ETV Bharat / bharat

ମୋଦି-ଟ୍ରମ୍ପ ସାକ୍ଷାତ: ଫୋକସରେ ‘କାଶ୍ମୀର’ - ଫୋକସରେ କାଶ୍ମୀର

ଜମ୍ମୁ ଓ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ମୋଦି ଓ ଟ୍ରମ୍ପଙ୍କର ଏହା ପ୍ରଥମ ସାକ୍ଷାତ । ପୂର୍ବରୁ ଉଭୟଙ୍କର ଜାପାନର ଓସାକାର ଜି20 ସମ୍ମିଳନୀରେ ସାକ୍ଷାତ ହୋଇଥିଲା ।

ମୋଦି ଟ୍ରମ୍ପ ସାକ୍ଷାତ(ଫାଇଲ ଫଟୋ)
author img

By

Published : Aug 26, 2019, 9:38 AM IST

Updated : Aug 26, 2019, 9:45 AM IST

ପ୍ୟାରିସ: ଆଜି ବହୁ ପ୍ରତୀକ୍ଷିତ ଟ୍ରମ୍ପ-ମୋଦି ସାକ୍ଷାତ ହେବାକୁ ଯାଉଛି । ଫ୍ରାନ୍ସର ପ୍ୟାରିସରେ ଆମେରିକା ରାଷ୍ଟ୍ରପତିଙ୍କୁ ଭାରତୀୟ ପ୍ରଧାନମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ଜି୭ ସମ୍ମିଳନୀ ଅବସରରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ହେବେ । ତେବେ ଏହି ଆଲୋଚନାରେ କାଶ୍ମୀର ମୁଖ୍ୟ ପ୍ରସଙ୍ଗ ନେବ ବୋଲି ଆଶା ରହିଛି ।

ଜମ୍ମୁ ଓ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ମୋଦି ଓ ଟ୍ରମ୍ପଙ୍କର ଏହା ପ୍ରଥମ ସାକ୍ଷାତ । ତେବେ କାଶ୍ମୀର ଏହି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହେବା ନେଇ ନିକଟରେ ଘଟିଥିବା କିଛି ଘଟଣାବଳୀ ସ୍ପଷ୍ଟ କରିଥିଲା । ପୂର୍ବରୁ ପାକିସ୍ତାନ ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ସ୍ତରରେ ଉଠାଇସାରିଛି । ଏହାସହ ଟ୍ରମ୍ପ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ କାଶ୍ମୀର ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହି ଏହାକୁ ଭାରତ ଖାରଜ କରିଥିଲା ।

ଜି7 ସମ୍ମିଳନୀରେ ମୋଦି ଓ ଟ୍ରମ୍ପ

ତେବେ ଜି7 ସମ୍ମିଳନୀରେ ଉଭୟ ନେତା ଆଜି ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଭାରତୀୟ ସମୟ ଅପରାହ୍ନ 3ଟା 45ରେ ଏହି ସାକ୍ଷାତ ହେବ ବୋଲି ସୂଚନା ରହିଛି । ଆଲୋଚନାର ସମୟ ଅବଧି 45 ମିନିଟ ରହିବ । ପୂର୍ବରୁ ଆମେରିକା ପକ୍ଷରୁ ଟ୍ରମ୍ପଙ୍କ କାଶ୍ମୀର ପ୍ରସଙ୍ଗ ଉପରେ ସୂଚନା ଦିଆଯାଇଛି ।

Modi and Trump
ଜି7 ସମ୍ମିଳନୀରେ ମୋଦି ଓ ଟ୍ରମ୍ପ

ଏହା ଅନୁସାରେ ଟ୍ରମ୍ପ କାଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ଅଭିଯୋଗ ଉପରେ ମୋଦିଙ୍କ ସହ ଆଲୋଚନା କରିବେ । ଧାରା 370 ଉଚ୍ଛେଦ ପରେ କାଶ୍ମୀରର ପରିସ୍ଥିତି ଓ ସେଠାରେ ମାନବାଧିକାର ପ୍ରତି ସମ୍ମାନ ତଥା ଏହା ବଜାୟ ରହିଛି କି ନାହିଁ ସେ ସମ୍ପର୍କରେ ମୋଦିଙ୍କୁ ପଚାରି ବୁଝିବେ । ଏହାସହ ସେଠାରେ ଆଞ୍ଚଳିକ ଉତ୍ତେଜନାକୁ ହ୍ରାସ କରିବାକୁ ମୋଦି ସରକାର କଣ ଯୋଜନା କରିଛନ୍ତି ତାହା ଟ୍ରମ୍ପ ଜାଣିବାକୁ ଚାହିଁବେ ।

ତେବେ ପୁଣିଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅନୁରୋଧ ପରେ ଟ୍ରମ୍ପ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ପୂର୍ବରୁ ତାଙ୍କର ଏହି ପ୍ରସ୍ତାବକୁ ଭାରତ ଖାରଜ କରିଥିଲା । ହେଲେ ଗତ ମଙ୍ଗଳବାର ଇମ୍ରାନଙ୍କ ଅନୁରୋଧ ପରେ ଟ୍ରମ୍ପ ପୁଣିଥରେ ଏହି ପ୍ରସ୍ତାବ ଦେଇଛନ୍ତି । ମୋଦିଙ୍କ ସହ ଆଲୋଚନା କାଳରେ ସେ ଏହି ପ୍ରସଙ୍ଗ ଉଠାଇପାରନ୍ତି । ଯଦିଚ ସେ ସ୍ପଷ୍ଟ କରିଦେଇଛନ୍ତି ଯେ କାଶ୍ମୀର ସମସ୍ୟା ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ହେବା ଉଚିତ ।

ଉଭୟ ନେତାଙ୍କ ଆଲୋଚନାରେ ଉଭୟ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟିକ କାରବାର ସ୍ଥାନ ପାଇବାର ମଧ୍ୟ ସମ୍ଭାବନା ରହିଛି । ଚଳିତ ବର୍ଷ ଟ୍ରମ୍ପଙ୍କ ସହ ମୋଦିଙ୍କର ଏହା ଦ୍ବିତୀୟ ସାକ୍ଷାତକାର ହେବ । ଏହା ପୂର୍ବରୁ ଉଭୟଙ୍କର ଜାପାନର ଓସାକାର ଜି20 ସମ୍ମିଳନୀରେ ସାକ୍ଷାତ ହୋଇଥିଲା ।

Intro:Body:

gggggg

Conclusion:
Last Updated : Aug 26, 2019, 9:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.