ETV Bharat / bharat

ବନ୍ୟାରେ ଉବୁଟୁବୁ ଆସାମ, ମୃତ୍ୟୁ ସଂଖ୍ୟା 73କୁ ବୃଦ୍ଧି - ଆସାମର ବନ୍ୟା ସ୍ଥିତି ସଙ୍ଗୀନ

ସୁଧୁରୁନି ଆସାମର ବନ୍ୟା ସ୍ଥିତି । 27 ଜିଲ୍ଲାର ପାଖାପାଖି 40 ଲକ୍ଷ ଲୋକେ ପ୍ରଭାବିତ । ମୃତ୍ୟୁ ସଂଖ୍ୟା 73କୁ ବୃଦ୍ଧି । ଅଧିକ ପଢନ୍ତୁ...

Flood situation gradually become more critical in Assam
ଆସାମର ବନ୍ୟା ସ୍ଥିତି ସଙ୍ଗୀନ , ମୃତ୍ୟୁ ସଂଖ୍ୟା 73କୁ ବୃଦ୍ଧି
author img

By

Published : Jul 17, 2020, 11:27 AM IST

ଗୌହାଟୀ: ଦିନକୁ ଦିନ ସଙ୍ଗୀନହେବାରେ ଲାଗିଛି ଆସାମର ବନ୍ୟା ସ୍ଥିତି । ଫଳରେ ମୃତ୍ୟୁ ସଂଖ୍ୟା 73କୁ ବୃଦ୍ଧି ପାଇଛି । 27 ଜିଲ୍ଲାର ପାଖାପାଖି 40 ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ଏନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ବ୍ରହ୍ମପୁତ୍ର ସମେତ ସାତରୁ ଅଧିକ ନଦୀ 12ଟି ଜିଲ୍ଲାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । 3,218 ଗାଁ ଜଳବନ୍ଦୀ ହୋଇଥିବା ବେଳେ ପାଖାପାଖି 40 ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ଏବଂ 27 ଟି ଜିଲ୍ଲାର 131,368 ହେକ୍ଟର ଚାଷ ନଷ୍ଟଜମି ନଷ୍ଟ ହୋଇଛି ।

ଆସାମର ବନ୍ୟା ସ୍ଥିତି ସଙ୍ଗୀନ , ମୃତ୍ୟୁ ସଂଖ୍ୟା 73କୁ ବୃଦ୍ଧି

25ଟି ଜିଲ୍ଲାରେ 748 କ୍ୟାମ୍ପ କରାଯାଇଛି । ଯେଉଁଠି 50,000 ଲୋକେ ଆଶ୍ରୟ ନେଇଛନ୍ତି । ଧମାଜୀ, ଉଦଲଗୁରୀ , ଡାରଙ୍ଗ, ବିଶ୍ବନାଥ, ସୋନିଟପୁର, ବକସା, ଲକ୍ଷ୍ମୀପୁର, ଚିରଙ୍ଗ, ବାରପେଟା, ବଙ୍ଗାଇଗାଓଁ, କୋକରାଜ, ଧୁବ୍ରି, ଦକ୍ଷିଣ ସଲମାରା, ଗୋଲପାରା, କାମ୍ରୁପ, ଗୋଲାଘାଟ,ଜୋରହାଟ, ସିଭାସାଗର, ମଜୁଲି, ଡିବ୍ରୁଗଡ ଓ ତିନସୁକିଆ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ବନ୍ୟା ଯୋଗୁଁ ଏହି ଜିଲ୍ଲା ଗୁଡିକର ବିଭିନ୍ନ ସ୍ଥାନରେ ରାସ୍ତା, କଲଭର୍ଟ ଓ ବ୍ରିଜ ଧୋଇ ହୋଇଯାଇଛି । ସେହିପରି ବନ୍ୟା ଦ୍ବାରା ଶହ ଶହ ଘର ଭାଙ୍ଗି ଯାଇଛି । 22ଲକ୍ଷ ଗୃହ ପାଳିତ ପଶୁ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ତେବେ ଜଳବନ୍ଦୀରେ ଥିବା ଅଞ୍ଚଳ ଗୁଡିକରେ ଜିଲ୍ଲା ପ୍ରଶାସନ ଓ ଏନଡିଆରଏଫ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବଂବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକରେ ରିଲିଫ ବଣ୍ଟନ କରାଯାଉଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.