ETV Bharat / bharat

ଦିଲ୍ଲୀର 2ଟି କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, 15 ଦମକଳ ଗାଡି ନିୟୋଜିତ - କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ଦିଲ୍ଲୀର ଜି.ଟି କରନାଲ ରୋଡ ସ୍ଥିତ ଦୁଇଟି କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । କେଉଁ କାରଣରୁ ଫ୍ଟ୍ୟାକ୍ଟ୍ରୀରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ଅଧିକ ପଢନ୍ତୁ...

Fire in 2 chemical factories of Delhi
ଦିଲ୍ଲୀର 2ଟି କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ
author img

By

Published : Mar 14, 2020, 11:20 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଜି.ଟି କରନାଲ ରୋଡ ସ୍ଥିତ ଦୁଇଟି କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ନିଆଁର ପ୍ରକୋପ ଏତେ ଥିଲାଯେ ଚାହୁଁ ଚାହୁଁ ସମଗ୍ର ଫ୍ୟାକ୍ଟ୍ରୀରେ ବ୍ୟାପି ଯାଇଥିଲା । ଖବରପାଇ 15ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି ।

ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ । ଦିଲ୍ଲୀ ଦମକଳ ବିଭାଗର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ, ଅଗ୍ନିକାଣ୍ଡର ଖବର ପାଇବାପରେ ଘଟଣାସ୍ଥଳକୁ 15ଟି ଦମକଳ ଗାଡି ପଠାଯାଇଥିଲା । ଏହାସହ ଆଖପାଖରେ ଥିବା ସମସ୍ତ ଦମକଳ କେନ୍ଦ୍ର ଗୁଡିକୁ ନିଆଁ ଲାଗିବାର ସୂଚନା ଦିଆଯାଇଥିଲା।

ତେବେ ଭଉୟ କେମିକାଲ ଫ୍ୟାକ୍ଟ୍ରୀରେ ବହୁ ପରିମାଣରେ ଗ୍ୟାସ ସିଲିଣ୍ଡର ଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡିଥିବା ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି । ତେବେ କେଉଁ କାରଣରୁ ଫ୍ଟ୍ୟାକ୍ଟ୍ରୀରେ ନିଆଁ ଲାଗିଲା ତାହା ଜଣାପଡିନାହିଁ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.