ETV Bharat / bharat

ବାରଣାସୀରେ ପ୍ରଥମ କୋରୋନା ମୃତ୍ୟୁ

author img

By

Published : Apr 5, 2020, 4:31 PM IST

ଉତ୍ତରପ୍ରଦେଶ ବାରଣାସୀ ଗଙ୍ଗାପୁର ଅଞ୍ଚଳରେ ଜଣେ 55 ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

corona death
ବାରଣାସୀରେ ପ୍ରଥମ କୋରୋନା ମୃତ୍ୟୁ

ଲକ୍ଷ୍ନୌ: ବାରଣାସୀରେ ପ୍ରଥମ କୋରୋନା ମୃତ୍ୟୁ । ଉତ୍ତରପ୍ରଦେଶ ବାରଣାସୀ ଗଙ୍ଗାପୁର ଅଞ୍ଚଳରେ ଜଣେ 55 ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ମୃତ ଆକ୍ରାନ୍ତ ଜଣଙ୍କ ଗତ 15 ମାର୍ଚ୍ଚରେ କୋଲକାତାରୁ ଫେରିଥିଲେ । ଏହାପରେ 27 ମାର୍ଚ୍ଚରେ ତାଙ୍କୁ ଥଣ୍ଡା ହୋଇଥିଲା । ତେଣୁ ସେ 2ଟି ଘରୋଇ ମେଡିକାଲରେ ନିଜର ଚିକିତ୍ସା କରାଇଥିଲେ ।

ଏହାପରେ ଡାକ୍ତର ତାଙ୍କୁ ବିଏଚୟୁରେ ସ୍ଥାନାନ୍ତର କରିଥିଲେ । ସେତେବେଳେ ତାଙ୍କର ରକ୍ତଚାପ ସମସ୍ୟା ଥିବା ଜଣାପଡିଥିଲା । ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ବିଏଚୟୁ ମେଡିକାଲରେ ତାଙ୍କର ଦୁଇ ଥର ରକ୍ତ ପରୀକ୍ଷା କରାଯାଇଥିଲା ।

ମାତ୍ର ରିପୋର୍ଟ ନେଗେଟିଭ ଆସିଥିଲା । ଏହାପରେ ପୁଣି ତାଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ଦିଆଯାଇଥିଲା । ମାତ୍ର ଗତ 3 ଏପ୍ରିଲରେ ତାଙ୍କର ମୃତ୍ୟୁ ଘଟିବା ପରେ ରବିବାର ତାଙ୍କ ରିପୋର୍ଟ ପଜେଟିଭ ଆସିଛି । ଏହି ଖବର ସାମ୍ନାକୁ ଆସିବା ପରେ ଗଙ୍ଗାପୁର ଅଞ୍ଚଳକୁ ସିଲ୍ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.