ଚେନ୍ନାଇ: ଥୁଥୁକୁଡି ବନ୍ଦରରେ ଏକ ମାଲବାହୀ ଜାହାଜ(କାର୍ଗୋ ସିପ)ରେ ଅଗ୍ନିକାଣ୍ଡ । ପାନାମାର ଏହି କାର୍ଗୋ ସିପ୍ ଗତକାଲି ଭିଓ ଚିଦାମ୍ବବର୍ଣ୍ଣାରର 5ନଂ ବନ୍ଦରରେ ଅଟକିଥିଲା । ଏଥିରେ ଆଜି ନିଆଁ ଲାଗିଥିବା ବେଳେ ଏହି ଭେସେଲରେ ବିଭିନ୍ନ ଦେଶର ଲିଗନାଇଟ ଓ ତୈଳ ସାମଗ୍ରୀ ନେଇଯାଉଥିଲା ।
ସୂଚନାଯୋଗ୍ୟ, କାର୍ଗୋ ସିପ୍ ନିକଟରେ ଥିବା ତେଲ ଟାଙ୍କିରେ ନିଆଁ ଲାଗିବାରୁ ଧିରେ ଧିରେ ଏହାକୁ ବ୍ୟାପିବାକୁ ଲାଗିଥିଲା । ଫଳରେ ଅନ୍ୟାନ୍ୟ କମ୍ପାର୍ଟମେଣ୍ଟରେ ନିଆଁ ଲାଗି ଅଧା ଅଂଶ ଜଳିଯାଇଛି । ସେପଟେ ଘଟଣା ବିଷୟରେ ଖବର ପାଇ ତାମିଲନାଡୁ ଅଗ୍ନିଶମ ବିଭାଗ ସିପରେ ଥିବା ଅଧିକାରୀଙ୍କୁ ଉଦ୍ଧାର କରିଛନ୍ତି । ତେବେ ନିଆଁର ଆୟତ୍ତ ଏତେ ମାତ୍ରାରେ ଥିଲା ଯେ, ଚାହୁଁଚାହୁଁ ଅନ୍ୟାନ୍ୟ ଭେସେଲକୁ ମଧ୍ୟ ନିଆଁ ବ୍ୟାପି ଯାଇଥିଲା ।