ନୂଆଦିଲ୍ଲୀ: ମହାମାରୀ କୋରୋନା ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍କୁଲ ବନ୍ଦ ଥିବା ବେଳେ ଦିଲ୍ଲୀର ରାମ ଲାଲ ଆନନ୍ଦ ବିଶ୍ବ ବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି । ଏହି ଘଟଣା ସୋମବାର ଅପରାହ୍ନରେ ଘଟିଥିଲା । ତେବେ ଏହି ଅଗ୍ନିକାଣ୍ଡ କିପରି ଘଟିଲା ଏବଂ ସେହି ସେମୟରେ କଲେଜ ପରିସରରେ କେହି ଉପସ୍ଥିତ ଥିଲେ କି ନାହିଁ, ତାହା ଏଯାବତ୍ ସ୍ପଷ୍ଟ ହୋଇପାରି ନାହିଁ । ତେବେ ନିଆଁକୁ ଆୟତ କରିବା ପାଇଁ ଘଟଣା ସ୍ଥଳରେ ଦମକଳ ବାହିନୀ ନିୟୋଜିତ ଅଛନ୍ତି ।
କେନ୍ଦ୍ରର ଅନଲକ୍ 1 ଗାଇଡଲାଇନ ଅନୁଯାୟୀ, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ ପରାମର୍ଶ ପରେ ଜୁଲାଇ ମାସରେ ବିଦ୍ୟାଳୟ, କଲେଜ, ଶିକ୍ଷା, କୋଚିଂ ଏବଂ ତାଲିମ ପ୍ରତିଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ଅଭିଭାବକ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ଅନୁଷ୍ଠାନ ସ୍ତରରେ ପରାମର୍ଶ ନେବାକୁ ରାଜ୍ୟ ସରକାର କିମ୍ବା UT ପ୍ରଶାସନକୁ ପରାମର୍ଶ ଦିଆଯାଇଛି।