ETV Bharat / bharat

ପ୍ରଥମ ଟ୍ୱିଟକୁ ଲକ୍ଷାଧିକ ଫଲୋୟର୍ସଙ୍କ ଅପେକ୍ଷା - priyanka

ପ୍ରଥମ ଟ୍ୱିଟରେ କ'ଣ ଲେଖିବେ ପ୍ରିୟଙ୍କା। ନରମ ନା ଆକ୍ରମଣାତ୍ମକ, କ'ଣ ରହିବ ପ୍ରିୟଙ୍କାଙ୍କ ଆଭିମୁଖ୍ୟ । କର୍ମୀଙ୍କୁ ଉତ୍ସାହିତ ନା ମୋଦି ସରକାରଙ୍କୁ କଡା ସମାଲୋଚନା। ପ୍ରିୟଙ୍କା କେବେ ତାଙ୍କ ପ୍ରଥମ ଟ୍ୱିଟ କରିବେ, ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିଛି। ଆଉ ପ୍ରିୟଙ୍କାଙ୍କ ପ୍ରଥମ ଟ୍ୱିଟକୁ ଅପେକ୍ଷା କରିବସିଛନ୍ତି ଲକ୍ଷାଧିକ ଫଲୋୟର୍ସ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 13, 2019, 10:53 AM IST

ନୂଆଦିଲ୍ଲୀ: ରାଜନୀତିରେ ଏଣ୍ଟ୍ରି ସହ ସୋସିଆଲ ମିଡିଆରେ ବି ଡେବ୍ୟୁ କରିଛନ୍ତି ପ୍ରିୟଙ୍କ ଭଦ୍ରା(ଗାନ୍ଧୀ)। ଇତିମଧ୍ୟରେ ଦୁଇଦିନ ବିତିଗଲାଣି। ଟ୍ୱିଟର ଆକାଉଣ୍ଟରେ 183k ଫଲୋୟର୍ସଙ୍କ ସଂଖ୍ୟା ଟପିଲାଣି। ହୁ ହୁ ହୋଇ ଏହି ସଂଖ୍ୟା ବଢିଚାଲିଛି । ହେଲେ ଏପର୍ଯ୍ୟନ୍ତ ଆସିନି ପ୍ରିୟଙ୍କାଙ୍କ ଗୋଟିଏ ମଧ୍ୟ ଟ୍ୱିଟ।

ପ୍ରଥମ ଟ୍ୱିଟରେ କ'ଣ ଲେଖିବେ ପ୍ରିୟଙ୍କା ଭଦ୍ରା। ନରମ ନା ଆକ୍ରମଣାତ୍ମକ, କ'ଣ ରହିବ ପ୍ରିୟଙ୍କାଙ୍କ ଆଭିମୁଖ୍ୟ। କର୍ମୀଙ୍କୁ ଉତ୍ସାହିତ ନା ମୋଦି ସରକାରଙ୍କୁ କଡା ସମାଲୋଚନା। ପ୍ରିୟଙ୍କା କେବେ ତାଙ୍କ ପ୍ରଥମ ଟ୍ୱିଟ କରିବେ, ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିଛି। ଆଉ ପ୍ରିୟଙ୍କାଙ୍କ ପ୍ରଥମ ଟ୍ୱିଟକୁ ଅପେକ୍ଷା କରିବସିଛନ୍ତି ଲକ୍ଷାଧିକ ଫଲୋୟର୍ସ।

2019 ସାଧାରଣ ନିର୍ବାଚନ ପୂର୍ବରୁ ପ୍ରିୟଙ୍କାଙ୍କୁ ମିଳିଛି ନୂଆ ଦାୟୀତ୍ୱ । ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି ସେ । ଭାଇ କାନ୍ଧରେ କାନ୍ଧ ଦେଇ ଛିଡା ହୋଇଛି ଭଉଣୀ । ଦଳର ମହାସଚିବ ଭାବରେ ଦାୟୀତ୍ୱ ନେଇଛନ୍ତି ପ୍ରିୟଙ୍କା। 2019 ଲୋକସଭା ନିର୍ବାଚନରେ ଯେନତେନ ପ୍ରକାରରେ ମୋଦି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଲାଗି ପଡିଛି କଂଗ୍ରେସ । ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସମାବେଶ ପରେ ସୋସିଆଲ ମିଡିଆକୁ ଦଳ ଗୁରୁତ୍ୱ ଦେଉଛି। ଆଉ ଏହି କ୍ରମରେ ନୂଆ ଦାୟିତ୍ୱ ନେବା ପରେ ଟ୍ୱିଟର ଆକାଉଣ୍ଟ କରିଛନ୍ତି ପ୍ରିୟଙ୍କା।

ନିଜ ଟ୍ୱିଟରରେ ସେ 7ଟି ଆକାଉଣ୍ଟକୁ ଫଲୋ କରୁଛନ୍ତି ପ୍ରିୟଙ୍କା। ଏଥିମଧ୍ୟରେ ରହିଛନ୍ତି ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପ୍ରମୁଖ । ଦଳ ଏବଂ ଦଳର କିଛି ନେତାଙ୍କୁ ବାଦ ଦେଲେ ଆଉ କାହାକୁ ମଧ୍ୟ ସେ ଫଲୋ କରିନଥିବା ଦେଖିବାକୁ ମିଳିଛି। ଏବେ ଅପେକ୍ଷା ତାଙ୍କୁ ଫଲୋ କରୁଥିବା ଫଳୋୟର୍ସଙ୍କ ପାଇଁ ପ୍ରଥମ ମେସେଜ କେବେ ଓ କ'ଣ ଲେଖିବେ ପ୍ରିୟଙ୍କା ଗାନ୍ଧୀ।

undefined

Intro:Body:

ଗବେଷଣା ଉଚ୍ଚକୋଟୀର, ଅବହେଳିତ ଗବେଷଣା କେନ୍ଦ୍ର

କୋରାପୁଟ: ପଟାଙ୍ଗିର ଉଚ୍ଚ ପତନ ଗବେଷଣା କେନ୍ଦ୍ର । ଦିନେ ସୁପ୍ରଭା କିସମର ଅଦା ଉଦ୍ଭାବନ କରି ସମଗ୍ର ରାଜ୍ୟରେ ଚହଳ ପକାଇ ଦେଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରେ ଏହି ଅଦା ବେଶ ଆଦୃତ ହୋଇଛି ମଧ୍ୟ । ହେଲେ ଏବେ ଏହି ଗବେଷଣା କେନ୍ଦ୍ର ଅବହେଳିତ । ଆବଶ୍ୟକ ଯନ୍ତ୍ରପାତି ତ ଦୂରର କଥା, କେନ୍ଦ୍ରରେ କର୍ମଚାରୀଙ୍କ ଅଭାବ ରହିଛି । ଆଉ ଏହା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗବେଷଣା ଉପରେ ଥିବା ଆନ୍ତରିକତାକୁ ନେଇ ଉଠାଇଛି ପ୍ରଶ୍ନ ।

କୋରାପୁଟର ପଟ୍ଟାଙ୍ଗିଠାରେ ୧୯୭୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଉଚ୍ଚ ପତନ ଗବେଷଣା କେନ୍ଦ୍ର । ଅଦା, ହଳଦୀ, ଅଳେଇଚ, ଗୋଲମରିଚ ଓ ଡାଲଚିନି ପ୍ରଭୃତି ମସଲା ଜାତୀୟ ଫସଲ ଉପରେ ଗବେଷଣା କରି ବିଭିନ୍ନ ସମୟରେ ନୂତନ କିସମ ଉଦ୍ଭାବନ କରି ଏହା ରାଜ୍ୟ ଓ ରାଜ୍ୟବାହାରେ ଖ୍ୟାତି ଅର୍ଜନ କରିଛି ମଧ୍ୟ । ସୁପ୍ରଭା କିସମର ଅଦା ଏହି ଅନୁଷ୍ଠାନର ଏକ ବହୁ ଆଦୃତ ଉଦ୍ଭାବନ । ପଟ୍ଟାଙ୍ଗି ଅଞ୍ଚଳରେ କମ ତନ୍ତୁ ବିଶିଷ୍ଟ ଏହି ଅଦାର ଉଦ୍ଭାବନ ପରେ ଏଥିର ବିହନରୁ ଚାଷୀ ଅଧିକ ଉତ୍ପାଦନ କରିବାରେ ସଫଳ ହୋଇଛନ୍ତି । ଓଡିଶା ସମେତ ଅନ୍ୟାନ୍ୟ ଅଞ୍ଚଳର ଚାଷୀ ଏହି କିଷମ ପ୍ରତି ବିଶେଷ ଭାବେ ଆକର୍ଷିତ ହୋଇଛନ୍ତି ବୋଲି ଗବେଷଣା କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ପର୍ଶୁରାମ ସିଆଳ କହନ୍ତି ।

ବିଗତ ଦଶବର୍ଷ ମଧ୍ୟରେ ଏହି କିସମର ଅଦା ଚାଷ କରି ଲାଭବାନ ହେଉଥିବା ସ୍ଥାନୀୟ ଚାଷୀ ଜଣାଇଛନ୍ତି । ତେବେ ବିଶ୍ବରେ ଚାଲିଥିବା ଜଳବାୟୁ ପରିବର୍ତ୍ତନ ପ୍ରଭାବ ପଟ୍ଟାଙ୍ଗି ଅଞ୍ଚଳକୁ ମଧ୍ୟ କବଳିତ କରୁଛି । କମ ତାପମାତ୍ରା ସମ୍ପନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଚାଲି ଆସିଥିବା ମସଲା ଜାତୀୟ କିସମଗୁଡିକ ବର୍ତ୍ତମାନର ପରିବର୍ତ୍ତିତ ତାପମାତ୍ରାରେ କିପରି ନିଜର ମାନ ବଜାୟ ରଖିବ ସେ ସମ୍ପର୍କରେ ଆଧୁନିକ ଉପାୟରେ ଗବେଷଣା ଆବଶ୍ୟକ ହୋଇପଡିଛି । କିନ୍ତୁ ସରକାରଙ୍କ ପାଖରେ ଏହି ଆବଶ୍ୟକତାକୁ ନେଇ ସମ୍ବେଦନଶୀଳତାର ଅଭାବ ରହିଥିବା ଦେଖିବାକୁ ମିଳୁଛି ।

ଆଧୁନିକ ଯନ୍ତ୍ରପାତି ଯୋଗାଇଦେବା ତ ଦୂରର କଥା, ଏହି ଗବେଷଣା କେନ୍ଦ୍ରରେ ଆବଶ୍ୟକ ହେଉଥିବା ପଦବୀଗୁଡିକୁ ପୂରଣ କରାଯାଉନାହିଁ । ଏହା ଗବେଷଣା ପ୍ରତି ରାଜ୍ୟ ଓ କେନ୍ଦ୍ର  ସରକାରଙ୍କ ବିମୁଖତା ପ୍ରଦର୍ଶନର ଜ୍ୱଳନ୍ତ ଉଦାହରଣ ବୋଲି କୃଷି ଓ କୃଷକଙ୍କ ସହ କାର୍ଯ୍ୟ କରୁଥିବା ସ୍ବେଛାସେବୀ ପ୍ରଭାକର ଅଧିକାରୀ ଅଭିଯୋଗ କରିଛନ୍ତି । ବିଭିନ୍ନ ମସଲା ଚାଷର କିସମ ଉପରେ ଗବେଷଣା କରିବା ସହ ଉତ୍ପାଦନ ହେବା ପରେ ଚାଷୀ କିପରି ଉତ୍ପାଦର ମାନ ବୃଦ୍ଧି କରିବାରେ ସକ୍ଷମ ହେବ ସେନେଇ ଗବେଷଣା କରାଯିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.