହା ମଧ୍ୟ ସୂଚନା ରହିଛି ଯେ, ଗାନ୍ଧୀଜି କହୁଥିଲେ ‘ଜୀବନର ଯେ କୌଣସି ମୁହୂର୍ତ୍ତରେ ମୃତ୍ୟୁ ଆସିବା ଏକ ଉତ୍ତମ ସୌଭାଗ୍ୟ’ ମାତ୍ର ଏହି ସୌଭାଗ୍ୟ ଜଣେ ଯୋଦ୍ଧା ପାଇଁ ଦୁଇଗୁଣା ସୌଭାଗ୍ୟ ବହନ କରିଥାଏ, କାରଣ ସେ ନିଜର ସତ୍ୟ ପ୍ରାପ୍ତି ଓ ଲକ୍ଷ୍ୟ ପ୍ରାପ୍ତି କରି ମୃତ୍ୟୁକୁ କୋଳାଗ୍ରତ କରିଥାଏ ।ଏହି କାରଣରୁ ଗାନ୍ଧୀଜି ନିଜ ସତ୍ୟତାକୁ ବଞ୍ଚାଇବା ପାଇଁ ନିଜର ପ୍ରାଣ ଉତ୍ସର୍ଗ ଦେବା ପାଇଁ ସଦାସର୍ବଦା ପ୍ରସ୍ତୁତ ହୋଇ ରହିଥାନ୍ତି ।
ଯିଏ ଗାନ୍ଧୀଙ୍କ କୌଶଳ ପୂର୍ଣ୍ଣକାର୍ଯ୍ୟ ଉପରେ ସବୁଠାରୁ ଅଧିକ ବୁଝିଥିଲେ ଓ ଅନୁଶୀଳନ କରିଥିଲେ ସେ ଥିଲେ ଆଚାର୍ଯ୍ୟ ଜେବି କୃପାଳିନୀ । ସେ ଲେଖିଥିଲେ କି ଯେତେବେଳେ ଗାନ୍ଧୀ ସମ୍ପୂର୍ଣ୍ଣ ସଚେତନ ହୋଇଯାଉଥିଲେ କି ଆତ୍ମବଳିଦାନ ଦୁଷ୍ପ୍ରାପ୍ୟ ହେବାରେ ଲାଗୁଛି , ସେତେବେଳ ସେ ନୂତନ ପରିସ୍ଥିତିର ସନ୍ଧାନରେ ଘୂରି ବୁଲୁଥିଲେ ।
30ଜାନୁଆରୀ 1948 ପୂର୍ବରୁ ଗାନ୍ଧୀଙ୍କ ହତ୍ୟା କରିବା ପାଇଁ ଅନେକ ପ୍ରୟାସ କରାଯାଇଥିଲା । ଦକ୍ଷିଣ ଆଫ୍ରିକାରେ ତାଙ୍କୁ ଭିଡହତ୍ୟାର ଶିକାର କରିବା ପାଇଁ ପ୍ରୟାସ କରାଯାଇଥିଲା, କାରଣ ସେ ନିଜର ଜଣେ ବ୍ରିଟିସ ବନ୍ଧୁଙ୍କୁ ଉଦ୍ଧାର କରିଥିଲେ । ଭାରତରେ 1934 ପରଠାରୁ ମାହାତ୍ମାଙ୍କ ଜୀବନ ଉପରେ ଅନେକ ବିପଦ ଥିଲା । ଗାନ୍ଧୀଙ୍କୁ ଷଡ଼ଯନ୍ତ୍ରମୂଳକ ହତ୍ୟା କରିବା ପୂର୍ବରୁ ଗାନ୍ଧୀଙ୍କୁ ଏହା ଜ୍ଞାତ ଥିଲା ଯେ ଭାରତକୁ କେବଳ ଗାନ୍ଧୀ ନୁହେଁ ତାଙ୍କ ଜୀବନ ଅତ୍ୟାବଶ୍ୟକ ଥିଲା ।
ନିଜ ଜୀବନ ଉପରେ ଅନେକ ବିପଦର ସାମ୍ନା କରିବା ପରେ ବି ଗାନ୍ଧୀଜୀ ବ୍ୟକ୍ତିଗତ ସୁରକ୍ଷା ବ୍ୟବସ୍ଥାକୁ ଗ୍ରହଣ କରିନଥିଲେ । 1944ରେ ଗାନ୍ଧୀ 125 ବର୍ଷ ଯାଏଁ ବଞ୍ଚିରହିବା ପାଇଁ ଇଚ୍ଛା କରୁଥିବା ଜଣାଯାଇଛି ।
ତାଙ୍କୁ ମୃତ୍ୟୁର କୌଣସି ଭୟ ନଥିଲା । ଏହି ଭୟଶୂନ୍ୟତା ତାଙ୍କୁ ଅନେକ ଜନପ୍ରିୟ, ବିବାଦାସ୍ପଦ ନିଷ୍ପତ୍ତି ନେବା ପାଇଁ ସାହସ ଯୋଗାଇଥିଲା । ହରିଜନ ଯାତ୍ରା ହେଉ ଅବା ସାମ୍ପ୍ରଦାୟିକତା ବିରୁଦ୍ଧରେ 1946ରେ ଗାନ୍ଧୀ ଏକାକୀ ଚାଲିବା ପାଇଁ ତିଳେ ମାତ୍ର ସଂକୋଚ କରିନଥିଲେ ।
ଗାନ୍ଧୀ ନୋଖାଲି ନାମକ ଏକ ଛୋଟ ଗ୍ରାମରେ ହିନ୍ଦୁଙ୍କର ଜୀବନ ବଞ୍ଚାଇବା ପାଇଁ ସେଠାରେ ଅବସ୍ଥାପନ କରିଥିଲେ । ଲୋକଙ୍କ ଉପରେ ତାଙ୍କର ନୈତିକ ପ୍ରଭାବ ଏମିତି ଥିଲା ଯେ ସେ ଯାହା କହୁଥିଲେ ନା ତାଙ୍କ କଥାକୁ ଅନ୍ୟମାନେ ଉପେକ୍ଷା କରୁଥିଲେ ନା ଖଣ୍ଡନ । ଏହି ସମସ୍ତ କାରଣ ଗାନ୍ଧୀଙ୍କୁ ‘ମହାତ୍ମା’ରେ ପରିବର୍ତ୍ତନ କରିଥିଲା । ସେ ଜୀବନ ମରଣକୁ, ଶ୍ବାସତ ସତ୍ୟ ରୂପରେ ସ୍ବୀକାର କରିନେଇଥିଲେ ଓ ସମସ୍ତ ପ୍ରକାର ଡର, ଶଙ୍କା, ବିପଦରୁ ମୁକ୍ତ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ