ମୁମ୍ବାଇ : ବିନା ଲାଇସେନ୍ସରେ ସାନିଟାଇଜର ପ୍ରସ୍ତୁତ ପଡିଲା ମହଙ୍ଗା । ମୁମ୍ବାଇର ନାହୁର ଅଞ୍ଚଳରେ ଥିବା ସିଦ୍ଧବିନାୟକ ଡାଏଚେମ ନାମକ ଏକ କମ୍ପାନୀ ଉପରେ ଖାଦ୍ୟ ଓ ଔଷଧ ପ୍ରଶାସନ ରେଡ କରିଥିଲା । ସାନିଟାଇଜର ତିଆରି ପାଇଁ ବ୍ୟବହୃତ ରାସାୟନିକ ପଦାର୍ଥ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ସାନିଟାଇଜର ପ୍ରସ୍ତୁତି ପାଇଁ ଏହି କମ୍ପାନୀକୁ ଅନୁମତି ମିଳିନଥଲା ।
ତେବେ କୋରୋନା ପାଇଁ ଲୋକମାନେ ଭୟଭିତ ହୋଇ ସାନିଟାଇଜର କିଣୁଛନ୍ତି । ହେଲେ କିଛି ଅସାଧୁ ଲୋକେ ଏହାର ସୁଯୋଗ ନେଇ ନକଲି ସାନିଟାଇଜର ତିଆରି କରି ବଜାରରେ ବିକ୍ରି କରୁଛନ୍ତି । ତେବେ ଏହି କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି।
ସୌଜନ୍ୟ @ ANI