କୋଚି: ବିରଳ ପ୍ରଜାତିର କଇଁଛ ଚୋରା ଚାଲାଣ ଅଭିଯୋଗରେ ଫ୍ଲାଇଂ ସ୍କ୍ବାଡ ଦ୍ବାରା 5 ଗିରଫ। ଘଟଣା ଘଟିଛି କେରଳ ରାଜ୍ୟର କୋଚି ଅଞ୍ଚଳରେ । ଚେନ୍ନାଇରୁ ଏହି ବିରଳ ପ୍ରଜାତିର ଷ୍ଟାର କଇଁଛ କିଣି ଟ୍ରେନ ଯୋଗେ କୋଚିକୁ ଚାଲାଣ କରାଯାଉଥିଲା । ପରେ ସେହିଠାରୁ ବିଦେଶକୁ ପଠାଇବାର ଯୋଜନା କରାଯାଇଥିଲା । ମାତ୍ର ପେରୁମବେଭର ରେଞ୍ଜର ଫ୍ଲାଇଂସ୍କ୍ବାଡ 5 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ଏହି 5 ଜଣଙ୍କ ମଧ୍ୟରୁ ତିନିଜଣେ ଚେନ୍ନାଇରେ ରହୁଥିବା ବେଳେ ସେମାନେ ହେଲେ ଭି ମଧୁ, ଇ ଭାସ୍କର, ଜେ ଆଣ୍ଡ୍ରିୟୁ ଏବଂ କାଞ୍ଚିପୁରମ ସ୍ଥିତ ଏଲାମକୋଭନ ଓ ଥ୍ରିସୁର ଏମ ଜେ ଗିଗି। ଏହି 5 ଜଣ ଏହି ବିରଳ ପ୍ରଜାତିର କଇଁଛକୁ ଚାଲାଣ କରିବାକୁ ଯୋଜନା କରିଥିଲେ ।