ETV Bharat / bharat

ଆସାମରେ ବନ୍ୟା ସ୍ଥିତି ଗମ୍ଭୀର: ଦିବ୍ରୁଗଡର 25,000 ଲୋକେ ପ୍ରଭାବିତ - Flood waters entered 16 districts of Assam

ଆସାମରେ ବନ୍ୟା ସ୍ଥିତି ସଙ୍ଗୀନ । ଦିବ୍ରୁଗଡ ଜିଲ୍ଲାର ଏକାଧିକ ଗାଁ ଜଳବନ୍ଦୀ । 25,000 ଲୋକେ ପ୍ରଭାବିତ। ପୂର୍ବତନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଘରେ ମଧ୍ୟ ପଶିଛି ବନ୍ୟା ଜଳ । ଅଧିକ ପଢନ୍ତୁ...

Flood waters entered 16 districts of Assam, affecting over 2.53 lakh people
ଆସାମରେ ବନ୍ୟା ସ୍ଥିତି ସଙ୍ଗୀନ , ଦିବରୁଗଡର 25,000 ଲୋକେ ପ୍ରଭାବିତ
author img

By

Published : Jun 27, 2020, 9:39 AM IST

ଗୌହାଟୀ : ଆସାମରେ ବନ୍ୟା ସ୍ଥିତି ସଙ୍ଗୀନ । ଆସାମର 16ଟି ଜିଲ୍ଲାରେ ବନ୍ୟା ଜଳ ପ୍ରବେଶ କରିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ମୃତ୍ୟୁ ସଂଖ୍ୟା 16କୁ ବୃଦ୍ଧି ପାଇଛି । ବନ୍ୟା ଯୋଗୁଁ 2.53 ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ବନ୍ୟା ଯୋଗୁଁ ଦିବରୁଗଡ ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହୋଇ ଥିବାବେଳେ ଏକାଧିକ ଗାଁ ଜଳବନ୍ଦୀ ହୋଇପଡିଛି । ଫଳରେ ଲୋକଙ୍କ ଘରେ ବନ୍ୟା ପାଣି ପଶି ଯାଇଛି । ଲଗାଣ ବର୍ଷା ଏବଂ ବ୍ରହ୍ମପୁତ୍ର ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଦିବ୍ରୁଗଡ ଜିଲ୍ଲାର ପାଖାପାଖି 25,000 ଲୋକେ ପ୍ରଭାବିତ ହୋଇଛନ୍ତି ।

ସେପଟେ ବନ୍ୟା ପୀଡିତଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲାରେ 14ଟି ରିଲିଫ କ୍ୟାମ୍ପ କରାଯାଇଛି। ତେବେ ପୂର୍ବତନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଘରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଛି । ଫଳରେ ତାଙ୍କ ଅସୁସ୍ଥ ମାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏନେଇ ଡେପୁଟି କମିଶନର ପଲ୍ଲବ ଗୋପାଳ ଝା ସୂଚନା ଦେଇଛନ୍ତି ।

ସୌଜନ୍ୟ @ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.