ETV Bharat / bharat

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ସଡକ ଦୁର୍ଘଟଣା, ଗୋଟିଏ ପରିବାରର 5 ମୃତ - ଗୋଟିଏ ପରିବାରର 5 ମୃତ

ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ପୁଣି ସଡକ ଦୁର୍ଘଟଣା ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀରୁ ଫେରୁଥିବା ଏକ କାର ଟ୍ରକ ସହ ପିଟି ହେବା ଫଳରେ 5 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ସଡକ ଦୁର୍ଘଟଣା, ଗୋଟିଏ ପରିବାରର 5 ମୃତ

author img

By

Published : Jun 20, 2020, 11:31 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଫିରୋଜାବାଦର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ପୁଣି ଏକ ବଡ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଗୋଟିଏ ପରିବାରର 5 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର ହୋଇଛନ୍ତି। ସେଥିମଧ୍ୟରୁ ଜଣେ ଶିଶୁ ଥିବା ଜଣାପଡିଛି । ବାରମ୍ବାର ଏହି ସ୍ଥାନରେ ଦୁର୍ଘଟଣା କାରଣରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି । ଗୁରୁତର ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ମୃତକଙ୍କ ପରିବାର ଆହ୍ଲାବାଦର ହୋଇଥିବାବେଳେ ସେମାନେ ଦିଲ୍ଲୀରୁ ଫେରୁଥିଲେ । ପୋଲିସର ସୂଚନାନୁସାରେ, ଦୁର୍ଘଟଣା ଗ୍ରସ୍ତ କାର ସହ ଏକ ଟ୍ରକର ମୁହାମୁହିଁ ଧକ୍କା ହେବା କାରଣରୁ ଏହି ଦୁର୍ଘଟଣା ଘଟିଛି । ଏହି ଗାଡିରେ 6 ଜଣ ଥିବାବେଳେ, ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି ।

ସକାଳ 5ଟା 30ରେ ଏହି ଦୁର୍ଘଟଣା ଘଟିଥିଲା। ବରିଷ୍ଠ ପୋଲିସ ଅଧୀକ୍ଷକ ସଚେନ୍ଦ୍ର ପଟେଲ କହିଛନ୍ତି ଯେ, ଦୁର୍ଘଟଣାସ୍ଥଳରୁ ଏକ ଟ୍ରକର ନମ୍ବର ପ୍ଲେଟ ମିଳିଛି । ଯାହା ରାଜସ୍ଥାନ ନମ୍ବରର ଅଟେ । ଏନେଇ ଘଟଣାର ଯାଞ୍ଚ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.