ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ମିଳିବ ପ୍ରଥମ ମହିଳା ପାଇଲଟ । ଆସନ୍ତା ମାସ ଅର୍ଥାତ୍ ଡିସେମ୍ବର 2 ତାରିଖରେ ଲେଫ୍ଟିନାଣ୍ଟ ଶିବାଙ୍ଗୀ ନୂତନ ଇତିହାସ ରଚିବାକୁ ଯାଉଛନ୍ତି । ଭାରତୀୟ ନୌସେନାରେ ଯୋଗ ଦେଇ ଡୋରନିୟର ପ୍ଲେନ ଉଡାଇବେ ସବ ଲିଉଟେନାଣ୍ଟ ଶିବାଙ୍ଗୀ । ଖୁବଶିଘ୍ର ସେ କୋଚିରେ ଦାୟିତ୍ବ ଗ୍ରହଣ କରିବେ ।
ସୂଚନା ଅନୁସାରେ ଲେଫ୍ଟିନାଣ୍ଟ ଶିବାଙ୍ଗୀ ନିଜର ତାଲିମ ସମ୍ପୂର୍ଣ୍ଣ କିରବା ପରେ ଡିସେମ୍ବର 2ରେ ନୌସେନାରେ ନିଜର କମାଣ୍ଡ ସମ୍ଭାଳିବେ । ଶିବାଙ୍ଗୀ ସ୍ନାତକ ହାସଲ କରିବା ପରେ ଭାରତୀୟ ନୌସେନାର ପ୍ରଥମ ମହିଳା ପାୟଲଟ ହୋଇଛନ୍ତି । ସେ ବିହାରର ମୁଜାଫରପୁରରେ ବାସ କରନ୍ତି । ସେ ସେହିଅଞ୍ଚଳର ଡିଏଭି ସ୍କୁଲରେ ପାଠପଢା ସମ୍ପୂର୍ଣ୍ଣ କରିଥିଲେ ।
ଭାରତୀୟ ନୌସେନା ଆକାଡମୀରେ ଶିବାଙ୍ଗୀ 27 ଏନଓସି କୋର୍ସ କରିବା ସହ ଏସଏସି (ପାୟଲଟ) ରେ ମଧ୍ୟ ପ୍ରସ୍ତୁତ ହେଉଥିଲେ । ଗତବର୍ଷ ଜୁନରେ ଭାଇସ ଏଡମିରଲ ଏକେ ଚାୱଲ ତାଙ୍କୁ କମିଶନ କରିଥିଲେ । ସୂଚନା ଥାଉକି ନୌସେନାର ବିମାନ ଶାଖାରେ ବହୁ ମହିଳା ଅଧିକାରୀ ଏୟାର ଟ୍ରାଫିକ କଣ୍ଟ୍ରୋଲ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ନିଯୁକ୍ତି ପାଇଛନ୍ତି । ଶିବାଙ୍ଗୀଙ୍କ ତାଲିମ ଦକ୍ଷିଣୀ କମାଣ୍ଡରେ ହେଉଛି । ସେ ଆସନ୍ତା 2 ତାରିଖରେ ସିଧାସଳଖ କୋଚିରେ ବିମାନ ଉଡାଇବାର ସୁଯୋଗ ପାଇବେ ।