ETV Bharat / bharat

ମାନସିକ ଅବସାଦ ଦୂର କରିବାରେ ସାହାଯ୍ୟ କରନ୍ତି ପରିବାର - ମାନସିକ ଅବସାଦ ଦୂର କରନ୍ତୁ

ଡିପ୍ରେସନରୁ ମୁକ୍ତି ପାଇବାକୁ ହେଲେ ପ୍ରଥମେ ନିଜକୁ ଷ୍ଟ୍ରଙ୍ଗ ହେବାକୁ ପଡିବ । ମାନସିକ ସ୍ତରରେ ସୁସ୍ଥ ଓ ଦୃଢ ରହିବା ନିହାତି ଆବଶ୍ୟକ । ଅଧିକ ପଢନ୍ତୁ...

ମାନସିକ ଅବସାଦ ଦୂର କରିବାରେ ସାହାଯ୍ୟ କରେ ପରିବାର

author img

By

Published : May 26, 2020, 11:10 PM IST

ହାଇଦ୍ରାବାଦ: ମାନସିକ ଅବସାଦ ଆଧୁନିକ ଯୁବପିଢିଙ୍କ ମଧ୍ୟରେ ସାଧାରଣ କଥା । ନିଜ ଲାଇଫଷ୍ଟାଇଲ ପାଇଁ ଏମାନେ ନାନା ସମସ୍ୟାର ସାମନା କରିଥାନ୍ତି । ଫଳରେ ଛୋଟ ଛୋଟ କଥାରେ ଡିପ୍ରେସନରେ ରହିବା ଏମାନଙ୍କର ଅଭ୍ୟାସ ପାଲଟିଗଲାଣି । ତେବେ ସବୁଠାରୁ ବଡ କଥା ମାନସିକ ଅବସାଦରେ ରହି ଏମାନେ କୌଣସି ଚରମ ପଦକ୍ଷେପ ନଉଠାନ୍ତୁ । ଏପରି ସମୟରେ ସେମାନଙ୍କୁ ଠିକ୍ ରାସ୍ତା ଦେଖାଇବାରେ ପରିବାରର ପ୍ରମୁଖ ଭୂମିକା ରହିଛି ।

ଅବସାଦର ଶିକାର ଲୋକଙ୍କୁ ସାହାଯ୍ୟ କରିବା ପରିବାରର କର୍ତ୍ତବ୍ୟ । ନହେଲେ ନିଜ ସମ୍ପର୍କ ହରାଇବାର ଆଶଙ୍କା ରହିଛି । କାରଣ ଅନେକ ସମୟରେ ପରିବାର ଲୋକେ ମାନସିକ ଅବସାଦର ଶିକାର ବ୍ୟକ୍ତି କଥା କହିବାବେଳେ ଲାଜ ଅନୁଭବ କରିଥାନ୍ତି । ଯାହା ଉକ୍ତ ବ୍ୟକ୍ତି ଉପରେ ଗଭୀର ପ୍ରଭାବ ପକାଇଥାଏ । ତେଣୁ କେବେ ହେଲେ ଲଜ୍ଜା ଅନୁଭବ ନକରି ସୁସ୍ଥ ହେବା ପାଇଁ ତାଙ୍କୁ ଉତ୍ସାହିତ କରିବା ଦରକାର । ପରିବାରର ସମର୍ଥନ ନିଶ୍ଚିତ ଆବଶ୍ୟକ ।

ଡିପ୍ରେସନରୁ ମୁକ୍ତି ପାଇବାକୁ ହେଲେ ପ୍ରଥମେ ନିଜକୁ ଷ୍ଟ୍ରଙ୍ଗ ହେବାକୁ ପଡିବ । ମାନସିକ ସ୍ତରରେ ସୁସ୍ଥ ଓ ଦୃଢ ରହିବା ନିହାତି ଆବଶ୍ୟକ । କାରଣ ଏଥିରେ ପୀଡିତ ବ୍ୟକ୍ତିକୁ ଅନେକ କିଛି ଶୁଣିବାକୁ ପଡିପାରେ । ସେଥିପାଇଁ ସମାଜକୁ ସାମନା କରିବାର ସାମର୍ଥ୍ୟ ଓ ଶକ୍ତି ରଖିବା ଆବଶ୍ୟକ । ଏହାସହ ସବୁବେଳେ ପଜିଟିଭ ଲୋକଙ୍କ ସହ ସମୟ ବିତାଇବା ଉଚିତ । ଉପଯୁକ୍ତ ସମର୍ଥନ ଓ ରାସ୍ତା ଦେଉଥିବା ଲୋକଙ୍କ ସହ ସବୁବେଳେ ଖୁସି ରହିବାର ପ୍ରୟାସ ହିଁ ଏହି ବିପଦରୁ ରକ୍ଷା କରିବ ବୋଲି ବିଶେଷଜ୍ଞ କହିଛନ୍ତି ।

ସେହିପରି ଏହି ସମୟରେ ଅନେକ ଥର ଆପଣଙ୍କ ମସ୍ତିଷ୍କ ବିଚଳିତ ରହିବ । ଆପଣଙ୍କୁ ସବୁବେଳେ ଗୋଟିଏ ପ୍ରକାର ଭାବନା ଆସିବନି । କେତେବେଳେ ଆପଣଙ୍କୁ ଖୁସି ଲାଗିବ ତ କେତେବେଳେ ଆପଣ ଦୁଃଖୀ ରହିବେ । ବେଳେବେଳେ ଆପଣଙ୍କୁ ବହୁତ ଖୁସି ଲାଗିବ । ପୁଣି କେତେବେଳେ ଆପଣ ପୁରା ଖାଲି ଅନୁଭବ କରିବେ । ପ୍ରତିଟି ସମୟ ସହ ଖାପ୍ ଖୁଆଇ ଆଗେଇବାର ଅଛି ବୋଲି ଚିକିତ୍ସକ ମତ ଦିଅନ୍ତି ।

ଡିପ୍ରେସନରୁ ମୁକ୍ତି ଗୋଟିଏ ଦିନର ଲଢେଇ ନୁହେଁ । ଏଥିପାଇଁ ଆପଣଙ୍କୁ ଶକ୍ତ ମନୋଭାବ ସହ ଲଢିବାକୁ ହେବ । ପଜିଟିଭ ଲାଇଫଷ୍ଟାଇଲ ଆପଣାଇବା ସହ ନିଜକୁ ମୋଟିଭେଟ୍ କଲେ ହିଁ ଆପଣ ଏଥିରୁ ମୁକ୍ତ ପାଇପାରିବେ । ଡିପ୍ରେସନରେ ଥିବାବେଳେ ଆପଣ ସେପରି ଲୋକଙ୍କୁ ଭେଟନ୍ତୁ ଯିଏ ଆପଣଙ୍କୁ ଏଥିରୁ ମୁକ୍ତି ଦେଇପାରିବେ । ଏହି ଲଢେଇରେ ଆପଣ ଏକା । ନିଜେ ହିଁ ଏଥିରୁ ମୁକ୍ତି ପାଇବେ ଯେବେ ନିଜେ ଆପଣ ଦୃଢ ଭାବରେ ଲଢିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.