ETV Bharat / bharat

କୋରୋନା ଶୂନ୍ୟ ଅରୁଣାଚଳ ପ୍ରଦେଶ, ଏକମାତ୍ର ଆକ୍ରାନ୍ତ ସୁସ୍ଥ

author img

By

Published : Apr 15, 2020, 5:38 PM IST

ଅରୁଣାଚଳରେ ଏପର୍ଯ୍ୟନ୍ତ ଅନେକ ନମୁନା ପରୀକ୍ଷା କରାଯାଇଛି । ତେବେ ଏବେ ଯାଏଁ କେବଳ ଜଣେ ଆକ୍ରାନ୍ତ ସ୍ପଷ୍ଟ ହୋଇଥିଲେ । ଅଧିକ ପଢନ୍ତୁ...

କୋରୋନା ଶୂନ୍ୟ ଅରୁଣାଚଳ ପ୍ରଦେଶ, ଏକମାତ୍ର ଆକ୍ରାନ୍ତ ସୁସ୍ଥ
କୋରୋନା ଶୂନ୍ୟ ଅରୁଣାଚଳ ପ୍ରଦେଶ, ଏକମାତ୍ର ଆକ୍ରାନ୍ତ ସୁସ୍ଥ

ଇଟ୍ଟାନଗର: କୋରୋନା ଆତଙ୍କ ଭିତରେ ଅରୁଣାଚଳ ପ୍ରଦେଶକୁ ଖୁସି ଖବର । ସୁସ୍ଥ ହୋଇଛନ୍ତି ରାଜ୍ୟର ପ୍ରଥମ ଓ ଏକମାତ୍ର କୋରୋନା ଆକ୍ରାନ୍ତ । ଏନେଇ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ସୂଚନା ଦେଇଛନ୍ତି ।

ଅରୁଣାଚଳରେ ଏପର୍ଯ୍ୟନ୍ତ ଅନେକ ନମୁନା ପରୀକ୍ଷା କରାଯାଇଛି । ତେବେ ଏବେ ଯାଏଁ କେବଳ ଜଣେ ଆକ୍ରାନ୍ତ ସ୍ପଷ୍ଟ ହୋଇଥିଲେ । ବୁଧବାର ଚିକିତ୍ସା ପରେ ସେ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ଜଣାପଡିଛି ।

ବୁଧବାର ତାଙ୍କର ତୃତୀୟ ତଥା ଅନ୍ତିମ ଥର ଟେଷ୍ଟ ନେଗେଟିଭ ଆସିବା ପରେ ସେ କୋରୋନା ମୁକ୍ତ ଥିବା ଡାକ୍ତରୀ ଟିମ ସୂଚନା ଦେଇଥିଲେ । ତେବେ ଏହା ପୂର୍ବରୁ ତାଙ୍କୁ 13 ଦିନ ଆଇସୋଲେସନରେ ଡାକ୍ତରଙ୍କ ତତ୍ତ୍ବାବଧାନରେ ରଖାଯାଇଥିଲା । ଏହା ଭିତରେ ବାରମ୍ବାର ତାଙ୍କର ସାମ୍ପଲ ଟେଷ୍ଟ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ପେମା ସୂଚନା ଦେଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.