ETV Bharat / bharat

ଜୁନ୍‍ ୮ରୁ ଆରମ୍ଭ କୈଳାସ-ମାନସରୋବର ଯାତ୍ରା

ବର୍ଷ 2019 ପାଇଁ କୈଳାସ ମାନସରୋବର ଯାତ୍ରା ଆସନ୍ତା ଜୁନ୍‌ ମାସ 8ତାରିଖରୁ ସେପ୍ଟେମ୍ବର 8ତାରିଖ ପର୍ଯ୍ୟନ୍ତ ଚାଲିବ ।

author img

By

Published : May 16, 2019, 12:44 PM IST

Updated : May 16, 2019, 1:54 PM IST

ଡିଜାଇ ଫଟୋ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ କମ୍ପ୍ୟୁଟର ଚାଳିତ ଲଟେରୀ ବ୍ୟବସ୍ଥା ମାଧ୍ୟମରେ ମାନସରୋବର ଯାତ୍ରା ପାଇଁ ଯାତ୍ରୀଙ୍କ ତାଲିକା ଚୟନ କରାଯିବ । ବର୍ଷ 2019 ପାଇଁ କୈଳାସ ମାନସରୋବର ଯାତ୍ରା ଆସନ୍ତା ଜୁନ୍‌ ମାସ 8ତାରିଖରୁ ସେପ୍ଟେମ୍ବର 8ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଏହି ଯାତ୍ରା ପାଇଁ 2996 ଜଣ ଅନ୍‍ଲାଇନରେ ପଞ୍ଜୀକୃତ କରିଛନ୍ତି । ସେମାନଙ୍କ ମଧ୍ୟରୁ 2256 ଜଣ ପୁରୁଷ, 740 ମହିଳା ଓ 640 ବରିଷ୍ଠ ନାଗରିକ ଆବେଦନକାରୀ ରହିଛନ୍ତି ।

ଯାତ୍ରା ସମ୍ବନ୍ଧୀୟ ସୂଚନା ତଥା ତାଲିକା ମେସେଜ୍‌ କିମ୍ବା ଇ-ମେଲ୍‌ ଜରିଆରେ ପଞ୍ଜୀକୃତ ଆବେଦନକାରୀଙ୍କୁ ଦିଆଯିବ । ଏହା ବ୍ୟତିରେକ ବିଦେଶ ସଚିବ ବିଜୟ ଗୋଖଲେ ଏଥିପାଇଁ 011-24300655 ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି । ଏହାସହ ଗୋଖେଲ ହିମାଳୟର ସମ୍ବେଦନଶୀଳ ପରିବେଶ ପାଇଁ ସୁରକ୍ଷା ଓ ସଂରକ୍ଷଣକୁ ଧ୍ୟାନରେ ରଖିବା ପାଇଁ ଯାତ୍ରୀମାନଙ୍କୁ ଅପିଲ୍‌ କରିଛନ୍ତି ।

ଚଳିତ ବର୍ଷ ୧୮ଟି ବ୍ୟାଚରେ ୬୦ଜଣ ଲେଖାଁଏ ଯାତ୍ରୀ ଲିପୁଲେଖ ରାସ୍ତା(ଉତ୍ତରାଖଣ୍ଡ)ରେ ଯାତ୍ରା କରିବେ। ସେହିପରି ୫୦ଜଣ ଲେଖାଁଏ ଯାତ୍ରୀ ୧୦ଟି ବ୍ୟାଚରେ ନାଥୁଲା ମାର୍ଗ (ସିକ୍କି୍‌ମ)ଦେଇ ଯାତ୍ରା କରିବେ।​‌​​ । ଏଠାରେ ସୂଚନା ଯୋଗ୍ୟ ଯେ ହିନ୍ଦୁ ପୁରାଣ ଅନୁଯାୟୀ କୈଳାସ ପର୍ବତ ବ୍ରହ୍ମା ଖୋଳିଥିଲେ । କୈଳାସ ଶିଖରରେ ବ୍ରହ୍ମାଙ୍କ ମନ ଅନୁସାରେ ଏ ହ୍ରଦ ନିର୍ମିତ ହୋଇଥିଲା, ଏଥିପାଇଁ ଏହାର ନାମ ମାନସ ସରୋବର ହୋଇଛି ।

Intro:Body:

FGH

Conclusion:
Last Updated : May 16, 2019, 1:54 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.