ETV Bharat / bharat

କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ବିୟୋଗରେ ଅର୍ଦ୍ଧ ନମତି ହେଲା ପତାକା

ସ୍ବର୍ଗତ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କୁ ବିୟୋଗରେ ଅର୍ଦ୍ଧ ନମିତ ହେଲା ରାଷ୍ଟ୍ରପତି ଭବନ ଓ ସଂସଦ ଗୃହର ଜାତୀୟ ପତାକା । ଏଥିସହ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀର ସରକାରୀ କାର୍ଯ୍ୟାଳୟରେ ମଧ୍ୟ ପତାକାକୁ ଅର୍ଦ୍ଧ ନମିତ ରଖାଯିବ । ଅଧିକ ପଢନ୍ତୁ...

କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାସୱାନଙ୍କ ବିୟୋଗରେ ଅର୍ଦ୍ଧ ନମତି ହେଲା ପତାକା

author img

By

Published : Oct 9, 2020, 10:55 AM IST

ନୂଆଦିଲ୍ଲୀ: ସ୍ବର୍ଗତ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କୁ ବିୟୋଗରେ ଅର୍ଦ୍ଧ ନମିତ ହେଲା ରାଷ୍ଟ୍ରପତି ଭବନ ଓ ସଂସଦ ଗୃହର ଜାତୀୟ ପତାକା । ଏଥିସହ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀର ସରକାରୀ କାର୍ଯ୍ୟାଳୟରେ ମଧ୍ୟ ପତାକାକୁ ଅର୍ଦ୍ଧ ନମିତ ରଖାଯିବ । ମୋଦି ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଥିବା ପାସୱାନଙ୍କ ଗତକାଲି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 74 ବର୍ଷ ହୋଇଥିଲା । ଗତ କିଛି ଦିନ ଅସୁସ୍ଥତା କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ ।

ରାମ ବିଳାସ ପାସୱାନ ଦୀର୍ଘ 5 ଦଶନ୍ଧି ଧରି ଭାରତୀୟ ରାଜନୀତିରେ ସକ୍ରିୟ ରହିଥିଲେ । ଗତ କିଛି ସପ୍ତାହ ଧରି ସେ ନିୟମିତ ଚିକିତ୍ସିତ ହେଉଥିଲେ । ଶନିବାର ତାଙ୍କର ହାର୍ଟ ଅପରେସନ କରାଯାଇଥିଲା । ଏହା ପରେ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ 12 ତାରିଖରେ ଆରଏମଏଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ । ତେବେ ଗତ ଗୁରୁବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଥିଲା । ପୁଅ ଚିରାଗ ପାସୱାନ ପିତାଙ୍କ ଦେହାନ୍ତ ଖବର ଟ୍ବିଟ ଯୋଗ ସୂଚନା ଦେଇଥିଲେ ।

ସେ ନିଜ ବାପାଙ୍କର ଏକ ଫଟୋ ସେୟାର କରି ଲେଖିଛନ୍ତି ମୋତେ ଜଣା ଅଛି ଆପଣ ଯେଉଁଠି ବି ରହିବେ ସର୍ବଦା ମୋ ପାଖରେ ରହିବେ । ସେପଟେ ପାସୱାନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଃଖ ପ୍ରକାଶ କରିବା ସହ ଶୋକବ୍ୟକ୍ତ କରିଥିଲେ । ଆସନ୍ତା ଶନିବାର ପାସୱାନଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ ସମ୍ପନ୍ନ କରାଯିବ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.