ETV Bharat / bharat

ବ୍ରହ୍ମୋସର ସଫଳ ପରୀକ୍ଷଣ, ସ୍ଥଳରୁ ସ୍ଥଳକୁ କରିବ ଟାର୍ଗେଟ

author img

By

Published : Sep 30, 2019, 1:38 PM IST

Updated : Sep 30, 2019, 5:02 PM IST

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ(ଡିଆରଡିଓ) ପକ୍ଷରୁ ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ସ୍ଥଳରୁ ସ୍ଥଳକୁ ଟାର୍ଗେଟ କରୁଥିବା ସୁପରସୋନିକ ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ବାଲେଶ୍ବର: ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ ଆଗେଇଛି ଭାରତ । ଆଖି ପିଛୁଳାକେ ଶତ୍ରୁ ଶିବିରକୁ ଧ୍ବଂସ କରିବାର କ୍ଷମତା ରଖୁଥିବା ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ(ଡିଆର୍‌ଡିଓ) ପକ୍ଷରୁ କରାଯାଇଛି । ସ୍ଥଳରୁ ସ୍ଥଳକୁ ଟାର୍ଗେଟ କରିବାର କ୍ଷମତା ରଖିଛି ଏହି ମିସାଇଲ । ଚାନ୍ଦିପୁରର 3 ନମ୍ବର ଲଞ୍ଚପ୍ୟାଡରୁ ସୋମବାର ସକାଳ 10ଟା 19 ମିନିଟ ସମୟରେ ଏହି ପରୀକ୍ଷା ହୋଇଛି।

ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରର ଲମ୍ବ 8.4 ମିଟର ଓ ଗୋଲେଇ 0.6 ମିଟର । ସେହିପରି ଏହାର ଓଜନ 3 ଟନ ହୋଇଥିବା ବେଳେ ଏହାକୁ ସ୍ଥଳସେନା, ନୌସେନା ଓ ବାୟୁସେନାରେ ବ୍ୟବହାର କରିହେବ। ଏହାକୁ ଡିଆରଡିଓ, ଚାନ୍ଦିପୁର ପକ୍ଷରୁ ନିର୍ମାଣ କରାଯାଇଛି। ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ପ୍ରଥମେ 2005 ରୁ 2007 ମଧ୍ୟରେ ପରୀକ୍ଷଣ କରାଯାଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଚାନ୍ଦିପୁରର ଲଞ୍ଚପେଡ ନଂ 3ରୁ ଆଜି ସକାଳ 10 ଟା 19ରେ ବ୍ରହ୍ମସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଏହାର ଲମ୍ବ 8. 4 ମିଟର ଓ ମୋଟେଇ 0.6 ମିଟର ବୋଲି ଜଣାପଡିଛି। ଏହା ର ଓଜନ 3 ହଜାର କେଜି ଥିବା ବେଳେ ଏହା ସ୍ଥଳବାହିନୀ, ନୌବାହିନୀ ଓ ବାୟୁସେନାରେ ବ୍ୟବହାର କରିହେବ ବୋଲି ଜଣାପଡିଛି। ସ୍ବଦେଶୀ ଜ୍ଞାନ କୌଶଳରେ ଏହି ମିସାଇଲ ପ୍ରଥମେ 2005 ରୁ 2007 ଭିତରେ ପରୀକ୍ଷଣ କରାଯାଇଥିବା ସୂଚନା ରହିଛି। ଚାନ୍ଦିପୁର ଡିଆରଡିଓ ଦ୍ୱାରା ଏହି ମିସାଇଲ ନିର୍ମାଣ କରାଯାଇଛି।Conclusion:
Last Updated : Sep 30, 2019, 5:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.