ETV Bharat / bharat

ଇଲୋକ୍ଟ୍ରୋନିକ୍ସ ଗୋଦାମରେ ନିଆଁ; ପାଉଁଶ ହେଲା କୋଟି କୋଟି ଟଙ୍କାର ସମ୍ପତ୍ତି

author img

By

Published : Jul 9, 2020, 10:04 AM IST

କିଛିଦିନର ନିରବତା ପରେ ପୁଣି ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟିଛି । ବୁଧବାର ରାତିରେ ବାହ୍ୟ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସେଠାରେ ଥିବା ଏକ ଇଲୋକ୍ଟ୍ରୋନିକ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଅଧିକ ଖବର ପଢନ୍ତୁ...

ଇଲୋକ୍ଟ୍ରୋନିକ୍ସ ଗୋଦାମରେ ନିଆଁ; ପାଉଁଶ ହେଲା କୋଟି କୋଟି ଟଙ୍କାର ସମ୍ପତ୍ତି
ଇଲୋକ୍ଟ୍ରୋନିକ୍ସ ଗୋଦାମରେ ନିଆଁ; ପାଉଁଶ ହେଲା କୋଟି କୋଟି ଟଙ୍କାର ସମ୍ପତ୍ତି

ନୂଆଦିଲ୍ଲୀ: କିଛିଦିନର ନିରବତା ପରେ ପୁଣି ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟିଛି । ବୁଧବାର ରାତିରେ ବାହ୍ୟ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସେଠାରେ ଥିବା ଏକ ଇଲୋକ୍ଟ୍ରୋନିକ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ 35 ଟି ଦମକଳବାହିନୀ ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

ତେବେ ଇଲୋକ୍ଟ୍ରୋନିକ ଗୋଦାମରେ ଏହି ନିଆଁ ଲାଗିବା ସଙ୍ଗେ ସଙ୍ଗେ ଚାରିଆଡକୁ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ନିଆଁ ବ୍ୟାପିବା ଦେଖି ଗୋଟିଏ ପରେ ଗୋଟିଏ ଏହିଭଳି 35 ଟି ଦମକଳବାହିନୀ ଗାଡି ଆସି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ।

ଅନ୍ୟପଟେ ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିବା ବେଳେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଏହି ଅଗ୍ନିକାଣ୍ଡରେ କୋଟି କୋଟି ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ଜୀବନ ହାନୀ ହୋଇନଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.