ନୂଆଦିଲ୍ଲୀ: କୋଭିଡ୍-୧୯ କୁ ନଜରରେ ରଖି ଫ୍ଲିପକାର୍ଟ ଆରମ୍ଭ କରିଛି ହୋମ୍ ଜେଲିଭରି ଫୋନ୍ ସର୍ଭିସ । ଯଦି ଫ୍ଲିପକାର୍ଟରୁ କିଣି ଥିବା ଆପଣଙ୍କ ଫୋନରେ କୌଣସି ସମସ୍ୟା ଦେଖାଦିଏ ତେବେ ଫ୍ଲିପକାର୍ଟ ଏବେ ଘରୁ ଆସି ଆପଣଙ୍କ ଫୋନ୍ ନେଇ ତ୍ରୁଟିଶୂନ୍ୟ କରି ଫେରସ୍ତ କରିବ । ତେବେ ଏଥିସହ କେତେକ ସର୍ତ୍ତମୂଳକ ତଥ୍ୟ ମଧ୍ୟ ଆପଣଙ୍କ ନିକଟରୁ ସଂଗ୍ରହ କରିବ । ଯେମିତିକି ଆପଣଙ୍କ ନିକଟରେ ଓ୍ବାରେଣ୍ଟି କାର୍ଡ ନିହାତି ରହିବା ଆବଶ୍ୟକ ।
କେବଳ ଏହି ସେବା ଓ୍ବାରେଣ୍ଟିଧାରୀଙ୍କ ପାଇଁ ହିଁ ଉପଲବ୍ଧ । ତେବେ ଏହାର ଦାୟିତ୍ଵ ଘରୋଇ କମ୍ପାନୀ ଜିଭ୍ସ୍ ପ୍ରାଇଭେଟ୍ ଲିମିଟେଡକୁ ପ୍ରଦାନ କରାଯାଇଛି । ଅନ୍ୟପଟେ ଏହି ସେବା କୋଭିଡ୍-୧୯ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ କାର୍ଯ୍ୟକାରୀ ହୋଇଛି । କୋରୋନା ସଂକ୍ରମଣ ଯେତେ ଦିନଯାଏଁ ଶେଷ ହୋଇନାହିଁ, ସେଯାଏଁ ଏ ସେବା ଗ୍ରାହକଙ୍କୁ ମିଳିପାରିବ ।