ଲକ୍ଷ୍ନୌ: ପ୍ରୟାଗରାଜରେ ବୀଭତ୍ସ ହତ୍ୟାକାଣ୍ଡ । ଗୋଟିଏ ପରିବାର 5 ଜଣଙ୍କୁ ହତ୍ୟା କରି ଫେରାର ଦୁର୍ବୃତ୍ତ । ଉତ୍ତରପ୍ରଦେଶ ପ୍ରୟାଗରାଜର ସରାଁବ ଥାନା ଅର୍ନ୍ତଗତ ଇଶୁପୁର ଗାଁରେ ଘଟିଛି ଏହି ଘଟଣା । ପୁରା ଗାଁକୁ ସ୍ତବ୍ଧ କରିଦେଇଛି ଏହି ହତ୍ୟାକାଣ୍ଡ ।
ଖବର ପାଇ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବିଜୟ ଶଙ୍କର ତିୱାରୀ ତାଙ୍କ ପତ୍ନୀ ଏବଂ ଶିଶୁଙ୍କୁ ଅତି ନିର୍ମମ ଭାବେ ହତ୍ୟା ହୋଇଛି । ଏକ ଧାରୁଆ ଅସ୍ତ୍ରରେ ସମସ୍ତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ ।
ମୃତକଙ୍କ ଭଉଣୀଙ୍କ କହିବା ଅନୁସାରେ ପୂର୍ବରୁ ବିଜୟଙ୍କର କାହା ସହ କୌଣସି ପ୍ରକାର ଶତ୍ରୁତା ନଥିଲା । କିନ୍ତୁ କିଛି ଦିନ ତଳେ ରାସ୍ତାକୁ ନେଇ ଗାଁ ଲୋକଙ୍କ ସହ ବିବାଦ ହୋଇଥିଲା । ବର୍ତ୍ତମାନ ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ ଘଟଣାର ତଦନ୍ତ ଆରମ୍ଭ କରିଛି । ଖୁବ ଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବା ବୋଲି ଆଶା ରହିଛି ।